Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Operation Sindoor: ଆମେରିକାର ପୂର୍ବତନ ପେଣ୍ଟାଗନ୍ ଅଧିକାରୀ ଭାରତକୁ ନେଇ ଦେଇଛନ୍ତି ବଡ଼ ବୟାନ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Operation Sindoor: ଆମେରିକାର ପୂର୍ବତନ ପେଣ୍ଟାଗନ୍ ଅଧିକାରୀ ଭାରତକୁ ନେଇ ଦେଇଛନ୍ତି ବଡ଼ ବୟାନ...

Key Points

'ଭାରତ ଆକ୍ରମଣରେ ଭୟଭୀତ କୁକୁର ଭଳି ତା’ର ଲାଙ୍ଗୁଡ଼ ଜାକି ପଳାଇ ଯାଇଛି ପାକିସ୍ତାନ'

ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଭାରତ ଓ ପାକିସ୍ତାନକୁ ବାଲାନ୍ସରେ ରଖି କଥା କହୁଥିବା ବେଳେ ଅନ୍ୟପଟେ ପାକିସ୍ତାନକୁ ଧୋଇଛନ୍ତି ଆମେରିକାର ପୂର୍ବତନ ପେଣ୍ଟାଗନ୍‌ ଅଧିକାରୀ ମାଇକେଲ ରୁବିନ୍‌ । ସେ ସିଧା ସଳଖ ପାକିସ୍ତାନକୁ ତାତ୍ସଲ୍ୟ କରିଛନ୍ତି ଏବଂ ମିଛୁଆ ବୋଲି ମଧ୍ୟ କହିଛନ୍ତି । ଖାଲି ସେତିକି ନୁହେଁ, ସେ ଭାରତକୁ ଖୁବ୍‌ ପ୍ରଶଂସା ମଧ୍ୟ କରିଛନ୍ତି ।

ଭାରତ ଆକ୍ରମଣରେ ଏକ ଭୟଭୀତ କୁକୁର ଭଳି ତା’ର ଲାଙ୍ଗୁଡ଼ ଜାକି ପଳାଇ ଯାଇଛି ପାକିସ୍ତାନ । ଏଭଳି କହିଛନ୍ତି ପୂର୍ବତନ ପେଣ୍ଟାଗନ୍ ଅଧିକାରୀ ମାଇକେଲ୍ ରୁବିନ୍ । ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଏବଂ ସାମରିକ ସଂଘର୍ଷରେ, ଭାରତ ପୁଣି ଥରେ ପ୍ରମାଣ କରିଛି ଯେ ସେ କେବଳ କଡ଼ା ଶବ୍ଦରେ ନୁହେଁ ବରଂ ଠୋସ୍ କାର୍ଯ୍ୟାନୁଷ୍ଠାନରେ ଆତଙ୍କବାଦର ଜବାବ ଦିଏ ।

ଅପରେସନ ସିନ୍ଦୂର ଅଧୀନରେ ଭାରତ ଯେଭଳି ଭାବରେ ପାକିସ୍ତାନକୁ ଧୋଇଛି, ତାହାକୁ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରଶଂସା କରାଯାଉଛି । ଏନେଇ ଏବେ ଆମେରିକାର ପୂର୍ବତନ ଅଧିକାରୀ ମାଇକେଲ୍ ରୁବିନ୍ ପାକିସ୍ତାନକୁ କଡା ଭାଷାରେ ନିନ୍ଦା କରିଛନ୍ତି । ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, ଭାରତ କେବଳ ସାମରିକ ଦୃଷ୍ଟିରୁ ନୁହେଁ ବରଂ କୂଟନୈତିକ ଦୃଷ୍ଟିରୁ ମଧ୍ୟ ଏକ ସ୍ପଷ୍ଟ ଏବଂ ନିଶ୍ଚିତ ବିଜୟ ହାସଲ କରିଛି ।

ଭାରତୀୟ ସେନା ସେମାନଙ୍କର ଆତଙ୍କୀ ଭିତ୍ତିଭୂମିକୁ ନଷ୍ଟ କରିଦେଇଥିବାରୁ ପାକିସ୍ତାନ ଆଉ ମିଛ ଏବଂ ଭ୍ରମ ଦୁନିଆରେ ରହିପାରିବ ନାହିଁ । ପାକିସ୍ତାନ ଯାହାବି କହୁ, ହେଲେ ତା ସେନା ଏହି ଯୁଦ୍ଧରେ ଅତି ଖରାପ ଭାବରେ ହାରିଛି ବୋଲି, ଏ ସତ୍ୟରୁ ସେ ବଞ୍ଚିପାରିବ ନାହିଁ ।

ଅନ୍ୟପଟେ ଅପରେସନ୍ ‘ସିନ୍ଦୂର’ର ଅସ୍ତ୍ରବିରତି ପରେ ପରେ ପାକିସ୍ତାନକୁ ଭାରତ ଦେଇଛି ରୋକଠୋକ ଜବାବ । ଆତଙ୍କବାଦ ବନ୍ଦ ନକରିବା ଯାଏଁ ପାଣି ମିଳିବନି କହିଛି ଭାରତ । ସିନ୍ଧୁ ନଦୀ ଚୁକ୍ତି ସ୍ଥଗିତ ନିଷ୍ପତ୍ତି ବଳବତ୍ତର ରହିଛି । କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ସହ ହେବନି କୌଣସି ଆଲୋଚନା । କେବଳ ପାକିସ୍ତାନ ଅବୈଧ ଭାବେ କବ୍‌ଜା କରି ରଖିଥିବା ଅଞ୍ଚଳକୁ ଖାଲି କରିବା ଦିଗରେ ଆଲୋଚନା ହୋଇପାରିବ ବୋଲି ସ୍ପଷ୍ଟ ଭାବେ କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Operation Sindoor: Former US Pentagon official gives big statement to India... | Argus News