Operation Sindoor: ପହଲଗାମର ପ୍ରତିଶୋଧ ନେଲା ଭାରତ

ଭାରତୀୟ ସେନାର ଶୌର୍ଯ୍ୟ ଓ ପରାକ୍ରମର ପ୍ରମାଣ । ଏ ବିସ୍ଫୋରଣ ପାକିସ୍ତାନ କରିଥିବା ନରସଂହାର ଜବାବ । ଏ ଚିତ୍ର ପହଲଗାମ ପ୍ରତିଶୋଧର ପ୍ରମାଣ । ଉରିର 11 ଦିନ ପରେ ସର୍ଜିକାଲ୍ ଷ୍ଟ୍ରାଇକ୍, ପୁଲୱାମାର 12 ଦିନ ପରେ ବାଲାକୋଟ୍ ଏୟାରଷ୍ଟ୍ରାଇକ୍, ଆଉ ପହଲଗାମର 15 ଦିନ ପରେ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ଏୟାରଷ୍ଟ୍ରାଇକ୍ । ଅପରେସନ ସିନ୍ଦୂର । ମଙ୍ଗଳବାର ରାତି ଗୋଟାଏ ପାଞ୍ଚରୁ ଗୋଟାଏ 30 - 25 ମିନିଟରେ ଧ୍ବସ୍ତ ହେଲା ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କର 9ଟି ଆଡ୍ଡା। ସୀମା ପାର୍ ନ କରି ପାକିସ୍ତାନ ସୀମାର 100 କିମି ଭିତର ଯାଏଁ ଏୟାର ଷ୍ଟ୍ରାଇକ୍ କଲା ଭାରତୀୟ ସେନା। ନିପାତ ହେଲେ 90ରୁ ଅଧିକ ଆତଙ୍କବାଦୀ।
ସେହି ମଙ୍ଗଳବାର ରାତିରେ ହିଁ ଭାରତୀୟ ସେନା କଲା ଅପରେସନ ସିନ୍ଦୂର, କାରଣ 22 ଏପ୍ରିଲ ମଙ୍ଗଳବାରରେ ହିଁ ପହଲଗାମରେ ଖୋଜି ଖୋଜି ହିନ୍ଦୁ ମହିଳାଙ୍କ ମଥାରୁ ସିନ୍ଦୂର ଲିଭାଇଥିଲେ ପିଶାଚ ଆତଙ୍କବାଦୀ। ଭାରତୀୟ ସେନାର ଅପରେସନକୁ ଭୂରି ଭୂରି ପ୍ରଶଂସା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । କହିଛନ୍ତି ଭାରତୀୟ ଶୌର୍ଯ୍ୟ ଓ ପରାକ୍ରମର ପରିଚୟ ଦେଇଛି । ଆମେ ସେମାନଙ୍କୁ ମାରିଛୁ ଯେଉଁମାନେ ଆମ ନିରୀହ ଲୋକଙ୍କୁ ମାରିଥିଲେ।ବୁଧବାର ସକାଳୁ ସକାଳୁ ସାରା ବିଶ୍ବ ସାମ୍ନାରେ ହୋଇସାରିଥିଲା ପାକିସ୍ତାନର ମିଛର ପର୍ଦ୍ଦାଫାସ୍। ଖୋଜି ଖୋଜି ଆତଙ୍କବାଦୀଙ୍କ ଠିକଣାକୁ ଟାର୍ଗେଟ୍ କରିଥିଲା ଭାରତୀୟ ସେନା।
📱 Get Argus News App
✨ଟାର୍ଗେଟ୍ -1
ମର୍କଜ ସୁଭାନଲ୍ଳା, ବାହାବଲପୁର
ସୀମାଠାରୁ 100 କିମି ଦୂର - ଜୈସ୍ ଏ ମହମ୍ମଦର ହେଡ୍ କ୍ବାର୍ଟର
ଏହିଠାରେ ହିଁ ରହିଛି ଜୈସ୍ ଏ ମହମ୍ମଦର ମୁଖ୍ୟ ମସୁଦ ଆଜହରର ବାସଭବନ
15 ଏକରର ଏ ସ୍ଥାନରେ ଦିଆଯାଉଥିଲା ଆତଙ୍କବାଦୀଙ୍କୁ ଟ୍ରେନିଂ
ପୁଲୱାମା ଆତଙ୍କବାଦୀ ଆକ୍ରମଣ ପାଇଁ ଏହିଠାରୁ ହୋଇଥିଲା ପ୍ଲାନିଂ
ଏଠି ହୋଇଥିବା ଭାରତୀୟ ସେନାର ଏୟାର ଷ୍ଟ୍ରାଇକରେ ନିପାତ ହୋଇଛନ୍ତି ଆତଙ୍କୀ ମସୁଦ ଆଜହରର ପରିବାରର 10 ଜଣ ସଦସ୍ୟ। ଆଉ ପରିବାର ସଦସ୍ୟଙ୍କୁ ହରାଇ ହତାଶ୍ ହୋଇପଡ଼ିଛି ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ।
ଟାର୍ଗେଟ୍ – 2
ମର୍କଜ ତୋଇବା, ମୁଦିରକେ, ପଞ୍ଜାବ
ଆତଙ୍କୀ ସଂଗଠନ ଲସ୍କର ଏ ତୋଇବାର ମୁଖ୍ୟାଳୟ
ସୀମାଠାରୁ 30 କିମି ଦୂର
82 ଏକର ପରିମିତ ଏ ଅଞ୍ଚଳରେ ବର୍ଷକୁ 1 ହଜାରରୁ ଅଧିକ ଆତଙ୍କବାଦୀଙ୍କୁ ଦିଆଯାଏ ଟ୍ରେନିଂ
ଟାର୍ଗେଟ୍ – 3
ତେହେରା କାଲାନ, ପଞ୍ଜାବ
ଜୈସ୍ ଏ ମହମ୍ମଦର ଆଡ୍ଡା
ଟାର୍ଗେଟ୍ – 4
ସିଆଲକୋଟ୍, ପଂଜାବ
ଆତଙ୍କୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ଆଡ୍ଡା
ଟାର୍ଗେଟ୍ – 5
ଭୀମ୍ବର, ପିଓକେ
ଲସ୍କର ଏ ତୋଇବାର ଆଡ୍ଡା
ଟାର୍ଗେଟ୍ – 6
କୋଟଲି, ପିଓକେ
ଜୈସ୍ ଏ ମହମ୍ମଦର ଆଡ୍ଡା
ଟାର୍ଗେଟ୍ – 7
କୋଟଲି, ପିଓକେ
ହିଜବୁଲ ମୁଜାହିଦ୍ଦିନର ଆଉ ଏକ ଆଡ୍ଡା
ଟାର୍ଗେଟ୍ – 8
ସୱାଇ ନଲ୍ଲା କ୍ୟାମ୍ପ, ମୁଜାଫରାବାଦ, ପିଓକେ
ଲସ୍କର ଏ ତୋଇବାର ସବୁଠାରୁ ପ୍ରମୁଖ ଆଡ୍ଡା
ଟାର୍ଗେଟ୍ - 9
ବିଲାଲ୍ କ୍ୟାମ୍ପ – ପିଓକେରେ ଜୈସ୍ ଏ ମହମ୍ମଦର ମୁଖ୍ୟ ଆଡ୍ଡା
ପଞ୍ଜାବ ପ୍ରାନ୍ତର ମୁରିଦକେ ଓ ମୁଜାଫରାବାଦର ସକାଳେ ଯେଉଁ ଫଟୋ ଆଉ ଭିଡିଓ ସାମ୍ନାକୁ ଆସିଲା । ମୁରିଦକେରେ ଭାରତୀୟ ଏୟାର ଷ୍ଟ୍ରାଇକ୍ ପରେ ସ୍ଥିତି ଗୁରୁତର ହୋଇଥିଲା । ହସ୍ପିଟାଲ ବାହାରେ ଆମ୍ବୁଲାନ୍ସର ଧାଡ଼ି ଲାଗିଥିଲା। ଖାସ୍ କଥା ହେଲା ଯେ ଏହା ଥିଲା ଭାରତର ତିନି ସେନାର ମିଳିତ ଅପରେସନ । ସେନା କହିଲା ଅପରେସନରେ ସେନା ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ୍ କଲା। ଯେଉଁଠାରୁ ଭାରତ ବିରୋଧରେ ଆତଙ୍କବାଦୀ ଆକ୍ରମଣର ଯୋଜନା ପ୍ରସ୍ତୁତ ଓ ନିର୍ଦ୍ଦେଶିତ କରାଯାଉଥିଲା। ସାରା ରାତି ଅପରେସନ ସିନ୍ଦୂର ଉପରେ ନଜର ରଖିଥିଲେ ପିଏମ୍ ମୋଦି।
ସୂତ୍ର ଅନୁସାରେ ଆକ୍ରମଣ ହୋଇଥିବା ସବୁ ଟାର୍ଗେଟକୁ ଚିହ୍ନଟ କରିଥିଲା ଭାରତର ଗୁଇନ୍ଦା ସଂସ୍ଥା RAW। ଯାହା ପରେ ଯୋଜନା ବଦ୍ଧ ବାବେ ଲସ୍କର ଓ ଜୈସ୍ ଏ ମହମ୍ମଦ ଉପରେ ଆକ୍ରମଣ କରାଗଲା। ଯେ କୌଣସି ପାଲଟା ଆକ୍ରମଣର ଜବାବ ଦେବାକୁ ଶ୍ରୀନଗର ସମେତ ପୁରା କାଶ୍ମୀରରେ ଲଗାତାର ସେନାର ବିମାନ ପାଟ୍ରୋଲିଂ କରୁଛି। ସେପଟେ ଏହି ଅପରେସନ ବାବଦରେ ଅଧିକ ସୂଚନା ଦେଲେ ଭାରତୀୟ ସେନାର ମହିଳା ଯୋଦ୍ଧା କର୍ଣ୍ଣଲ ସୋଫିଆ କୁରୈସୀ।