Operation Sindoor: ଭାରତର ଏୟାର ଷ୍ଟ୍ରାଇକ୍କୁ ଆଉ ଅଟକାଇପାରିବନି ପାକିସ୍ତାନ

ଭାରତର ଆକ୍ରମଣରେ ଥରହର ହେଲାଣି ପାକିସ୍ତାନ। ପାକିସ୍ତାନକୁ ମାରି ମାରି ତାର ଅଣ୍ଟା ଭାଙ୍ଗିଦେଲାଣି ଭାରତ । ପହଲଗାମ ଆତଙ୍କବାଦୀ ଆକ୍ରମଣର ବଦ୍ଲା, ଭାରତ ଏମିତି ନେବ ବୋଲି କେହି କେବେ କଳ୍ପନା କରିନଥିଲେ । ପ୍ରଥମେ ରାତି ଅଧରେ ପାକିସ୍ତାନ ଭିତରେ ପଶି ୯ଟି ଆତଙ୍କୀ ମୁ୍ଖ୍ୟାାଳୟକୁ ଭାରତ ମାଟିରେ ମିଶାଇବା ପରେ ଆଜି ପୁଣି ପାକିସ୍ତାନ ଉପରେ ନିଆଁ ବର୍ଷା କରିଛି ଭାରତ । ମଙ୍ଗଳବାର ମଧ୍ୟରାତ୍ରରେ ଆରମ୍ଭ କରିଥିବା ଅପରେସନ୍ ସିନ୍ଦୂର ଏବେ ବି ଜାରି ରଖିଛି ଦେଶ ।
ତେବେ ଏହାରି ଭିତରେ ଖବର ଆସୁଛି, ପାକିସ୍ତାନର ଅଣ୍ଟା ଭାଙ୍ଗିଦେଇଛି ଭାରତ । ପାକିସ୍ତାନୀ ସେନାର ଏୟାର ଡିଫେନ୍ସ ସିଷ୍ଟମ ଧ୍ବଂସ କରିଛି ଭାରତ। ଭାରତର ଆକ୍ରମଣରେ ସିଆଲକୋଟ, ଲାହୋର ଏବଂ ପାକିସ୍ତାନର ଅନ୍ୟ ଏକ ସହରରେ ଥିବା ଏୟାର ଡିଫେନ୍ସ ସିଷ୍ଟମ ଧ୍ୱଂସ କରିଛି ଭାରତ ।
ଗୋଟିଏ ପଟେ ଭାରତର ଏୟାର ଡିଫେନ୍ସ ସିଷ୍ଟମ୍ S-400 ପାକିସ୍ତାନର ସମସ୍ତ ଆଟାକକୁ ବିଫଳ କରିଥିବା ବେଳେ ଶତପ୍ରତିଶତ ପାସ୍ କରିଛି । ହେଲେ ପାକିସ୍ତାନ ବ୍ୟବହାର କରୁଥିବା ଚାଇନୀଜ୍ ଏୟାର ଡିଫେନ୍ସ ସିଷ୍ଟମ୍ HQ-9 ସମ୍ପୂର୍ଣ୍ଣ ବିଫଳ ହୋଇଛି । ଚୀନ ନିର୍ମିତ ଏହି ଏୟାର ଡିଫେନ୍ସ ସିଷ୍ଟମ୍କୁ ୧୬ଶହ କୋଟି ଟଙ୍କାରେ କିଣିଥିଲା ପାକିସ୍ତାନ। ଲାହୋର, ସିଆଲକୋଟ ଓ ରାୱଲ ପିଣ୍ଡିଠାରେ ଥିବା ତାର ଗୁରୁତ୍ବପୂର୍ଣ୍ଣ ସାମରିକ ବେସ୍ ଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଏହି ଏୟାର ଡିଫେନ୍ସ ସିଷ୍ଟମକୁ ମୁତୟନ କରାଯାଇଥିଲା। କିନ୍ତୁ ଭାରତ ପକ୍ଷରୁ ଏହି ସିଷ୍ଟମକୁ ଧ୍ବସ୍ତ କରିଦିଆଯାଇଛି।
ଡ୍ରୋନ ଆକ୍ରମଣରେ ପାକିସ୍ତାନୀ ସେନାର ଏଚକ୍ୟୁ-୯ ମିସାଇଲ୍ ଡିଫେନ୍ସ ସିଷ୍ଟମ ୟୁନିଟଗୁଡ଼ିକୁ ପ୍ରବଳ କ୍ଷତି ସହିବାକୁ ପଡିଛି। ଲାହୋର ବ୍ୟତୀତ ଗୁଜରାନୱାଲା, ରାୱଲପିଣ୍ଡି, ଚକୱାଲ, ବାବାହାୱଲପୁର, ମିଆଁୱାଲି, କରାଚୀ, ଚୋର, ମିଆଁନୋ ଏବଂ ଆଟୋକରେ ମଧ୍ୟ ଭାରତ ପକ୍ଷରୁ ଡ୍ରୋନ ଆକ୍ରମଣ ହୋଇଛି।
ଭାରତ ସରକାର ଏକ ସରକାରୀ ବିବୃତି ଜାରି କରି କହିଛନ୍ତି, "ଆଜି ସକାଳେ ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନର ଅନେକ ସ୍ଥାନରେ ଏୟାର ଡିଫେନ୍ସ ରାଡାର ଓ ସିଷ୍ଟମକୁ ଟାର୍ଗେଟ କରିଥିଲେ। ଲାହୋରରେ ଏକ ଏୟାର ଡିଫେନ୍ସ ସିଷ୍ଟମକୁ ଧ୍ବଂସ କରିଦିଆଯାଇଛି।"

ଅନ୍ୟପଟେ ଭାରତର ଏୟାର ଡିଫେନ୍ସ ସିଷ୍ଟମ S-400 କେତେ ଶକ୍ତିଶାଳି ଆସନ୍ତୁ ଜାଣିବା । ପ୍ରଥମ କଥା ହେଉଛି ରୂଷ ନିର୍ମିତ ଏହି ଏୟାର ଡିଫେନ୍ସ ସିଷ୍ଟମ୍ ସ୍ବୟଂ ଚାଳିତ। ଏହାକୁ ସହଜରେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରାଯାଇପାରିବ। ଏସ୍- ୪୦୦ ରେ ୩୦୦ରୁ ଅଧିକ ୪ ପ୍ରକାରର ମିସାଇଲ ଥାଏ। ଯେଉଁଗୁଡ଼ିକର ମାରକ କ୍ଷମତା ଅଲଗା ଅଲଗା। ୫୦ କିଲୋମିଟରରୁ ୪୦୦ କିଲୋମିଟର ମାରକ କ୍ଷମତା ବିଶିଷ୍ଟ ମିସାଇଲ ଏହି ଡିଫେନ୍ସ ସିଷ୍ଟମରେ ସାମିଲ ଥାଏ।
ଏଥିରେ ଲାଗିଥିବା ଶକ୍ତିଶାଳୀ ଇଣ୍ଟେଲିଜେଣ୍ଟ ରାଡାର ସିଷ୍ଟମ ଆକାଶ ମାର୍ଗରେ ହେଉଥିବା କୌଣସି ଆଟାକକୁ ସହଜରେ ଟ୍ରାକ୍ କରିପାରେ। ଶତ୍ରୁ ପକ୍ଷର ଫାଇଟର ଜେଟ୍, ମିସାଇଲ, ରକେଟ୍ କିମ୍ବା ଡ୍ରୋନକୁ ତତକ୍ଷଣାତ୍ ଟ୍ରାକ୍ କରିପାରେ ଏସ୍- ୪୦୦ ରେ ଲାଗିଥିବା ଶକ୍ତିଶାଳୀ ରାଡାର। ଶତ୍ରୁ କେଉଁ ଦିଗରୁ କରୁଛି ଆକ୍ରମଣ ତାହା ସଠିକ୍ ଭାବେ ତତକ୍ଷଣାତ ନିରୂପଣ କରି ଆକାଶ ମାର୍ଗରେ ହିଁ ଧ୍ବଂସ କରିଦେଇପାରେ। ଏକସଙ୍ଗରେ ୮୦ଟି ଟାର୍ଗେଟକୁ ଧ୍ବସ କରିବାର କ୍ଷମତା ରହିଛି ଏସ୍- ୪୦୦ର।