Operation Sindoor: ଦାୟିତ୍ୱହୀନ ପାକିସ୍ତାନ ଉପରେ ଲାଗିବ ପରମାଣୁ ଅସ୍ତ୍ର କଟକଣା !

Key Points
-ଅପରେସନ ସିନ୍ଦୁର ପରେ ପାକିସ୍ତାନର ପରମାଣୁ ଅସ୍ତ୍ର ଏବେ ପ୍ରଶ୍ନ ଘେରରେ ।
ବହୁତ ହୋଇଗଲା ପାକିସ୍ତାନର ଆଟମ୍ ବମ୍ ଆଟାକର ଧମକ । ଏବେ ପାକିସ୍ତାନ ଉପରେ ଲାଗିବ ପରମାଣୁ ଅସ୍ତ୍ର କଟକଣା । କଣ ପାକିସ୍ତାନ ଏବେ ନିଜ ପରମାଣ ଅସ୍ତ୍ର ପାଇଁ ଧରିବ ଅନ୍ୟର ଗୋଡ଼ ? ପାକିସ୍ତାନ ହାତରୁ କଣ ଛଡ଼ାଇ ନିଆଯିବ ପରମାଣୁ ଅସ୍ତ୍ର ନିୟନ୍ତ୍ରଣ ? କାହିଁକି ଏବେ ପ୍ରଶ୍ନ ଘେରରେ ପାକିସ୍ତାନର ପରମାଣୁ ପଲିସି ?
ଅପରେସନ ସିନ୍ଦୁର ପରେ ପାକିସ୍ତାନର ପରମାଣୁ ଅସ୍ତ୍ର ଏବେ ପ୍ରଶ୍ନ ଘେରରେ। କଣ ପାକିସ୍ତାନ ପାଖରୁ ତାର ପରମାଣୁ ଅସ୍ତ୍ରର କଣ୍ଟ୍ରୋଲ ଛଡ଼ାଇ ନିଆଯିବା ବେଳ ଆସିଯାଇଛି। ଅର୍ଥାତ ପରମାଣୁ ଅସ୍ତ୍ର ପାକିସ୍ତାନରେ ରହିବ କିନ୍ତୁ ତାକୁ ପ୍ରୟୋଗ କରିବାର ଅନୁମତି ଆଉ କାହାଠାରୁ ନେବାକୁ ପଡ଼ିବ। ଯେଉଁଭଳି ଭାବେ ପାକିସ୍ତାନ ଯେକୌଣସି ଛୋଟମୋଟ କୁଜି ନେତା କଥାକଥାରେ ପରମାଣୁ ଆକ୍ରମଣର ଧମକ ଦେଉଛନ୍ତି। ସେଥିପାଇଁ ଏବେ ପାକିସ୍ତାନର ପରମାଣ ଅସ୍ତ୍ରକୁ ସୁରକ୍ଷିତ କଣ୍ଟ୍ରୋଲରେ ରଖିବା କଥା ଉଠିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଶ୍ନ ଉଠାଇଛନ୍ତି, କଣ ଏକ ଅସଭ୍ୟ ତଥା ଦାୟିତ୍ବହୀନ ଦେଶର ନିୟନ୍ତ୍ରଣରେ ପରମାଣ ଅସ୍ତ୍ର ରହିବା ଉଚିତ?
ଭାରତର ଅପରେସନ ସିନ୍ଦୁର ପାକିସ୍ତାନର ସାମରିକ ଶକ୍ତିର କରିଦେଇଛି ବ୍ୟାପକ କ୍ଷତି। ଏପରିକି ତାର ପରମାଣୁ ଅସ୍ତ୍ରଶସ୍ତ୍ର ଆଡ୍ଡାର ଖୁବ ପାଖରେ ମିସାଇଲ୍ ଆଟାକ୍ କରିଛି ଭାରତ। ଏକଥା ବି ଚର୍ଚ୍ଚା ହେଲା ପାକିସ୍ତାନର ପରମାଣୁ ଭଣ୍ଡାରରୁ ପରମାଣୁ ବିକିରଣ ଲିକ୍ ହୋଇଛି। ଅବଶ୍ୟ ଏବେ ଇଣ୍ଟରନ୍ୟାସନାଲ ଆଟମିକ୍ ଏନର୍ଜୀ ଏଜେନ୍ସୀ ବା ଆଇଏଇଏ ସ୍ପଷ୍ଟ କରିଦେଇଛି ପାକିସ୍ତାନରେ କୌଣସି ପରମାଣୁ ବିକିରଣ ହୋଇନି। ଯଦିଓ ପାକିସ୍ତାନରେ ପରମାଣୁ ବିକିରଣ ହୋଇନି କିନ୍ତୁ ପାକିସ୍ତାନର ପରମାଣୁ ଅସ୍ତ୍ରକୁ ନେଇ ଏବେ ପ୍ରଶ୍ନ ଉଠିଛି।
ପ୍ରଶ୍ନ ହେଉଛି ପାକିସ୍ତାନ ହାତରେ କଣ ପରମାଣୁ ଅସ୍ତ୍ରଶସ୍ତ୍ର ସୁରକ୍ଷିତ ? ପାକିସ୍ତାନ ହାତରୁ ପରମାଣ ଅସ୍ତ୍ରର କଣ୍ଟ୍ରୋଲ ଛଡ଼ାଇ ନେବାର ସମୟ ଆସିଛି କି ? ପାକିସ୍ତାନ ଏକ ଦାୟିତ୍ବହୀନ ଦେଶ। ତାର ପରମାଣ ଅସ୍ତ୍ର ସୁରକ୍ଷିତ ନୁହେଁ। କୁହାଯାଏ ମଣିଷକୁ ଭାବିଚିନ୍ତି ବଯାନ ଦେବା ଉଚିତ। ଫଳରେ ତାକୁ ଭବିଷ୍ୟତରେ ପସ୍ତାଇବାକୁ ପଡ଼ିବନି। ଏବେ ପାକିସ୍ତାନ ସହ ସେଇଆ ହିଁ ଘଟୁଛି। ପ୍ରଥମେ ଯେତେବେଳେ ଭାରତ ପହଲଗାମ ଆକ୍ରମଣର ପ୍ରତିଶୋଧ ନେବା କଥା କହିଲା ପାକିସ୍ତାନର ସବୁ ନେତା ସିଧା ପରମାଣୁ ଆକ୍ରମଣର ଧମକ ଦେବା ଆରମ୍ଭ କରିଦେଲେ। ଏବେ ପାକିସ୍ତାନୀ ନେତାଙ୍କର ସେହି ବେଲଗାମ୍ ବୟାନର ମୂଲ୍ୟ ଦେବାକୁ ପଡ଼ିପାରେ।
ଭାରତ ଯେତେବେଳେ ପାକିସ୍ତାନ ପାଳିଥିବା ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କଥା ଉଠାଇଛି ସର୍ବପ୍ରଥମେ ପାକିସ୍ତାନ ନ୍ୟୁକ୍ଲିଅର ପାୱାର ହେବାର ଧମକ ଦେଇଥାଏ। ଯେତେବେଳେ କି ଭାରତ- ପାକିସ୍ତାନ ଉଭୟଙ୍କ ପାଖରେ ରହିଛି ପରମାଣ ଅସ୍ତ୍ର। କିନ୍ତୁ ଭାରତ ପକ୍ଷରୁ କେବେବି ପରମାଣ ଅସ୍ତ୍ର ନେଇ କାହାକୁ ଧମକ ଦିଆଯାଇନି। ସେଥିପାଇଁ ପ୍ରତିରକ୍ଷା ମନ୍ତ୍ରୀ ପାକିସ୍ତାନର ପରମାଣୁ ଅସ୍ତ୍ରକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଆଉ ଦାବି କରିଛନ୍ତି ପାକିସ୍ତାନର ପରମାଣୁ ଅସ୍ତ୍ରଶସ୍ତ୍ର ଉପରେ ଇଣ୍ଟରନ୍ୟାସନାଲ ଆଟମିକ୍ ଏନର୍ଜୀ ଏଜେନ୍ସୀ ନଜର ରଖିବା ଦରକାର।
ନିଜ ସୁରକ୍ଷା ଉପରେ ବିପଦ ଆସିଲେ ପରମାଣୁ ଅସ୍ତ୍ର ପ୍ରୟୋଗ ନେଇ ପାକିସ୍ତାନର ପଲିସି ରହିଛି। ଏହାକୁ ଫାଷ୍ଟ ୟୁଜ ପଲିସି କୁହାଯାଏ। ଯେତେବେଳ କି ଭାରତ ସବୁବେଳେ ଜବାବି କାର୍ଯ୍ୟନୁଷ୍ଠାନ ଭାବେ ପରମାଣୁ ଅସ୍ତ୍ର ପ୍ରୟୋଗ କଥା କହିଆସିଛି। ଆଉ ଏହା ଆମ ଦେଶର ନିର୍ଦ୍ଧାରିତ ନୀତି। ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନର ପ୍ରଥମେ ପରମାଣ ଅସ୍ତ୍ର ପ୍ରୟୋଗ ନୀତିକୁ ନ୍ୟୁକ୍ଲିଅର ବ୍ଲାକମେଲ ବୋଲି କହିଛନ୍ତି।
ଇଣ୍ଟରନ୍ୟାସନାଲ ଆଟମିକ୍ ଏନର୍ଜୀ ଏଜେନ୍ସୀ ଏକ ସ୍ବାଧୀନ ସଂସ୍ଥା। ଯିଏ ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ବ୍ୟବହାର ଏବଂ ପରମାଣୁ ଅସ୍ତ୍ରର ପ୍ରସାର ରୋକିବା ଦିଗରେ କାମ କରୁଛି। ୨୯ ଜୁଲାଇ ୧୯୫୭ରେ ଏହା ପ୍ରତିଷ୍ଠା କରାଯାଇଥିଲା। ଏହାର ମୁଖ୍ୟାଳୟ ଅଷ୍ଟ୍ରିଆର ଭିଏନାରେ ରହିଛି। ଆଇଏଇଏ ମିଳିତ ଜାତିସଂଘର ଏକ ସହଯୋଗୀ ସଂଗଠନ। ବିଶ୍ବର ୧୭୮ଟି ଦେଶ ଏହାର ସଦସ୍ୟ। ଯଦି ଭାରତ ପାକିସ୍ତାନର ପରମାଣ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ କଥା ଉଠାଉଛି ତା ପଛରେ ନିଶ୍ଚିତ ଭାରତର କିଛି ବଡ଼ ରଣନୀତି ରହିଛି।