Operation Sindoor: ସେନାର ସାହସକୁ ସଲାମ ଜଣାଉଛି ବଲିଉଡ

ସବୁ ଭାରତୀୟ ଖୁସି। “ମିଳିଲା ନ୍ୟାୟ, ସମସ୍ତଙ୍କ ମୁହଁରେ ଜୟ ହିନ୍ଦ୍” । ଦେଶବାସୀ 'ଅପରେସନ ସିନ୍ଦୂର'କୁ ସମର୍ଥନ କରିଛନ୍ତି । ଭାରତୀୟ ସେନାର ସାହସିକତାକୁ ସଲାମ କରିଛନ୍ତି। ସେନା ଦ୍ୱାରା କରାଯାଇଥିବା ଏୟାରଷ୍ଟ୍ରାଇକ୍ର ସଫଳତାରେ ଭାରତୀୟ ଚଳଚ୍ଚିତ୍ର ଶିଳ୍ପର ତାରକାମାନେ ମଧ୍ୟ ଖୁସି ପ୍ରକାଶ କରିଛନ୍ତି। ସମସ୍ତେ ଜୟ ହିନ୍ଦ ସ୍ଲୋଗାନ ଦେଇ ଭାରତୀୟ ସେନାକୁ ସଲାମ କରିଥିଲେ। ପହଲଗାଓଁ ଆକତଙ୍କବାଦୀ ଆକ୍ରମଣର ପ୍ରତଶୋଧ ନେଲା ଭାରତ । ଭାରତୀୟ ସେନା ପକ୍ଷରୁ ଆରମ୍ଭ ହେଲା ଅପରେସନ ‘ ସିନ୍ଦୂର ‘ । ମଧ୍ୟ ରାତ୍ରୀରେ ବଡ଼ଧରଣର ଏୟାର ଷ୍ଟ୍ରାଇକ କରିଛି ଭାରତ। ପାକିସ୍ତାନରେ ୪ ଓ ପିଓକେରେ ୫ଟି ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଚ୍ରାଇକ ।
ବହାବାଲପୂର୍, କୋଟଲି, ମୁରିଦକେ ଓ ମୁଜାଫରାବାଦର ୯ ଟି ଆତଙ୍କବାଦୀ ଆଡ୍ଡା ଉପରେ ଭାରତର ବଡ଼ ଧରଣର ଏୟାର ଷ୍ଟ୍ରାଇକ କରାଯାଇଛି । ମିସାଇଲ ମାଡ଼ରେ ଧ୍ବଂସ ହେଲା ଟେରର କ୍ୟାମ୍ପ । ୨୨ ଏପ୍ରିଲରେ ଜମ୍ମୁ-କାଶ୍ମୀରର ପହଲଗାମରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ପ୍ରାୟ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ଆତଙ୍କବାଦୀମାନେ ବୈସାରଣ ଘାଟିକୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣ ଯୋଗୁଁ ସାରା ଦେଶରେ କ୍ରୋଧ ପ୍ରକାଶ ପାଇଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣର ୧୫ ଦିନ ପରେ, ଭାରତ ଅପରେସନ ସିନ୍ଦୂର ଆରମ୍ଭ କରି ପାକିସ୍ତାନକୁ ଉଚିତ ଜବାବ ଦେଇଛି।
भारत माता की जय! 🇮🇳🇮🇳🇮🇳#OperationSindoor
— Anupam Kher (@AnupamPKher) May 7, 2025
📱 Get Argus News App
✨ଏହାକୁ ନେଇ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବଲିଉଡ ଅଭିନେତା ରିତେଶ ଦେଶମୁଖ X ରେ ପୋଷ୍ଟ କରି ଲେଖିଛନ୍ତି- ଜୟ ହିନ୍ଦ କି ସେନା… ଭାରତ ମାତା କି ଜୟ ।ଅଭିନେତ୍ରୀ ନିମରତ କୌର ଇନଷ୍ଟାରେ ଅପରେସନ ସିନ୍ଦୂର ଉପରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି- ଆମେ ଆମ ସେନା ସହିତ ଅଛୁ। ଆମ ଦେଶ, ଗୋଟିଏ ମିଶନ, ଜୟ ହିନ୍ଦ।
Jai Hind Ki Sena … भारत माता की जय !!!! #OperationSindoor pic.twitter.com/OtjxdLJskC
— Riteish Deshmukh (@Riteishd) May 6, 2025
ପରେଶ ରାୱଲ, ଅନୁପମ ଖେର, ବିନୀତ କୁମାର ସିଂହ ଏବଂ ରାହୁଲ ବୈଦ୍ୟଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ଚଳଚ୍ଚିତ୍ର ନିର୍ମାତା ମଧୁର ଭଣ୍ଡାରକରଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ସେ ଲେଖିଛନ୍ତି- ଆମର ପ୍ରାର୍ଥନା ସେନା ସହିତ ଅଛି। ଗୋଟିଏ ରାଷ୍ଟ୍ର, ଆମେ ଏକାଠି ଛିଡ଼ା ହୋଇଛୁ। ଜୟ ହିନ୍ଦ୍ ବନ୍ଦେ ମାତରମ୍ ।
United with our forces. One country. One mission. #JaiHind 🇮🇳 #OperationSindoor@narendramodi @SpokespersonMoD @rajnathsingh pic.twitter.com/EsWURU6fRc
— Nimrat Kaur (@NimratOfficial) May 7, 2025