Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Operation Sindoor: କେମିତି ଥିଲା ପହଲଗାମ୍ ଆଟାକ୍‌ର ୧୫ ଦିନ ?

Banajyotshna Ray
Browse all articles by Banajyotshna Ray
·1 year ago·2 min read
Operation Sindoor: କେମିତି ଥିଲା ପହଲଗାମ୍ ଆଟାକ୍‌ର ୧୫ ଦିନ ?

୨୨ ଅପ୍ରେଲ୍ ୨୦୨୫ । ଜାମ୍ମୁ କାଶ୍ମୀର ପହଲଗାମ୍‌ରେ ଶୁଭିଲା ଗୁଳିର ଶବ୍ଦ । ଆତଙ୍କୀ ଖେଳିଥିଲେ ରକ୍ତର ହୋଲି । ନୀରିହ ଲୋକଙ୍କୁ ଧର୍ମ ପଚାରି ଜଣ ଜଣଙ୍କୁ ମାରିଥିଲେ ଆତଙ୍କୀ । ଯେଉଁମାନେ ହିନ୍ଦୁ, କେବଳ ସେମାନଙ୍କୁ ଟାର୍ଗେଟ କରି ମାରୁଥିଲେ। କଲମା ପଢିବାକୁ କହି ନେଇଥିଲେ ଜୀବନ । ଏଥିରେ ୨୬ ଜଣଙ୍କର ହୋଇଥିଲା ମୃତ୍ୟୁ । ଆଉ ୧୬ଜଣ ହୋଇଥିଲେ ଆହତ । ଏବେବି ଏ କଥା ମନେ ପଡିଲେ ଛାତି ଥରିଯାଉଛି। କେମିତି ବୁଲିବାକୁ ଯାଇଥିବା ପର୍ଯ୍ୟଟକଙ୍କୁ ଗୋଡେଇ ଗୋଡେଇ ମାରୁଥିଲେ ଆତଙ୍କୀ। କେମିତି ଥିଲା ପହଲଗାମ୍ ଆଟାକ୍‌ର ୧୫ ଦିନ । ନୀରିହଙ୍କୁ ମାରି ରକ୍ତର ହୋଲିରେ ହସୁଥିଲା ପାକିସ୍ତାନ। ପ୍ରତ୍ୟେକଟି ଭାରତୀୟ ଦିନ ଗଣୁଥାନ୍ତି। କେବେ ପ୍ରତିଶୋଧ ନେବ ଭାରତ । କିଏ ତା ସିନ୍ଦୁର ଲିଭିବାର ପ୍ରତ୍ୟେକ ଦିନ ରାତି ଗୁମୁରି ଗୁମୁରି କାନ୍ଦୁଥାଏ ତ ଆଉ ପୁଅ ଆଗରେ ତା ବାପାକୁ ଗୁଳି କରି ମାରିଥିବା ଆତଙ୍କୀ ବିଷୟରେ ଭାବି ଭାବି ଭୟରେ ଥରୁଥାଏ ଛୋଟ ପିଲାଟି।

ହେଲେ ମଙ୍ଗଳବାର ଏହି ଘଟଣାକୁ ହୋଇଥିଲା ୧୫ ଦିନ । ମଧ୍ୟ ରାତ୍ରୀରେ ଜବାବ ଦେଇଛନ୍ତି ଭାରତୀୟ ସେନା । ୩ସେନା ମିଶି କରିଥିଲେ ଅପରେସନ୍ ସିନ୍ଦୁର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟକ୍ତିଗତ ଭାବରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣକୁ 'ଅପରେସନ୍ ସିନ୍ଦୂର' ନାମରେ ନାମିତ କରିଥିଲେ । ଏହି ଅପରେସନ୍ ପାକିସ୍ତାନ ଏବଂ ଏହାର ଆତଙ୍କୀ ସଂଗଠନକୁ ଦେଇଥିଲା କଡା ଜବାବ । ୧୫ ଦିନର ପ୍ଲାନ୍‌କୁ ମାତ୍ର ୨୫ ମିନିଟ୍‌ରେ ଶେଷ କରିଛି ଭାରତୀୟ ସେନା । ଯାହାକୁ ନେଇ ଏବେ ଥରହର ପାକିସ୍ତାନ । ତେବେ ଏହି ୧୫ ଦିନ ମଧ୍ୟରେ କଣ କଣ ସବୁ ଘଟିଛି ।

୨୨ ଅପ୍ରେଲ୍ ୨୦୨୫ । ପହଲଗାମ୍‌ ବୈସରନ୍ ଘାଟିରେ ପର୍ଯ୍ୟଟକଙ୍କ ଉପରେ ଅନ୍ଧାଧୁନିଆ ଗୁଳିବର୍ଷା କରିଥିଲେ ଆତଙ୍କୀ । ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରିଥିଲା ଭାରତ । ଯେଉଁଥିରେ TRF ଏବଂ ଲସ୍କର-ଏ-ତୋଇବାର ନାଁ ସାମ୍ନାକୁ ଆସିଥିଲା । ୨୩ ଅପ୍ରେଲରେ ତୁରନ୍ତ ଆକ୍ସନ୍ ନେଇଥିଲା ଭାରତ । ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶରେ NIA ଟିମ୍ ପହଲଗାମ ଆକ୍ରମଣର ତଦନ୍ତ କରିଥିଲା । ଆକ୍ରମଣ ଷଡ଼ଯନ୍ତ୍ରର କରିଥିଲା ପର୍ଦ୍ଦାଫାସ । ଏହାପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା CCS ବୈଠକ । ଏଥିରେ ୧୯୬୦ର ସିନ୍ଧୁ ଜଳ ଚୁକ୍ତିନାମାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ନିଆଯାଇଥିଲା ଐତିହାସିକ ନିଷ୍ପତ୍ତି । ଏହା ପ୍ରଥମ ଥର ଥିଲା ଯେତେବେଳେ ଭାରତ ଏହି ଚୁକ୍ତିକୁ ସ୍ଥଗିତ ରଖିଥିଲା ।

ଭିସା ରଦ୍ଦ, ପାଣି ରୋକ୍,
ଅପରେସନ୍ ସିନ୍ଦୁର ଭାଙ୍ଗିଲା ପାକର ଅଣ୍ଟା
କେମିତି ଥିଲା ପହଲଗାମ୍ ଆଟାକ୍‌ର ୧୫ ଦିନ ?


ଜାଣନ୍ତୁ କେମିତି ଥିଲା ୧୫ ଦିନର ସେ ସଂଘର୍ଷ। ଏହାସହ ପୂର ପ୍ଲାନ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



Sponsored
operation-sindoor-how-were-the-15-days-of-the-pahalgam-attack | Argus News