Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବିରୋଧୀଙ୍କୁ ଧୋଇଲେ ମୋଦି ! ସାରା ବିଶ୍ୱ ସମର୍ଥନ କଲା, କେବଳ କଂଗ୍ରେସକୁ ହେଉନି ବିଶ୍ୱାସ

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
ବିରୋଧୀଙ୍କୁ ଧୋଇଲେ ମୋଦି ! ସାରା ବିଶ୍ୱ ସମର୍ଥନ କଲା, କେବଳ କଂଗ୍ରେସକୁ ହେଉନି ବିଶ୍ୱାସ

Key Points

ଭାରତ ଯେଉଁଭଳି ରଣନୀତି ପ୍ରସ୍ତୁତ କରିଥିଲା, ଠିକ୍ ସେହିଭଳି କାର୍ଯ୍ୟାନୁଷ୍ଠାନ ନେଇଛି ।

ଏପ୍ରିଲ ୨୨ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ଆମେ ମାତ୍ର ୨୨ ମିନିଟ ମଧ୍ୟରେ ନେଇଛୁ ।

ପାକିସ୍ତାନର କୋଣଅନୁକୋଣରେ ଥିବା ଆତଙ୍କୀ ଠିକଣାକୁ ଧ୍ୱଂସ କରିଛୁ ।

ଅପରେସନ୍ ସିନ୍ଦୂରକୁ ନେଇ ଲୋକସଭାରେ ଚାଲିଛି ଜୋରଦାର ହଙ୍ଗାମା । ସରକାର ଓ ବିରୋଧୀଙ୍କ ମଧ୍ୟରେ ଚାଲିଛି ଘମାଘୋଟ ଲଢ଼େଇ । କେହି କାହାରିକୁ ଛାଡ଼ିବାକୁ ନାରାଜ । ସରକାରଙ୍କୁ ପ୍ରତି କଥାରେ ଟାର୍ଗେଟ୍‌ କରୁଛନ୍ତି ବିରୋଧୀ । ଆଉ ବିରୋଧୀଙ୍କ ପ୍ରତି ପ୍ରଶ୍ନର ମୁହଁତୋଡ଼ ଜବାବ ଦେଉଛନ୍ତି ସରକାର ।

ଆଉ ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦି ଦେଇଛନ୍ତି ବଡ଼ ବୟାନ । ବିବୃତି ଆରମ୍ଭରୁ ସେନାର ପରାକ୍ରମକୁ ସାଲ୍ୟୁଟ କରିବା ସହ ବିରୋଧୀଙ୍କୁ ସିଧା ଟାର୍ଗେଟ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କହିଛନ୍ତି, ଗୃହରେ ଭାରତର ପକ୍ଷ ରଖିବାକୁ ଛିଡ଼ା ହୋଇଛି । ଯେଉଁମାନଙ୍କୁ ଭାରତର ପକ୍ଷ ଦେଖାଯାଉ ନାହିଁ, ସେମାନଙ୍କୁ ଆଇନ୍ ଦେଖାଇବାକୁ ମୁଁ ଛିଡ଼ା ହୋଇଛି ।

ଭାରତ ଯେଉଁଭଳି ରଣନୀତି ପ୍ରସ୍ତୁତ କରିଥିଲା, ଠିକ୍ ସେହିଭଳି କାର୍ଯ୍ୟାନୁଷ୍ଠାନ ନେଇଛି । ଏପ୍ରିଲ ୨୨ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ଆମେ ମାତ୍ର ୨୨ ମିନିଟ ମଧ୍ୟରେ ନେଇଛୁ । ପାକିସ୍ତାନର କୋଣଅନୁକୋଣରେ ଥିବା ଆତଙ୍କୀ ଠିକଣାକୁ ଧ୍ୱଂସ କରିଛୁ । ଯାହା ପରେ ଆତଙ୍କୀଙ୍କ ସର୍ଦାରଙ୍କ ନିଦ ହଜିଯାଇଛି । ଏବେବି ପାକିସ୍ତାନର ଅନେକ ଏୟାରବେସ ଅଚଳାବସ୍ଥାରେ ପଡ଼ିଛି । ଅପରେସନ୍ ସିନ୍ଦୂରକୁ ୧୯୦ ଦେଶ ସମର୍ଥନ କରିଛନ୍ତି । କେବଳ ତିନିଟି ଦେଶ ପାକିସ୍ତାନକୁ ସମର୍ଥନ କରିଛନ୍ତି । ସବୁଠାରୁ ବଡ଼ କଥା ହେଲା ,ବେ ବି

ମୋଦିଙ୍କ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ କଂଗ୍ରେସକୁ ଜବରଦସ୍ତ ଆଟାକ୍‌ କରିଛନ୍ତି । ସେ ଚୀନ୍ ଓ ପାକ୍ ଅଧିକୃତ କାଶ୍ମୀରକୁ ନେଇ କଂଗ୍ରେସକୁ ଘେରିଛନ୍ତି । କିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଭୁଲ ପାଇଁ ପିଓକେ ଗଠନ ହେଲା, ସେସବୁର ଟିକିନିକି ତଥ୍ୟ ରଖୁଛନ୍ତି ଗୃହମନ୍ତ୍ରୀ । କହିଛନ୍ତି, ଯଦି ପିଓକେର ଆଜି କୌଣସି ଅସ୍ଥିତ୍ବ ଅଛି, ତାହା କେବଳ ନେହରୁଙ୍କ ପାଇଁ । ସର୍ଦାର ବଲ୍ଲଭଭାଇ ପଟେଲ ଏହାକୁ ବିରୋଧ କରୁଥିଲେ । କିନ୍ତୁ ପଣ୍ଡିତ ନେହରୁ ମାମଲାକୁ ଜାତିସଂଘ ପର୍ଯ୍ୟନ୍ତ ନେଇ ଏହାକୁ ଅନ୍ତର୍ଜାତୀୟ ବିବାଦର ରୂପ ଦେଇଥିଲେ । ଯାହା ପରେ ୧୯୪୮ର କାଶ୍ମୀର ଯୁଦ୍ଧ ବିରତି ହୋଇଥୁଲା କହି ଟାର୍ଗେଟ୍ କରିଛନ୍ତି ଅମିତ ଶାହ ।

ଅନ୍ୟପଟେ ଅମିତ ଶାହା ଯେତେବେଳେ ସଂସଦରେ ଅପରେସନ୍‌ ସିନ୍ଦୁରକୁ ନେଇ ଯୁକ୍ତି ରଖିବାକୁ ଛିଡ଼ା ହୋଇଥିଲେ, ସେତେବେଳେ ବିରୋଧୀ ହୋହଲ୍ଲା କରିବା ଆରମ୍ଭ କରିଥିଲେ । ଯେଉଁଥିପାଇଁ ବିରୋଧୀଙ୍କୁ କଡ଼ା ଉତ୍ତର ଦେଇଥିଲେ ଶାହ । ଅମିତ ଶାହ ବିରୋଧୀଙ୍କୁ ପ୍ରଶ୍ନ କରିଥିଲେ ଏବଂ କହିଥିଲେ ଯେ 'ଆପଣ କହୁଥିଲେ ଯେ ପହଲଗାମ ଆକ୍ରମଣ ପରେ କେବଳ ରାହୁଲ ଗାନ୍ଧୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ଉପରେ, ମୁଁ ପଚାରିବାକୁ ଚାହୁଁଛି ଯେ ଆପଣଙ୍କ ଆଖି କେଉଁ ଚଷମା ଦେଇ ଦେଖୁଛି। ଆକ୍ରମଣ, ଦିନ ଗୋଟାଏରେ ହୋଇଥିଲା ଏବଂ ମୁଁ ସଂଧ୍ୟା ୫ଟାରେ ଶ୍ରୀନଗରରେ ଅବତରଣ କରିଥିଲି।'

ଅମିତ ଶାହଙ୍କ ଏହି ବୟାନ ପରେ ବିରୋଧୀ ଦଳଗୁଡ଼ିକର ହଙ୍ଗାମା ଆହୁରି ବଢ଼ିଗଲା। ତା'ପରେ ଶାହା ଚିଲ୍ଲେଇବାକୁ ଲାଗିଲେ, 'ଶୁଣ-ଶୁଣ, ତୁମକୁ ଶୁଣିବାକୁ ପଡ଼ିବ। ଏହା ଚିତ୍କାର କାମ କରିବ ନାହିଁ। ମୁଁ ତୁମର କଥା ମଧ୍ୟ ଶୁଣିଛି, ତେଣୁ ତୁମକୁ ମଧ୍ୟ ମୋ କଥା ଶୁଣିବାକୁ ପଡ଼ିବ। ଅମିତ ଶାହ କହିଥିଲେ ଯେ ଆକ୍ରମଣର ଗୋଟିଏ ଦିନ ପରେ ୨୩ ଏପ୍ରିଲରେ ସୁରକ୍ଷା ବାହିନୀ ସହିତ ଏକ ବୈଠକ ହୋଇଥିଲା । ସେତେବେଳେ ହିଁ ଆମେ ସ୍ଥିର କରିସାରିଥିଲୁ କାହାକୁ ଛଡାଯିବ ନାହିଁ।'

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Operation Sindoor: No world leader told India to stop Op Sindoor, says PM Modi | Argus News