ମସୁଦ ଅଜହରର ପରିବାର ସଫା, ୧୪ ଜଣଙ୍କ ମୃତ୍ୟୁ

ଜୈଶ-ଇ- ମହମ୍ମଦର ପ୍ରତିଷ୍ଠାତା ମସୁଦ ଅଜହରର ୧୪ ଜଣ ପରିବାର ସଦସ୍ୟ ଅପରେଶନ୍ ସିନ୍ଦୂରରେ ପ୍ରାଣ ହରାଇଥିବା ସୂଚନା ମିଳିଛି। ଯାହା ପରେ ମସୁଦ ନିଜ ପରିବାର ଲୋକଙ୍କୁ ହରାଇ କାନ୍ଦୁଛି। ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ଯେ, ଯେଉଁ ନିରୀହ ଲୋକଙ୍କୁ ମାରି, କେତେକଙ୍କ ସିନ୍ଦୁର ପୋଛିଥିବା ମସୁଦ ଆଜି ନିଜ ପରିବାରକୁ ହରାଇ ଆଜି ସେମିତି କାନ୍ଦୁଛି। ମସୁଦର ପୁତୁରା (ମସୁଦ ଭାଇର ପୁଅ) ପ୍ରାଣ ହରାଇଥିବାବେଳେ ଭାରତର ମୋଷ୍ଟ ୱାଣ୍ଟେଡ୍ ଟେରୋରିଷ୍ଟ ରଫ୍ ଅସଗର ଅପରେଶନ୍ ସିନ୍ଦୁରରେ ଗୁରୁତର ଆହତ ହୋଇଥିବା ଗୋଇନ୍ଦା ସୂଚନାରୁ ଜଣାପଡ଼ିଛି ।
ପହଲଗାମ ଆକ୍ରମଣର ବଦଲା ନେଇଛି 'ଅପରେସନ୍ ସିନ୍ଦୂର'। ଭାରତୀୟ ବାୟୁ ସେନା ଓ ନୌସେନା ପକ୍ଷରୁ ପାକିସ୍ତାନ ଓ ପାକିସ୍ତାରନ ଅଧିକୃତ କଶ୍ମୀରରେ ଏହି ଅପରେସନ୍ କରାଯାଇଥିଲା । ପାଖାପାଖି ୨୫ ମିନିଟ ଧରି ଚାଲିଥିଲା ଏହି ଅପରେସନ୍ । ପହଲଗାମ୍ ଆକ୍ରମଣରେ ଜବାବ ଦେବା ଲାଗି ଭାରତୀୟ ସେନା ମଙ୍ଗଳବାର ବିଳମ୍ବିତ ରାତିରେ ଅପରେସନ୍ ସିନ୍ଦୂର କରିଥିଲା । ଯେଉଁଥିରେ ପାକିସ୍ତାନର ୯ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ ହୋଇଥିବା ଖବର ପ୍ରକାଶ ପାଇଛି । ବ୍ରହ୍ମୋସ ମିଶାଇଲ ମାଡ଼ କରି ଧ୍ୱଂସ କଲା ଆତଙ୍କବାଦୀଙ୍କଆଡ୍ଡା ସ୍ଥଳ। ପାକିସ୍ତାନ ଉପରେ ଏହି ଏୟାର ଷ୍ଟ୍ରାଇକ ପରେ ଦେଶରେ ଲେକେ ଖୁସି ମନାବଇବା ସହ କହିଛନ୍ତି ‘ଆମ ସହ ପଙ୍ଗା ନେଲେ, ଆମେ ଛାଡ଼ିବୁନି, ତମ ଦେଶ ଭିତରେ ପଶିକି ମାରିବୁ’।
📱 Get Argus News App
✨ପାକିସ୍ତାନରେ ଭାରତୀୟ ସେନାର ଏହି ରାତିଅଧିଆ ଆକ୍ରମଣ ପରେ ସବୁ ମହଲରେ ଭାରତକୁ ପ୍ରଶଂସା କରାଯାଉଛି। ପହଲଗାମରେ ପାକିସ୍ତାନ ଦ୍ୱାରା କରାଯାଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ମଧ୍ୟରାତ୍ରିରେ ପାକିସ୍ତାନ ଛାତିରେ ଭାରତର ଏହି ଏୟାରଷ୍ଟ୍ରାଇକ ଏବେ ପାକିସ୍ତାନର ନିଦ ହଜାଇ ଦେଇଛି।