Operation Sindoor: ଚୁପ୍ ବସିନି ଭାରତ ! ପୁଣି ୬ ଆତଙ୍କବାଦୀଙ୍କୁ ନିପାତ କଲା ସେନା

Key Points
ଭାରତୀୟ ସେନା ଘେରାବନ୍ଦୀ କରୁଥିଲା, ଆତଙ୍କବାଦୀମାନେ ବିଭିନ୍ନ ଘରେ ଲୁଚି ରହି ଗୁଳି ଚଳାଇଥିଲେ ।
ଜାମ୍ମୁ-କାଶ୍ମୀର ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା । ୪୮ ଘଣ୍ଟାରେ ୬ ଆତଙ୍କୀଙ୍କୁ ସଫା କରିଛି ସେନା । ତ୍ରାଲ ଜଙ୍ଗଲରେ ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି । ଅପରେସନ ନାଦେରରେ ଗତ ୪୮ ଘଣ୍ଟା ମଧ୍ୟରେ, ଶୋପିଆନ ଏବଂ ତ୍ରାଲ ଏନକାଉଣ୍ଟରରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ତ୍ରାଲ ଅଞ୍ଚଳରେ ଦ୍ୱିତୀୟ ଅପରେସନ୍ ଏକ ସୀମାନ୍ତ ଗାଁରେ କରାଯାଇଥିଲା ।
ତେବେ ଯେତେବେଳେ ଭାରତୀୟ ସେନା ଏହି ଗାଁରେ ଘେରାବନ୍ଦୀ କରୁଥିଲା, ଆତଙ୍କବାଦୀମାନେ ବିଭିନ୍ନ ଘରେ ଲୁଚି ରହି ଗୁଳି ଚଳାଇଥିଲେ । ଏହି ସମୟରେ ଗ୍ରାମବାସୀଙ୍କୁ ଉଦ୍ଧାର କରିବା ବଡ଼ ଚ୍ୟାଲେଞ୍ଜ ଥିଲା । ଏହା ପରେ ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା । ଶାହିଦ କୁଟ୍ଟେ ନାମକ ଜଣେ ଆତଙ୍କୀ ଜଣେ ଜର୍ମାନ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ସମେତ ଦୁଇଟି ବଡ଼ ଆକ୍ରମଣରେ ସାମିଲ ଥିଲା ବୋଲି କହିଛନ୍ତି ମେଜର ଜେନେରାଲ ଧନଞ୍ଜୟ ଯୋଶୀ ।
A large cache of arms and ammunition was recovered by the Security Forces during a terrorist encounter in Tral, J&K
— ANI (@ANI) May 16, 2025
The Armed Forces neutralised three terrorists in the encounter.
(Photo source: Indian Army) pic.twitter.com/hvTNxMQ3gm
📱 Get Argus News App
✨ତେବେ ଗୁରୁବାର ଜମ୍ମୁ-କାଶ୍ମୀରର ଅବନ୍ତିପୋରାର ତ୍ରାଲରେ ଅପରେସନ୍ ବେଳେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା । ଏହି ସମୟରେ ଜୈଶ-ଏ-ମହମ୍ମଦର ତିନି ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲା ଭାରତୀୟ ସେନା । ସେମାନଙ୍କ ପରିଚୟ ସାମ୍ନାକୁ ଆସିଛି । ଏହି ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଥିଲା ଆମିର ନାଜିର ୱାନି। ତାର ମୃତ୍ୟୁ ପୂର୍ବର ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି। ଯେଉଁଥିରେ ସେ ନିଜ ମା ସହ ଭିଡିଓ କଲ୍ରେ କଥା ହେଉଛି । କୁହାଯାଉଛି ଏହି ଭିଡିଓଟି ମୃତ୍ୟୁର କିଛି ସମୟ ପୂର୍ବରୁ ରେକର୍ଡ କରାଯାଇଛି ।
ଭିଡିଓରେ ଆତଙ୍କବାଦୀ ଜଣକ ଭିଡିଓ କଲ୍ରେ ମା' ସହ କଥା ହେଉଛି । ଭିଡିଓ କଲ୍ରେ ଆମିରର ମାଆ ତାକୁ ଆତ୍ମସମର୍ପଣ କରିବାକୁ କହୁଛନ୍ତି, କିନ୍ତୁ ସେ ଏହା କରିବାକୁ ମନା କରୁଛି। କିନ୍ତୁ ସେ ଏଥିରେ ରାଜି ହେଉନାହିଁ। ଓଲଟା ସେ କହୁଛି ଯେ ସେନାକୁ ଆସିବାକୁ ଦିଅ, ମୁଁ ଦେଖିବି। ସୂତ୍ର ଅନୁସାରେ, ଯେତେବେଳେ ସୁରକ୍ଷା ବାହିନୀ ତାକୁ ଆତ୍ମସମର୍ପଣ କରିବାକୁ କହିଲେ, ଆତଙ୍କବାଦୀ ଗୁଳି ଚଳାଇବା ଆରମ୍ଭ କଲା। ଫଳରେ ଯବାନମାନେ ମଧ୍ୟ ଗୁଳି ଚାଳାଇଲେ । ଏଥିରେ ଆତଙ୍କବାଦୀର ମୃତ୍ୟୁ ହେଲା ।
ଅଧିକାରୀମାନେ କହିଛନ୍ତି ଯେ ଏନକାଉଣ୍ଟରରେ ନିହତ ତିନି ଆତଙ୍କବାଦୀ ହେଲେ ଆସିଫ ଅହମ୍ମଦ ଶେଖ, ଆମିର ନାଜିର ୱାନି ଏବଂ ୟୱାର ଅହମ୍ମଦ ଭଟ୍ । ଏମାନେ ସମସ୍ତେ ଜମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାର ବାସିନ୍ଦା ଥିଲେ।
ये इस्लामिक आतंकी आमिर नाज़िर वानी है, जिसे आज त्राल में भारतीय सेना ने मार गिराया है
— 🇮🇳Jitendra pratap singh🇮🇳 (@jpsin1) May 15, 2025
मरने से पहले इसने अपने घरवालों को वीडियो कॉल किया और बोला कि मैं अब जन्नत जा रहा हूं
इसके घरवाले भी बिल्कुल कूल लग रहे हैं
इसके घर वालों ने इसे एक बार भी नहीं कहा कि तुम सरेंडर कर दो
क्या… pic.twitter.com/aWdgComdWS