Operation Sindoor: 'ଭୁଜ୍ରୁ ଯେତେ ଥର ଯୁଦ୍ଧ ବିମାନ ଉଡ଼ିଛି, ଭାରତ ବିଜୟର ମୁକୁଟ ପିନ୍ଧିଛି'

Key Points
ଗୁଜରାଟ ଭୁଜ୍ ଏୟାରବେସ୍ରେ ବାୟୁସେନା ଯୋଦ୍ଧାଙ୍କୁ ଆଜି ଭେଟିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
ପୁଣି ଧରାପଡ଼ିଲା ପାକିସ୍ତାନର ମିଛ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ମିଛୁଆ ପ୍ରମାଣିତ କଲେ ପାକିସ୍ତାନକୁ । ପାକିସ୍ତାନ ଯାହା କହୁଥିଲା ତାହା ମିଛ ବୋଲି ପ୍ରମାଣିତ ହୋଇସାରଛି । ଆଜି ପାକିସ୍ତାନକୁ ଡାଇରେକ୍ଟ ଓ୍ୱାର୍ଣ୍ଣିଂ ଦେବା ସହ ଅପରେସନ୍ ସିନ୍ଦୁର ସରିନି ବୋଲି କହିଛନ୍ତି ରାଜନାଥ । ଆତଙ୍କୀଙ୍କୁ ନିପାତ କରିବା ଆମର ବାଁ ହାତର ଖେଳ । ଯେତିକି ସମୟ ମଧ୍ୟରେ ଜଣେ ଜଳଖିଆ କରିଥାଏ, ଠିକ୍ ସେତିକି ସମୟ ଭିତରେ ଆତଙ୍କୀଙ୍କ ବିନାଶ କରିଥାଏ ଭାରତ । ପୁରୁଣା କଥାକୁ ପୁଣି ଦୋହରାଇବା ସହ ପାକିସ୍ତାନକୁ ଏମିତି ଚେତାବନୀ ଦେଇଛନ୍ତି ଭାରତର ପ୍ରତୀରକ୍ଷାମନ୍ତ୍ରୀ ରାଜନାଥ ସିଂହ ।
'Raat ke andhere mein din ka ujala...'#WATCH | Gujarat: Defence Minister #RajnathSingh says, "...Even Pakistan has accepted the power of BrahMos missile. There is an old saying in our country, "Din mein taare dekhna." Made in India BrahMos missile showed 'raat ke andhere mein… pic.twitter.com/MvFrygLKln
— Argus News (@ArgusNews_in) May 16, 2025
📱 Get Argus News App
✨ଗୁଜରାଟ ଭୁଜ୍ ଏୟାରବେସ୍ରେ ବାୟୁସେନା ଯୋଦ୍ଧାଙ୍କୁ ଆଜି ଭେଟିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେଠି ପହଞ୍ଚିବା ପରେ, ପୁଣି ମିଛୁଆ ପ୍ରମାଣିତ ହୋଇଛି ପାକିସ୍ତାନ । କାରଣ ଆଜି ରାଜନାଥ ଯେଉଁଠିକି ଯାଇଛନ୍ତି ଆଉ ଉତ୍ସବ ମନାଇଛନ୍ତି, ଠିକ୍ ସେଇ ଏୟାରବେସ୍କୁ ଉଡ଼ାଇଦେଇଛି ବୋଲି କହୁଥିଲା ପାକିସ୍ତାନ । କିନ୍ତୁ ବାସ୍ତବରେ ସେଠାରେ କିଛି କ୍ଷତି ଘଟିନାହିଁ । ତେଣୁ ଏଠି ପାକିସ୍ତାନ ମିଛ କହୁଥିଲା ବୋଲି ପ୍ରମାଣିତ ହୋଇସାରିଛି ।
ଅନ୍ୟପଟେ ଭୁଜ୍ ଗସ୍ତକରି ପାକିସ୍ତାନକୁ ବଡ଼ ବାର୍ତ୍ତା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ସେ କହିଛନ୍ତି, ଭୁଜ ଏୟାରବେସ୍ ପାକିସ୍ତାନ ବିପକ୍ଷ ବିଜୟରେ ସର୍ବଦା ସାଥି । ୧୯୬୫ ଓ ୧୯୭୧ରେ ଆମେ ଏହା ଦେଖିଥିଲୁ । ଅପରେସନ ସିନ୍ଦୂରରେ ମଧ୍ୟ ଆମେ ପୁଣିଥରେ ଦେଖିଲୁ । ଆତଙ୍କବାଦୀ ବିରୋଧୀ ଲଢ଼େଇର ନେତୃତ୍ବ ନେଉଛି ବାୟୁସେନା । ଏଠୁ ଉଡ଼ାଣ ଆରମ୍ଭ କରି ଲଢ଼ୁଆ ବିମାନ ଓ ଆମ ଯବାନମାନେ ପରାକ୍ରମ ଦେଖାଇଛନ୍ତି ।
ତେବେ ପାକିସ୍ତାନ ଏବେ ଯାହା ବି କିଛି ଭାରତର ରୂପ ଦେଖିଛି ତାହା କେବଳ ଟ୍ରେଲର ବୋଲି କହିଛନ୍ତି ରାଜନାଥ । ଆଉ ଏହା ଦ୍ୱାରା ସାରା ବିଶ୍ବକୁ ଭାରତ ମଧ୍ୟ ବାର୍ତ୍ତା ଦେଇଛି । ବ୍ରହ୍ମୋସ ମିସାଇଲ୍ ତାକତକୁ ତ ପାକିସ୍ତାନ ସ୍ବୀକାର କରିସାରିଛି । ବ୍ରହ୍ମୋସ ଘନ ଅନ୍ଧକାର ମଧ୍ୟରେ ପାକିସ୍ତାନକୁ ଆଲୋକ ଦେଖାଇଛି । ରାତିରେ ପାକିସ୍ତାନ ଆକାଶରେ ସୂର୍ଯ୍ୟ ଉଦୟ କରିଛି ବ୍ରହ୍ମୋସ । ଏଣିକି ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ର ଚମକ ଦେଖାଇଛି ।
ଅନ୍ୟପଟେ IMF କାର୍ଯ୍ୟପନ୍ଥାକୁ ମଧ୍ୟ ରାଜନାଥ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଅନ୍ତର୍ଜାତୀୟ ମୂଦ୍ରା ପାଣ୍ଠିରୁ ଅର୍ଥ ଆଣି ଆତଙ୍କବାଦୀଙ୍କୁ ଦେଉଛି ପାକିସ୍ତାନ । IMFରୁ ଟଙ୍କା ଆଣି ୧୪ କୋଟି ଟଙ୍କା କୁଖ୍ୟାତ ମାସୁଦ ଅଜହରକୁ ଦେଇଛି ପାକିସ୍ତାନ । ତେଣୁ IMF ଏହି ନିଷ୍ପତ୍ତିର ପୁନର୍ବିଚାର କରିବା ଦରକାର ।
ସେହିଭଳି ପାକିସ୍ତାନକୁ ପୁଣି କଡ଼ା ସନ୍ଦେଶ ଦେଇଛନ୍ତି ରାଜନାଥ । ସେ କହିଛନ୍ତି ଆମେ ପାକିସ୍ତାନକୁ ପରୀକ୍ଷାରେ ରଖିଛୁ । ଯଦି ଏହାର ଆଚରଣରେ ଉନ୍ନତି ଆସେ, ତେବେ ଠିକ୍ । ନଚେତ୍, ପାକିସ୍ତାନକୁ କଠୋରତମ ଦଣ୍ଡ ଦିଆଯିବ ।