Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପାକିସ୍ତାନର ବିନାଶ ଆଣିଥିଲା ଅପରେସନ ସିନ୍ଦୂର, ଆତଙ୍କବାଦୀଙ୍କ ଆଡ୍ଡା ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲା ଭାରତୀୟ ବାୟୁସେନା

National

Operation Sindoor / ପାକିସ୍ତାନର ବିନାଶ ଆଣିଥିଲା ଅପରେସନ ସିନ୍ଦୂର, ଆତଙ୍କବାଦୀଙ୍କ ଆଡ୍ଡା ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲା ଭାରତୀୟ ବାୟୁସେନା

Bikash Mohanty
Browse all articles by Bikash Mohanty
·1 hour ago·2 min read
ପାକିସ୍ତାନର ବିନାଶ ଆଣିଥିଲା ଅପରେସନ ସିନ୍ଦୂର, ଆତଙ୍କବାଦୀଙ୍କ ଆଡ୍ଡା ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲା ଭାରତୀୟ ବାୟୁସେନା
Operation Sindoor

Key Points

ଅପରେସନ୍ ସିନ୍ଦୂରକୁ ବର୍ଷେ

ଆତଙ୍କବାଦୀଙ୍କୁ ଜବାବ ଦିଆଯିବ ପାଇଁ ହୋଇଥିଲା ‘ଅପରେସନ ସିନ୍ଦୂର’

ଆତଙ୍କବାଦୀଙ୍କ ଆଡ୍ଡା ଉପରେ ଭାରତୀୟ ବାୟୁସେନା ପ୍ରଚଣ୍ଡ ଆକ୍ରମଣ କରିଥିଲା

ମଙ୍ଗଳବାର ୨୦୨୫ ମେ’ ୬ ରାତିରେ ଭାରତ ଆରମ୍ଭ କରିଥିଲା ‘ଅପରେସନ ସିନ୍ଦୂର’
୦୭/୦୫,ଭୁବନେଶ୍ବର: ଆଜିକୁ ଠିକ୍ ବର୍ଷେ ତଳେ ଭାରତୀୟ ସେନା ପାକିସ୍ତାନୀ ଆତଙ୍କବାଦ ବିରୋଧରେ କରିଥିଲା ଏକ ବଡ଼ ଧରଣର ପ୍ରହାର । ପହଲଗାମରେ ନିରୀହ ପର୍ଯ୍ୟଟକଙ୍କ ରକ୍ତର ପ୍ରତିଶୋଧ ନେଇଥିଲା ଭାରତ । 'ଅପରେସନ୍ ସିନ୍ଦୂର'  ଯାହା ପାକିସ୍ତାନର ଅହଂକାରକୁ ଧୂଳିସାତ୍ କରିଦେଇଥିଲା

୨୨ ଏପ୍ରିଲ, ୨୦୨୫ । କାଶ୍ମୀରର ପହଲଗାମ ଉପତ୍ୟକାରେ ଖେଳିଯାଇଥିଲା ରକ୍ତର ହୋଲି । ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ ନିରୀହ ପର୍ଯ୍ୟଟକଙ୍କୁ ଧର୍ମ ପଚାରି ଗୁଳି କରିଥିଲେ । ଏହି ବର୍ବରକାଣ୍ଡରେ ୨୬ ଜଣ ପ୍ରାଣ ହରାଇଥିଲେ । ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା, କିନ୍ତୁ ଏଥର ଭାରତ ଚୁପ୍ ରହିବାର ନଥିଲା । ଠିକ୍ ୧୫ ଦିନ ପରେ, ମେ' ୭ ତାରିଖ ଭୋର ସମୟ । ଭାରତ ଆରମ୍ଭ କଲା 'ଅପରେସନ୍ ସିନ୍ଦୂର । ବ୍ରାହ୍ମୋସ ମିସାଇଲ୍ ଏବଂ ବାୟୁସେନାର ଘାତକ ପ୍ରହାରରେ ଥରି ଉଠିଲା ପାକିସ୍ତାନର ରାଓଲପିଣ୍ଡି ଏବଂ ଚକଲାଲା ଏୟାରବେସ୍ । କେବଳ ସେତିକି ନୁହେଁ, ପାକିସ୍ତାନ ଅଧିକୃତ କାଶ୍ମୀର ଏବଂ ପାକିସ୍ତାନ ଭିତରେ ଥିବା ୯ଟି ଆତଙ୍କବାଦୀ କ୍ୟାମ୍ପକୁ ମାଟିରେ ମିଶାଇ ଦେଲା ଭାରତୀୟ ସେନା । ଅପରେସନ ସିନ୍ଦୁରକୁ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଏହା କୋଟି କୋଟି ଭାରତୀୟଙ୍କ ଭାବନା। ଯେଉଁମାନେ ଆମ ମା ଓ ଭଉଣୀଙ୍କ ସିନ୍ଦୁର ଉଜାଡିଥିଲେ ଅପରେସନ ସିନ୍ଦୁର ହେଉଛି ତାର ଯବାବ ।

ପଢନ୍ତୁ ଏହି ଖବର: 'ବନ୍ଦେ ମାତରମ୍' କୁ ନେଇ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି; ଅପମାନ କଲେ ଯିବେ ଜେଲ୍!

ଆକ୍ରମଣର ଲକ୍ଷ୍ୟ ଲସ୍କର-ଇ-ତୋଏବା ଏବଂ ଜୈସ-ଇ-ମହମ୍ମଦର ପ୍ରମୁଖ ଘାଟି । ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ । ପ୍ରଥମ ଥର ପାଇଁ ପାକିସ୍ତାନ ଉପରେ ହୋଇଥିଲା ସିଧାସଳଖ ଆକ୍ରମଣ । ମେ' ୧୦ ତାରିଖ ସନ୍ଧ୍ୟାରେ ଭାରତ ନିଜ ସର୍ତ୍ତରେ ଅସ୍ତ୍ରବିରତି ଘୋଷଣା କରିଥିଲା । ଏହି ଅପରେସନ୍ ପାକିସ୍ତାନର 'ପ୍ରକ୍ସି ୱାର୍' ଏବଂ ପରମାଣୁ ଧମକର ଭୟକୁ ଶେଷ କରିଦେଇଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ କହିବା ଅନୁଯାୟୀ, ଭାରତ ନିଜ ସାମର୍ଥ୍ୟ ପ୍ରମାଣିତ କରିଛି ଏବଂ ଆବଶ୍ୟକ ପଡିଲେ ସୀମା ପାର୍ କରି ଶତ୍ରୁକୁ ମାରିବାକୁ ପଛାଇବ ନାହିଁ । ଅପରେସନ୍ ସିନ୍ଦୂର କେବଳ ଏକ ପ୍ରତିଶୋଧ ନଥିଲା, ଏହା ଥିଲା ନୂଆ ଭାରତର ସଂକଳ୍ପ ।"

ଆଜି 'ଅପରେସନ୍ ସିନ୍ଦୂର'କୁ ଏକ ବର୍ଷ ପୂରିଛି । ଶତ୍ରୁ ଦେଶ ପାଇଁ ଏହା ଏକ କଡ଼ା ଚେତାବନୀ ଯେ ଯଦି ଭାରତକୁ କେହି ଆଖି ଦେଖାଇବ, ତେବେ ତାର ପରିଣାମ ଭୟଙ୍କର ହେବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Operation Sindoor | Operation Sindoor | Operation Sindoor | Operation Sindoor: Indian Air Force Conducts Massive Strike on Terrorist Camps | Argus News