Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Operation Sindoor: ବିଶ୍ୱାସଘାତକ ବନ୍ଧୁ ତୁର୍କୀକୁ ଭାରତ ଦେଲା ଶକ୍ତ ଝଟ୍‌କା !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·3 min read
 Operation Sindoor: ବିଶ୍ୱାସଘାତକ ବନ୍ଧୁ ତୁର୍କୀକୁ ଭାରତ ଦେଲା ଶକ୍ତ ଝଟ୍‌କା !

Key Points

ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟାନୁଷ୍ଠାନ


ଅପରେସନ୍ ସିନ୍ଦୁର ବିରୁଦ୍ଧରେ ପାକିସ୍ତାନକୁ ସମର୍ଥନ କରି ଭାରତ ସହ ବନ୍ଧୁତାର ଡୋରକୁ ଛିଣ୍ଡାଇ ଦେଇଛି ତୁର୍କୀ । ଏହି କାରଣରୁ ଭାରତୀୟଙ୍କ କ୍ରୋଧର ସମ୍ମୁଖୀନ ହେଉଛି ତୁର୍କୀ । ଭାରତକୁ ଆକ୍ରମଣ ପାଇଁ ପାକିସ୍ତାନକୁ ଡ୍ରୋନ୍ ଯୋଗାଇଥିବା ତୁର୍କୀକୁ ଭାରତୀୟମାନେ ବୟକଟ କରିବା ଆରମ୍ଭ କରିଛନ୍ତି। ଭାରତୀୟ ପର୍ଯ୍ୟଟକମାନେ ତୁର୍କୀ ଏବଂ ଆଜରବାଇଜାନ ପାଇଁ ବୁକିଂ ବାତିଲ କରିଛନ୍ତି । ଯାହା ସେଠାକାର ପର୍ଯ୍ୟଟନ କ୍ଷେତ୍ରକୁ ଏକ ବଡ଼ ଝଟ୍‌କା ଦେଇଛି।

ଅନ୍ୟପଟେ ଭାରତ ସରକାର ମଧ୍ୟ ତୁର୍କୀ ଉପରେ ଏକ ସାଇଲେଣ୍ଟ ଆଟାକ୍‌ କରିଛନ୍ତି । କାରଣ ବନ୍ଧୁ ସାଜି ବନ୍ଧୁ ପିଠିରେ ଛୁରି ମାରିଛି ତୁର୍କୀ । ଭାରତର ୯ଟି ଗୁରୁତ୍ୱପୂର୍ଣ୍ଣ ଏୟାରପୋର୍ଟରେ ସେବା ଯୋଗାଇବାରେ ତୁର୍କୀର ଏକ କମ୍ପାନୀର ବଡ଼ ଭୂମିକା ଥିଲା । ଏବେ ସେହି କମ୍ପାନୀ ଲାଇସେନ୍ସକୁ ରଦ୍ଦ କରିଛି ଭାରତ । ଭାରତ ସରକାର ଏହି କମ୍ପାନୀର ସିକ୍ୟୁରିଟି ଲାଇସେନ୍ସ ରଦ୍ଦ କରିଦେଇଛନ୍ତି । ଏହାର ଅର୍ଥ ହେଉଛି ଯେ ବର୍ତ୍ତମାନ ସେହି ଫାର୍ମ, ବିମାନବନ୍ଦରଗୁଡ଼ିକର ପରିଚାଳନାରେ କୌଣସି ଭୂମିକା ଗ୍ରହଣ କରିପାରିବ ନାହିଁ। ଏହାକୁ ତୁର୍କୀ ପାଇଁ ଏକ ବଡ଼ ଝଟ୍‌କା ବୋଲି ବିବେଚନା କରାଯାଉଛି।

ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟାନୁଷ୍ଠାନ


ତୁର୍କୀ ଫାର୍ମର ସୁରକ୍ଷା କ୍ଲିୟରାନ୍ସ ବାତିଲ ନେଇ ସିଭିଲ ଏଭିଏସନ୍‌ ମିନିଷ୍ଟ୍ରି ସୂଚନା ଦେଇଛି । ଗୁରୁବାର ସନ୍ଧ୍ୟାରେ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ସେଲେବି ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର ସୁରକ୍ଷା କ୍ଲିୟରାନ୍ସ ତୁରନ୍ତ ପ୍ରତ୍ୟାହାର କରାଯାଇଛି। ବେସାମରିକ ବିମାନ ଚଳାଚଳ ବ୍ୟୁରୋର ସୁପାରିଶରେ ଜାତୀୟ ସୁରକ୍ଷାକୁ ଧ୍ୟାନରେ ରଖି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ମୁମ୍ବାଇ ଏବଂ ଦିଲ୍ଲୀ ବିମାନବନ୍ଦର ସହିତ ମଧ୍ୟ ସମ୍ପୃକ୍ତ ସେଲେବି ଆଭିଏସନ୍

ତୁର୍କୀ ଫାର୍ମ ସେଲେବି ଆଭିଏସନ୍‌ର ଦୁଇଟି ଭାରତୀୟ କମ୍ପାନୀ ୯ଟି ଭାରତୀୟ ବିମାନବନ୍ଦରରେ ଗ୍ରାଉଣ୍ଡ ହ୍ୟାଣ୍ଡେଲିଂ ସହ ଜଡ଼ିତ ସମସ୍ତ ଦାୟିତ୍ୱ ତୁଲାଇଥାଏ । ଏଥିରୁ କମ୍ପାନୀକୁ ପ୍ରଚୁର ଲାଭ ମଧ୍ୟ ମିଳେ । ଏଥିରେ ଦିଲ୍ଲୀ ଏବଂ ମୁମ୍ବାଇ ବିମାନବନ୍ଦର ମଧ୍ୟ ସାମିଲ ରହିଛି । ସେଲେବି ଏୟାରପୋର୍ଟ ସର୍ଭିସେସ୍‌ ଇଣ୍ଡିଆ, ଗ୍ରାଉଣ୍ଡ ହ୍ୟାଣ୍ଡେଲିଂ ଅପରେସନ୍‌ ଗୁଡ଼ିକର ଦାୟିତ୍ୱ ନେଇଥାଏ । ଯେତେବେଳେ କି ସେଲେବି ଦିଲ୍ଲୀ କାର୍ଗୋ ଟର୍ମିନାଲ୍ ମ୍ୟାନେଜମେଣ୍ଟ ଇଣ୍ଡିଆର ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିଦେଶୀ କାର୍ଗୋ ସେବା ପରିଚାଳନା କରିଥାଏ।

ଜାତୀୟ ସୁରକ୍ଷା କାହିଁକି ବିପଦରେ ପଡ଼ିପାରେ ?

ଏହି ତୁର୍କୀ କମ୍ପାନୀ ଭାରତୀୟ ବିମାନବନ୍ଦରରେ ଏମିତି ଅନେକ କାର୍ଯ୍ୟ ପରିଚାଳନା କରେ, ଯାହାକୁ ହାଇ ସିକ୍ୟୁରିଟି କାର୍ଯ୍ୟ କୁହାଯାଏ । ଖାଲି ସେତିକି ନୁହେଁ, ଏହି କମ୍ପାନୀ ସେହି କାମ ଗୁଡ଼ିକ ମଧ୍ୟ କରିଥାଏ ଯାହାକୁ ଏକ୍ସପର୍ଟ ଲେବୁଲର କାମ ମଧ୍ୟ କୁହାଯାଏ । ଯାହାକି ବିମାନବନ୍ଦର ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ମଧ୍ୟ ହୋଇଥାଏ । ଏଥିରେ ଗ୍ରାଉଣ୍ଡରେ ବିମାନ ସହିତ ସିଧାସଳଖ ଯୋଡ଼ି ରହିଥିବା ରାମ୍ପ ସେବା, ବିମାନର ସନ୍ତୁଳନ ସୁନିଶ୍ଚିତ କରୁଥିବା ଭାର ନିୟନ୍ତ୍ରଣ ଏବଂ ଉଡ଼ାଣ କାର୍ଯ୍ୟ ଏବଂ ଯାତ୍ରୀମାନଙ୍କ ବୋର୍ଡିଂ ପାଇଁ ବ୍ରିଜ୍‌କୁ ବିମାନ ସହିତ ସଂଯୋଗ କରୁଥିବା ବ୍ରିଜ୍‌ ଅପରେସନ୍‌ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ, ଏହି କମ୍ପାନୀ କାର୍ଗୋ, ଡାକ ସେବା ଏବଂ ଗୋଦାମ ପରିଚାଳନା ଦାୟିତ୍ୱ ମଧ୍ୟ ସମ୍ପାଦନ କରିଥାଏ ।


ଶିବସେନା କଲା ପ୍ରତିବାଦ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଶିବସେନା (ସିନ୍ଦେ) ଦୁଇ ଦିନ ପୂର୍ବରୁ ୧୩ ମଇରେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି କମ୍ପାନୀ ବିରୋଧରେ ପ୍ରତିବାଦ କରିଥିଲା। ତୁର୍କୀ କମ୍ପାନୀ ସେଲେବି ସହ ସମସ୍ତ ସମ୍ପର୍କ ଛିନ୍ନ କରିବାକୁ ଶିବସେନା ଦାବି କରିଥିଲା । କାରଣ ଏହି କମ୍ପାନୀ ହାତରେ ମୁମ୍ବାଇ ଏୟାରପୋର୍ଟର ୭୦ ପ୍ରତିଶତ ଗ୍ରାଉଣ୍ଡ ଅପରେସନ୍‌ ଦାୟିତ୍ୱ ରହିଛି । ତେଣୁ ଯଥା ଶୀଘ୍ର ଏହି କମ୍ପାନୀକୁ ବିଦା କରାଯାଉ ବୋଲି ଦାବି କରାଯାଇଛି । ଭାରତ ତୁର୍କୀକୁ ବନ୍ଧୁ ବୋଲି ଭାବିଥିଲା, ବନ୍ଧୁ ଭଳି ସାହାଯ୍ୟର ହାତ ବଢ଼ାଇଥିଲା କିନ୍ତୁ ତୁର୍କୀ ଭାରତକୁ ଛୁରି ମାରିଲା । ଯାହାଫଳରେ ତୁରନ୍ତ ଏହି କମ୍ପାନୀକୁ ବିଦା କରାଯାଉ ବୋଲି ଦାବି ଉଠିଥିଲା।

Sponsored
Operation Sindoor: India dealt a powerful blow to its treacherous friend Turkey! | Argus News