Operation Sindoor: ପାକିସ୍ତାନକୁ ଧୂଳି ଚଟାଇଛି ଓଡ଼ିଶା ଡ୍ରୋନ୍, ଜାଣନ୍ତୁ କେଉଁ କମ୍ପାନୀ କରିଥିଲା ପ୍ରସ୍ତୁତ...

Key Points
ଅପରେସନ ସିନ୍ଦୂରରେ ଅତ୍ୟନ୍ତ ଗୁରୁତ୍ବପୁର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଏହି ଡ୍ରୋନ୍ ।
ଅପରେସନ ସିନ୍ଦୂରରେ ବ୍ୟବହାର ହୋଇଥିଲା ଓଡ଼ିଶା ନିର୍ମିତ ଡ୍ରୋନ । ସଂପୂର୍ଣ୍ଣ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଡ୍ରୋନ । ଓଡ଼ିଶାର ଏକ ଷ୍ଟାଟଅପ୍ କମ୍ପାନୀ IG ଡ୍ରୋନ୍ସ ଏହାକୁ ନିର୍ମାଣ କରିଛନ୍ତି । ଷ୍ଟାର୍ଟଅପ୍ ଟିମକୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । Xରେ ପୋଷ୍ଟ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଓଡ଼ିଶା ମାଟିରେ ନିର୍ମାଣ ହୋଇଛି ଏହି ସ୍ବଦେଶୀ ଡ୍ରୋନ । ଅପରେସନ ସିନ୍ଦୂରରେ ଅତ୍ୟନ୍ତ ଗୁରୁତ୍ବପୁର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ଏହି ଡ୍ରୋନ୍ । ଟିମର ଏହି କାର୍ଯ୍ୟ ପ୍ରଯୁକ୍ତିବିଦ୍ୟାରେ କ୍ଷେତ୍ରରେ ଭାରତକୁ ଆଗକୁ ନେବାରେ ବେସ୍ ସହାୟକ ହେବ ।
Kudos to @bodhi_ig and the entire @IGDrones team. You've made the nation proud. It's deeply satisfying to witness a homegrown Odisha startup playing a pivotal role in #OperationSindoor, showcasing India's indigenous drone capabilities in action.
Innovation and entrepreneurship… https://t.co/lsepedB4O6
📱 Get Argus News App
✨ଅନ୍ୟପଟେ ଆଜି ପୁଣି ପାକିସ୍ତାନକୁ ଶାହଙ୍କ ସିଧା ଚେତାବନୀ । ଗୁଜରାଟ ଗାନ୍ଧିନଗରରେ ଆତଙ୍କବାଦ ବିରୋଧରେ ଗର୍ଜିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ 'ଅପରେସନ୍ ସିନ୍ଦୂର' ସଫଳ ହୋଇଛି କହିବା ସହ ଆତଙ୍କବାଦର ମୂଳୋତ୍ପାଟନ ପାଇଁ ସମୟ ଉପନୀତ ବୋଲି କହିଛନ୍ତି ଶାହ । 'ଅପରେସନ୍ ସିନ୍ଦୂର' ସଫଳ କରିଥିବାରୁ ଭାରତୀୟ ସେନାକୁ ପୁଣି ସାଲ୍ୟୁଟ୍ କରିଛନ୍ତି ଶାହ ।
ଆତଙ୍କୀଙ୍କୁ ଛାଡ଼ିବନି ଭାରତ, ଏବେ ଭୟଭୀତ ପାକିସ୍ତାନ । କାଶ୍ମୀରରୁ କଚ୍ଛ ଯାଏଁ ଆମର ଏୟାର ଡିଫେନ୍ସ ସିଷ୍ଟମ୍ ମଜଭୁତ୍ ରହିଛି । ଆମେ କାହାର ପରମାଣୁ ଧମକକୁ ଡରିଯାଇନୁ ବୋଲି କହିଛନ୍ତି ଅମିତ ଶାହ । ପହଲଗାମ୍ର ବଦ୍ଲା 'ଅପରେସନ୍ ସିନ୍ଦୂର'ରେ ନେଇଛି ଭାରତ । ସାରା ବିଶ୍ଵ ଦେଖିଲା ପାକିସ୍ତାନର ଦୁର୍ଦ୍ଦଶା । ଧୂଳିସାତ୍ ହୋଇଛି ପାକିସ୍ତାନର ଏୟାରବେସ । ପାକ୍ ସୀମାରୁ 100 କିମି ଭିତରେ ପଶି ଆଟାକ୍ କରିଥିଲେ ଭାରତୀୟ ସେନା । ଆମ ସଂସ୍କାର ଅନୁଯାୟୀ ଆମେ ଜବାବ ଦେଇଛୁ, ଆତଙ୍କୀଙ୍କୁ ନିପାତ କରିଛୁ ବୋଲି କହିଛନ୍ତି ଅମିତ ଶାହ ।