Prithviraj Chavan / 'ଅପରେସନ୍ ସିନ୍ଦୁରରେ ଭାରତ ହାରିଛି, ଗୋଟିଏ କିମି ବି ଉଡ଼ିନି ଯୁଦ୍ଧ ବିମାନ'

Key Points
ଅପରେସନ ସିନ୍ଦୂରକୁ ନେଇ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚୌଭାନ୍ଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା । ପୃଥ୍ୱୀରାଜ କହିଥିଲେ ଯେ, ‘ଅପରେସନ୍ ସିନ୍ଦୁର’ ହେବା ସମୟରେ ଭାରତ ପ୍ରଥମ ଦିନରୁ ହିଁ ପରାଜିତ ହୋଇଥିଲା, ଅପରେସନ୍ ସିନ୍ଦୁରର ପ୍ରଥମ ଦିନ ଭାରତୀୟ ବାୟୁସେନାକୁ ମାଟିରେ ଅଟକାଇ ରଖାଯାଇଥିଲା ଏବଂ ଭାରତୀୟ ଫାଇଟର୍ ଜେଟ୍ଗୁଡ଼ିକୁ ତଳକୁ ଖସାଇ ଦିଆଯାଇଥିଲା। ଭାରତୀୟ ସେନା ଗୋଟିଏ କିମି ମଧ୍ୟ ଆଗକୁ ବଢ଼ି ପାରିଲା ନାହିଁ, ତେବେ ଏପରି ସେନା ଆମକୁ କାହିଁକି ଦରକାର ?
ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଂସଦ ସମ୍ବିତ ପାତ୍ର । ସେ କହିଛନ୍ତି, ଏହା ଏକ ଦେଶଦ୍ରୋହୀ ବକ୍ତବ୍ୟ । କଂଗ୍ରେସ ପୃଥ୍ୱୀରାଜ ଚୌହାନଙ୍କ ବକ୍ତବ୍ୟ ସହିତ ରହିଥିବା ପରି ଲାଗୁଛି। ସେମାନେ ଆନ୍ତର୍ଜାତୀୟ ମଞ୍ଚରେ ଏହା ପ୍ରମାଣ କରିବାକୁ ଚାହୁଁଛନ୍ତି ଯେ ଭାରତ ଏବଂ ଭାରତୀୟ ସେନାକୁ କିପରି ଅବହେଳାର ଚକ୍ଷୁରେ ଦେଖାଯାଇପାରେ।
ଯେତେବେଳେ ସଂସଦରେ ଶାନ୍ତି ବିଲ୍ ୨୦୨୫ ଉପରେ ଆଲୋଚନା ଚାଲିଛି, ସେତେବେଳେ ପୃଥ୍ୱୀରାଜ ଚୌହାନଙ୍କ ଭାରତୀୟ ସେନା ଓ ଶକ୍ତି ଉପରେ ଆକ୍ରମଣ ସମଗ୍ର ଭାରତର ମନୋବଳ ଉପରେ ଆକ୍ରମଣ ସହ ସମାନ। ଯଦି କଂଗ୍ରେସରେ ସାହସ ଅଛି, ତେବେ କମ୍ ସେ କମ୍ ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭାଦ୍ରା ଆଗକୁ ଆସି ଏହି ବକ୍ତବ୍ୟ ପାଇଁ କ୍ଷମା ମାଗିବା ଉଚିତ୍ ।
ଅନ୍ୟପଟେ ଏଭଳି ବୟାନ ପାଇଁ କେବେ ବି କ୍ଷମା ମାଗିବେନି ବୋଲି କହିଛନ୍ତି ନିଜେ ପୃଥ୍ୱୀରାଜ । ସେ କହିଛନ୍ତି ମୁଁ କିଛି ମିଛ କହିନି, ମୋ କଥାକୁ ମିଛ ପ୍ରମାଣିତ କରି ଦେଖାନ୍ତୁ ।
📱 Get Argus News App
✨Related Topics
Explore more stories