Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Operation Sindoor: ୩୦୦ କି ୪୦୦ ନୁହେଁ,‍ ଆହୁରି ଅଧିକ ପାକିସ୍ତାନୀ ଡ୍ରୋନ ଖସାଇଛି ଭାରତ ! ଜାଣନ୍ତୁ କେତେ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Operation Sindoor: ୩୦୦ କି ୪୦୦ ନୁହେଁ,‍ ଆହୁରି ଅଧିକ ପାକିସ୍ତାନୀ ଡ୍ରୋନ ଖସାଇଛି ଭାରତ ! ଜାଣନ୍ତୁ କେତେ...

Key Points

ପ୍ରଥମେ କୁହାଯାଉଥିଲା ପାକିସ୍ତାନର ୩୦୦ରୁ ୪୦୦ ଡ୍ରୋନ ଖସାଇଛି ଭାରତ ।

ଅପରେସନ୍‌ ସିନ୍ଦୂରକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା । ପ୍ରତ୍ୟେକ ଭାରତୀୟ ଅପରେସନ୍‌ ସିନ୍ଦୂରକୁ ନେଇ ଗର୍ବ ଅନୁଭବ କରୁଛନ୍ତି । ପ୍ରାୟ ସମସ୍ତେ ଏହି ଅପରେସନ୍‌ ସିନ୍ଦୂର ବାବଦରେ ଅଳ୍ପେ ବହୁତେ ଜାଣିଛନ୍ତି । କିନ୍ତୁ ଏବେ ବି ଲୋକଙ୍କ ମନରେ ଅନେକ ଉତ୍କଣ୍ଠା ରହିଛି ଏହା ବିଷୟରେ ଜାଣିବାକୁ । ପାକିସ୍ତାନର କ'ଣ କ'ଣ କ୍ଷତି ଘାଟିଛି, କେତେ ମିସାଇଲ ମାଡ଼ ହେଲା, ପାକିସ୍ତାନର କେଉଁ ସ୍ଥାନକୁ ଭାରତ ଟାର୍ଗେଟ କରିଥିଲା । ଆଉ ଜବାବରେ ପାକିସ୍ତାନ କ'ଣ କଲା । ଭାରତର କିଛି ସ୍ଥାନରେ ମିସାଇଲ ମାଡ଼ ହୋଇଛି ନା ନାହିଁ, ସେନେଇ ଜାଣିବାକୁ ସମସ୍ତଙ୍କ ଆଗ୍ରହ ରହିଛି ।

ତେବେ ଏହି ସବୁ ଭିତରେ ଏବେ ଏକ ନୂଆ ତଥ୍ୟ ସାମ୍ନକୁ ଆସିଛି । ଯାହା ଶୁଣିଲେ ଆପଣ ବି ଅଶ୍ଚର୍ଯ୍ୟ ହେବେ । ପ୍ରଥମେ କୁହାଯାଉଥିଲା ପାକିସ୍ତାନର ୩୦୦ରୁ ୪୦୦ ଡ୍ରୋନ ଖସାଇଛି ଭାରତ । କିନ୍ତୁ ଏବେ ଯେଉଁ ରିପୋର୍ଟ ସାମ୍ନାକୁ ଆସିଛି, ସେଥିରୁ ଜଣାପଡ଼ିଛି ଭାରତ ୬୦୦ରୁ ଅଧିକ ଡ୍ରୋନକୁ ଆକାଶରେ ହିଁ ମାରି ଉଡ଼ାଇ ଦେଇଛି ।

ଏପ୍ରିଲ ୨୨ ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଭାରତ ‘ଅପରେସନ୍‌ ସିନ୍ଦୂର’ ଆରମ୍ଭ କରିଥିଲା। ଏହି ଅପରେସନ୍‌ ଅଧୀନରେ ପାକିସ୍ତାନ ଏବଂ ପିଓକେରେ ଆତଙ୍କବାଦୀଙ୍କ ଆଡ଼ା ସ୍ଥଳକୁ ଟାର୍ଗେଟ୍‌ କରି ଭାରତ ପ୍ରଚଣ୍ଡ ଆକ୍ରମଣ କରିଥିଲା। ଆକ୍ରମଣରେ ଶତାଧିକ ଆତଙ୍କବାଦୀ ନିପାତ ‌ହୋଇଥିଲେ। ‘ଅପରେସନ୍‌ ସିନ୍ଦୂର’ର ଜବାବ ଦେବାକୁ ଯାଇ ଭାରତର ସାମରିକ ପ୍ରତିଷ୍ଠାନ ଏବଂ ସାଧାରଣ ଜନବସତି ଅଞ୍ଚଳକୁ ଟାର୍ଗେଟ୍‌ କରିଥିଲା ପାକିସ୍ତାନ । ଭାରତରେ ଅନେକ ପ୍ରମୁଖ ସହରକୁ ଟାର୍ଗେଟ୍‌ କରି ଡ୍ରୋନ୍‌ ଆକ୍ରମଣ କରିଥିଲା । ଏମିତିକି କ୍ଷେପଣାସ୍ତ୍ର ମାଡ଼ କରିବାକୁ ଉଦ୍ୟମ କରିଥିଲା । ହେଲେ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥା ଏହାକୁ ପଣ୍ଡ କରିଦେଇଥିଲା।

ମିଳିଥିବା ସୂଚନାନୁଯାୟୀ ‘ଅପରେସନ୍‌ ସିନ୍ଦୂର’ ସମୟରେ ଭାରତର ପ୍ରତିରକ୍ଷା ବ୍ୟବସ୍ଥା ଦ୍ୱାରା ୬୦୦ରୁ ଅଧିକ ପାକିସ୍ତାନୀ ଡ୍ରୋନ୍‌କୁ ସଫଳତାର ସହ ନଷ୍ଟ କରାଯାଇଛି। ପାକିସ୍ତାନ ପଟୁ ଲଗାତାର ଡ୍ରୋନ୍‌ ଆକ୍ରମଣ ଉଦ୍ୟମ ହୋଇଥିବାରୁ ଭାରତୀୟ ସେନା ନିୟନ୍ତ୍ରଣ ରେଖା ଏବଂ ଅନ୍ତର୍ଜାତୀୟ ସୀମାରେ ୧ ହଜାରରୁ ଅଧିକ ଏଣ୍ଟି-ଏୟାରକ୍ରାଫ୍ଟ ଗନ୍‌ ମୁତୟନ କରି ଏକ ବିଶାଳ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ସକ୍ରିୟ କରିଥିଲେ। ସେହିପରି ୭୫୦ରୁ ଅଧିକ ସାମ୍‌ (ସରଫେସ୍‌ ଟୁ ସରଫେସ୍‌ ଏୟାର ମିସାଇଲ୍‌) ମୁତୟନ କରି ଏହାକୁ ଅଧିକ ସୁଦୃଢ଼ କରାଯାଇଥିଲା। ଆକାଶ ତୀର ବ୍ୟବସ୍ଥା ଦ୍ୱାରା ମଧ୍ୟ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଇଥିଲା।

ତେବେ ଭାରତର ମିସାଇଲ ମାଡ଼ରେ ପାକିସ୍ତାନ ବେହାଲ ହେବା ପରେ ଅସ୍ତ୍ରବିରତି ପାଇଁ ନେହୁରା ହୋଇଥିଲା । ଯାହାଫଳରେ ଅପରେସନ୍‌ ସିନ୍ଦୂରକୁ ସ୍ଥାଗିତ ରଖାଯାଇଛି। କିନ୍ତୁ ଭାରତ ପକ୍ଷରୁ ପାକିସ୍ତାନକୁ କଡ଼ା ଚେତାବନୀ ଦିଆଯାଇଛି, ଏଥର ଉଁ ଚୁଁ ହେଲେ ଆହୁରି ଭୟଙ୍କର ଆକ୍ରମଣ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Operation Sindoor: Not 300 or 400, India is shooting down more Pakistani drones! Find out how many... | Argus News