Operation Sindoor: ଚୁପ୍ ରହିବା ମୁଡ୍ରେ ନାହିଁ ଭାରତ, ପାକିସ୍ତାନ ପାଇଁ ଟ୍ରାକ୍ରେ ପ୍ଲାନ୍ ବି'

ଆଟାକିଂ ମୁଡ୍ରେ ଭାରତ । ଆଉ ଚୁପ୍ ବସିବା ମୁଡ୍ରେ ନାହିଁ ଦେଶ । ପାକିସ୍ତାନ ଟିକେ ବି ଉଁ ଚୁଁ କଲେ, ସିଧା ମିସାଇଲ ମାଡ଼ । ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରୀନ୍ ସିଗ୍ନାଲ ପାଇବା ପରେ ଏଭଳି ଆଟାକିଂ ମୋଡ୍କୁ ଆସିଛି ଭାରତ । ପାକିସ୍ତାନର ଗୋଟିଏ ପରେ ଗୋଟିଏ ଚାଲ୍କୁ ବିଫଳ କରିବା ସହ ପାକିସ୍ତାନର ବିଭିନ୍ନ ସହରରେ କରୁଛି ନିଆଁ ବର୍ଷା । ଭାରତ ଯାହା କହୁଛି ତାହା କରୁଛି । ପ୍ରଥମେ ଭାରତ କହିଥିଲା ଆମେ ପାକିସ୍ତାନକୁ ନୁହେଁ, କେବଳ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିଛୁ । ଏଥିରେ ପାକିସ୍ତାନ ଯଦି ବ୍ୟସ୍ତ ବିବ୍ରତ ହୋଇ କିଛି ବି ଆକ୍ସନ ନିଏ, ତେବେ ପୁଣି ବର୍ଷିବ ମିସାଇଲ । ଆକାଶରୁ ନିଆଁ ବର୍ଷା କରିବ ଭାରତ । ଆଉ ତାହା ହିଁ ହେଲା ।
ମଙ୍ଗଳବାର ମିସାଇଲ ମାଡ଼ରେ ଅସ୍ତ ବ୍ୟସ୍ତ ପାକିସ୍ତାନ, ଭୋକ ବିକଳରେ ତାଟିଆ କାମୁଡ଼ିବା ଭଳି କିଛି ନବୁଝି ନସୁଝି ଭାରତକୁ ମିସାଇଲ ମାଡ଼ କରିବାକୁ ଚେଷ୍ଟା କରିଥିଲା । ହେଲେ ଭାରତ ପାକିସ୍ତାନର ସବୁ ଚାଲ୍କୁ ବିଫଳ କରିଦେଇଛି । ଭାରତର ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନର ମିସାଇଲକୁ ଆକାଶରେ ହିଁ ପାଉଁଶ କରି ଦେଇଛି ।
ଅବନ୍ତିପୁରା, ପଠାନକୋଟ୍, ଜଳନ୍ଧର, ଭଟିଣ୍ଡା, ଫଲୋଦି, ଶ୍ରୀନଗର, ଅମୃତସର, ଲୁଧିଆନା, ଚଣ୍ଡିଗଡ଼, ଉତ୍ତରଲଇ, ଜମ୍ମୁ, କପୁରଥଲା, ଆଦମପୁର୍, ନାଲ, ଭୁଜ ଭଳି ଅଞ୍ଚଳରେ ପାକିସ୍ତାନ ପକ୍ଷରୁ ଆକ୍ରମଣ କରିବାକୁ ଚେଷ୍ଟ କରାଯାଇଥିଲା । ହେଲେ ଭାରତ ସବୁ ପାକ୍ର ସବୁ ଆକ୍ରମଣକୁ ଫେଲ କରିଦେଇଛି । ଅଆଉ ଏଥିରେ ସବୁଠାରୁ ବଡ଼ ଭୁମିକା ନେଇଛି ଭାରତର ଏୟାର ଡିଫେନ୍ସ ସିଷ୍ଟମ୍ ସୁଦର୍ଶନ ଚକ୍ର ।
ଅନ୍ୟପଟେ ପାକିସ୍ତାନର ଏଭଳି ଆଚରଣ ପାଇଁ ଭାରତ ପୁଣି କଡ଼ା ଜବାବ ଦେଇଛି । ପାକିସ୍ତାନର ଲାହୋର ସମେତ ବିଭିନ୍ନ ସହରରେ ଭାରତ ପୁଣି ବିସ୍ଫୋରଣ କରିଛି । ଏହାରି ଭତିରେ ଲାହୋରରେ ଥିବା ଚାଇନିଜ୍ ଏୟାର ଡିଫେନ୍ସ ସିଷ୍ଟମକୁ ମଧ୍ୟ ଧ୍ୱଂସ କରିଦେଇଛି ଭାରତ । ଆଉ ଭାରତର ଏଭଳି ଆକ୍ରମଣାତ୍ମକ ରୂପ ଦେଖି ଥର ହର ପାକିସ୍ତାନବାସୀ ଡାକଦେଲେଣି ତ୍ରାହି ତ୍ରାହି । ସୋସିଆଲ ମିଡିଆରେ ସାଧାରଣ ଜନତା ନିଜ ଦେଶର ସେନାକୁ ନିନ୍ଦା କଲେଣି । ସବୁଠାରୁ ବଡ଼ କଥା ହେଲା, ପାକ୍ ସେନା ବିରୋଧରେ ସମସ୍ତଙ୍କର ସେଇ ସମାନ ଅଭିଯୋଗ, ଯଦି ବଳ ନାହିଁ କାହିଁକି ଭାରତ ସହ ଲାଗୁଛ। ଦେଶରେ ଲୋକ ଖାଇବାକୁ ପାଉ ନାହାନ୍ତି, ରୋଜଗାର ନାହିଁ କିନ୍ତୁ କିଛି ନ୍ୟସ୍ତ ସ୍ୱାର୍ଥ ସେନା ଅଧିକାରୀ ନିଜର ଚଉକି ମଜଭୁତ କରିବା ପାଇଁ ଭାରତ ଉପରେ ଆକ୍ରମଣ କରୁଛନ୍ତି ।
ଅନ୍ୟପଟେ ଭାରତ କହିଛି ସୀମାରେ ଆକ୍ରମଣ ଆରମ୍ଭ କରିଛି ପାକିସ୍ତାନ । ପାଓ୍ୱାରଫୁଲ୍ ମୋର୍ଟାର ମାଡ଼ କରିବା ସହ ଗୁଳି ବର୍ଷା ମଧ୍ୟ କରିଛି । ଏଥିରେ ଭାରତର ୧୬ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହେବା ସହ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି । ଖାଲି ସେତିକି ନୁହେଁ, ଭାରତୀୟ ସେନା କ୍ୟାମ୍ପ ଉପରକୁ ମଧ୍ୟ ଆଟାକ୍ କରିଛି ପାକିସ୍ତାନ । ହେଲେ ସେସବୁ ଆକ୍ରମଣ ପ୍ଲାନକୁ ପଣ୍ଡ କରିଦେଇଛନ୍ତି ଭାରତୀୟ ଯବାନ । ଅଉ ଏହାର ଜବାବରେ ଭାରତ ମଧ୍ୟ ସୀମାରେ ପାକିସ୍ତାନକୁ ଦେଉଛି ମୁହଁତୋଡ଼ ଜବାବ ।
📱 Get Argus News App
✨ଏଭଳି ପରିସ୍ଥିତିକୁ ଦେଖି ଏବେ ସବୁଠି ଚର୍ଚ୍ଚା, ସରିନି 'ଅପରେସନ୍ ସିନ୍ଦର' । ଏହା ଭାରତୀୟ ସେନାର 'ଅପରେସନ୍ ସିନ୍ଦୁର ୨.୦' କହିଲେ ଅତ୍ୟୁକ୍ତି ହେବ ନାହିଁ । ଯଦି ପାକିସ୍ତାନ ନସୁଧୁରେ ତେବେ ଭାରତ ତାକୁ ପିଟି ପିଟି ସୁଧାରିବ ବୋଲି ଆଲୋଚନା ହେଲାଣି ।
ଅନ୍ୟପଟେ 'ଅପରେସନ୍ ସିନ୍ଦୂର'ର ସଫଳତା ପରେ ଆଜି ଏକ ସର୍ବଦଳୀୟ ବୈଠକର ଆୟୋଜନ କରିଥିଲେ କେନ୍ଦ୍ର ସରକାର। ଏଥିରେ ବିଭିନ୍ନ ଦଳର ନେତା ଯୋଗଦେଇଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେମାନଙ୍କୁ 'ଅପରେସନ୍ ସିନ୍ଦୂର' ସହ ଜଡ଼ିତ ଅନେକ ସୂଚନା ଦେଇଥିଲେ। ଏହି ସମୟରେ ସେ 'ଅପରେସନ୍ ସିନ୍ଦୂର' ଶେଷ ହୋଇନାହିଁ ବୋଲି କହିଥିବା ସାମ୍ନାକୁ ଆସିଛି। ରାଜନାଥ ସିଂହ କହିଛନ୍ତି ଯେ, "ଅପରେସନ ସିନ୍ଦୂର ଏଯାଏ ଶେଷ ହୋଇନାହିଁ। ଏହା ଆଗକୁ ଚାଲୁ ରହିବ। ପାକିସ୍ତାନ ଆକ୍ରମଣ କଲେ ଏହାର ଜବାବ୍ ଦିଆଯିବ। ଯଦିଓ ଭାରତ ଏହି ସମୟରେ ପରିସ୍ଥିତିକୁ ଆହୁରି ଖରାପ କରିବାକୁ ଚାହୁଁନାହିଁ, କିନ୍ତୁ ଯଦି ପାକିସ୍ତାନ ଆକ୍ରମଣ କରେ ତେବେ ଭାରତ ଏହାର ଜବାବ ଦେବ। ଏହି ଅପରେସନ ଚାଲୁ ରହିଥିବାରୁ ଏହା ସହ ଜଡ଼ିତ ସବିଶେଷ ତଥ୍ୟ ଦିଆଯାଇପାରିବ ନାହିଁ।"
ତେବେ ଭାରତ, ପାକିସ୍ତାନ ଏବଂ ପାକ-ଅଧିକୃତ କଶ୍ମୀରର ୯ଟି ସ୍ଥାନରେ ଏୟାରଷ୍ଟ୍ରାଇକ୍ କରି ଜୈଶ-ଏ-ମହମ୍ମଦ ଏବଂ ଲସ୍କର-ଏ-ତୈବାର ଆଡ୍ଡାକୁ ଧ୍ବଂସ କରିଥିଲା। ଏପ୍ରିଲ ୨୨ରେ ପହଲଗାମ୍ରେ ଆତଙ୍କବାଦୀ କରିଥିବା ଆକ୍ରମଣ ପରେ ଏହାର ପ୍ରତିଶୋଧ ନେବାକୁ ଏୟାରଷ୍ଟ୍ରାଇକ୍ କରିଥିଲା ଭାରତ। ଏପର୍ଯ୍ୟନ୍ତ ୧୦୦ଜଣ ଆତଙ୍କବାଦୀ ନିହତ ହୋଇଥିବା ବୈଠକରେ କହିଛନ୍ତି ରାଜନାଥ ସିଂହ।