Operation Sindoor: ଜଣଙ୍କର Ego ହର୍ଟ ହେଲା ବୋଲି ପାକିସ୍ତାନ କରିଥିଲା ଅସ୍ତ୍ରବିରତି ଉଲଂଘନ !

Key Points
କାହିଁକି ଅସ୍ତ୍ରବିରତି ପରେ ବି ଆଟାକ୍ କଲା ପାକିସ୍ତାନ ?
ମେ' ୭ ତାରିଖ । ରାତି ୧.୦୫ । ଆରମ୍ଭ ହେଲା ଅପରେସନ୍ ସିନ୍ଦୁର । ରାତି ୧.୩୦ ମିଶନ ସକ୍ସେସଫୁଲ । ଏଇ ୨୫ ମିନିଟ ଭିତରେ ପାକିସ୍ତାନର ୯ଟି ଆତଙ୍କବାଦୀ ଅଡ୍ଡା ଧ୍ୱସ୍ତ କରିଦିଏ ଭାରତ । ଏହାପରେ ରକ୍ତ ଚାଉଳ ଚୋବାଇଲା ପାକିସ୍ତାନ । ରାଗ ଜର୍ଜରିତ ହୋଇ ଭାରତ ଉପରେ ଆରମ୍ଭ କଲା ଆଟାକ୍ । ମେ ୮ ତାରିଖ ସନ୍ଧ୍ୟା ହେଉ ହେଉ ଭାରତ ଉପରେ ଆକ୍ରମଣ ପାଇଁ ଶହ ଶହ ଡ୍ରୋନ ପଠାଇଲା ପାକିସ୍ତାନ । ହେଲେ ସେସବୁ ଡ୍ରୋନକୁ ଭାରତ ଆକାଶରେ ହିଁ ଧୁଆଁ ଧରିଦେଲା । ଅର୍ଥାତ ପାକିସ୍ତାନ ସବୁ ଆକ୍ରମଣ ବିଫଳ ହେଲା ।
ତାପରେ ପୁଣି ଭାରତ ପ୍ରତିଆକ୍ରମଣ କଲା । ଆଉ ଏଥିରେ ମଧ୍ୟ ଭାରତ ସଫଳ ହେଲା । କିନ୍ତୁ ପାକିସ୍ତାନ କିଛି କରିପାରିଲା ନାହିଁ । ତା' ପରଦିନ ବି ସେମିତି ଚାଲେ । ଆଉ ଏହି ଦୁଇ ତିନି ଦିନ ଭିତରେ ପାକିସ୍ତାନ ଅନେକ କିଛି କ୍ଷତି ସହେ । ଯେମିତିକି କୁହାଯାଉଛି ପାକିସ୍ତାନର ପରମାଣୁ କେନ୍ଦ୍ର ଉପରେ ଆଘାତ ଦେଇଛି ଭାରତର ମିସାଇଲ । ଆଉ ଏଥିରେ ବାଁ ବାଁ ହୋଇଯାଏ ପାକିସ୍ତାନ । ଯାହାଫଳରେ ସେ ଅସ୍ତ୍ରବିରତି ପାଇଁ ଗୁହାରି କରେ । ତାପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଡିଜିଏମ୍ଓ ସ୍ତରରେ ଆଲୋଚନା ହୁଏ ।
ମେ ୧୦ ତାରିଖ ଅସ୍ତ୍ର ବିରତି ପାଇଁ ଘୋଷଣା ହୁଏ । ଦୁଇ ଦେଶ ଏଥିରେ ସହମତି ପ୍ରକାଶ କରନ୍ତି । କିନ୍ତୁ ଏହି ଘୋଷଣାର ମାତ୍ର ଦୁଇ ଘଣ୍ଟା ପରେ ପୁଣି ପାକିସ୍ତାନ ଡ୍ରୋନ ଆଟାକ୍ ଆରମ୍ଭ କରେ । ଯାହାର କଡ଼ା ଜବାବ ଦିଏ ଭାରତ । ଏହାଛଡ଼ା ଏଲଓସିରେ ବି ଗୋଳାବର୍ଷଣ କରିଥିଲା ପାକିସ୍ତାନ । ଏହା ପରଦିନ ବି ପାକିସ୍ତାନ ପକ୍ଷରୁ ଡ୍ରୋନ ଆଟାକ୍ କରାଯାଇଥିଲା । ଯୁଦ୍ଧ ବିରତି ଘୋଷଣା ପରେ ବି ପାକିସ୍ତାନ ଅସ୍ତ୍ରବିରତି ନିୟମ ଉଲ୍ଲଙ୍ଘନକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ।
ତେବେ ଏଠି ପ୍ରଶ୍ନ କାହିଁକି ଅସ୍ତ୍ରବିରତି ପରେ ବି ପାକିସ୍ତାନ ଆଟାକ୍ କଲା । କ'ଣ ଏହା ପଛରେ ଉଦ୍ଦେଶ୍ୟ ? କିଏ ଏଥିପାଇଁ ପାକିସ୍ତାନକୁ ଉସକାଇଥିଲା ? ସେନେଇ ଖୋଳତାଡ଼ କରୁ କରୁ ସାମ୍ନାକୁ ଆସିଲା ଚୀନ୍ର ଭୂମିକା ।
ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ ଥିବା ଜଣାଯାଇଛି । ଚୀନ ପାକିସ୍ତାନର ଏକ ସମର୍ଥକ ରାଷ୍ଟ୍ର । କିନ୍ତୁ ଚୀନକୁ ନଜଣାଇ ଆମେରିକା ସହାୟତାରେ ଅଥବା ସିଧାସଳଖ ଭାରତ ସହ କଥାବାର୍ତ୍ତା କରି ଯୁଦ୍ଧବିରତି ଘୋଷଣା କରିଥିଲା ପାକିସ୍ତାନ । ଯାହାଦ୍ବାରା ଚୀନ ବେଶ ଅପମାନିତ ହୋଇଥିଲା । ଏହାପରେ ଚୀନ ପାକିସ୍ତାନ ଉପରେ ଚାପ ପକାଇ ପୁଣି ଥରେ ଯୁଦ୍ଧ ବିରତି ଉଲ୍ଲଙ୍ଘନ କରିବାକୁ ବାଧ୍ୟ କରିଥିଲା । ସେଦିନ ରାତିରେ ଚୀନର ବୈଦେଶିକ ମନ୍ତ୍ରୀ ଭାରତର ଏନଏସଏ ଅଜିତ ଡୋଭାଲ ଓ ପାକିସ୍ତାନୀ ଉପପ୍ରଧାନମନ୍ତ୍ରୀ ଇଶାକ ଡରଙ୍କ ସହ ଆଲୋଚନା କରିବାପରେ ଯୁଦ୍ଧ ଅଟକିଥିଲା । ଏହାଫଳରେ ଚୀନ ନିଜର ସମ୍ମାନକୁ ରକ୍ଷା କରିପାରିଥିଲା । ୧୦ ତାରିଖ ରାତିରେ ଚୀନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ଟ୍ବିଟ ଏପରି କିଛି ସଂକେତ ଦେଉଛି । ତେଣୁ ଏଥିରୁ ସ୍ପଷ୍ଟ ଚୀନ୍ କଥାରେ ଭାରତ ଉପରେ ପୁଣି ଡ୍ରୋନ ଆଟାକ୍ କରିଥିଲା ପାକିସ୍ତାନ ।