Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Operation Sindoor: ବ୍ୟାକ୍‌ଗ୍ରାଉଣ୍ଡରେ ବାଜୁଥିଲା ଶିବ ତାଣ୍ଡବ ସ୍ତୋତ୍ର, ପାକସ୍ତାନକୁ କଡ଼ା ଓ୍ୱାର୍ଣ୍ଣିଂ ! ଦେଖନ୍ତୁ ଭିଡିଓ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·4 min read
Operation Sindoor: ବ୍ୟାକ୍‌ଗ୍ରାଉଣ୍ଡରେ ବାଜୁଥିଲା ଶିବ ତାଣ୍ଡବ ସ୍ତୋତ୍ର, ପାକସ୍ତାନକୁ କଡ଼ା ଓ୍ୱାର୍ଣ୍ଣିଂ ! ଦେଖନ୍ତୁ ଭିଡିଓ...

କାହିଁକି ଜରୁରୀ ଥିଲା 'ଅପରେସନ ସିନ୍ଦୂର' ସ୍ପଷ୍ଟ କଲା ଭାରତୀୟ ସେନା । ଭଲରେ ମାନିଲାନି ଆତଙ୍କୀସ୍ତାନ, ଜରୁରୀ ଥିଲା ଭୟର ପ୍ରଦର୍ଶନ । ପହଲଗାମ୍ ନରସଂହାରରେ ପୂରିଲା ଆତଙ୍କୀଙ୍କ ପାପର ଘଡ଼ା, ଭାରତ କଲା ବଡ଼ ପ୍ରହାର । ଶିବ ତାଣ୍ଡବ ଓ ରାଷ୍ଟ୍ରକବି ଦିନକରଙ୍କ କବିତାରେ ସେନାର ସଂକଳ୍ପ । ରାମଚରିତ ମାନସର ଦୋହା ମାଧ୍ୟମରେ ପାକିସ୍ତାନ ଓ ଆତଙ୍କବାଦୀଙ୍କୁ ସେନାର ଧମକ ।



ତିନିଦିନର ପ୍ରାର୍ଥନା ପରେ ଯେତେବେଳ ପ୍ରଭୁ ଶ୍ରୀରାମଙ୍କୁ ସମୁଦ୍ର ବାଟ ଛାଡ଼ିନଥିଲା। ପ୍ରଭୁ ଶେଷରେ ଭୟ ଦେଖାଇଥିଲେ ଆଉ ସମୁଦ୍ର ଭୟଭୀତ ହୋଇ ଶରଣାପନ୍ନ ହୋଇଥିଲା। ଠିକ୍ ସେହିପରି ଆତଙ୍କବାଦ ବନ୍ଦ କିରବା ନେଇ ପାକିସ୍ତାନକୁ ବହୁତ ଥର ଅନୁରୋଧ କରାଗଲା, ଚେତାବନୀ ଦିଆଗଲା ଏପରିକି ପ୍ରମାଣ ବି ଧରାଇଦିଆଗଲା। ତଥାପି ବାଟକୁ ଆସିଲାନି ଆତଙ୍କୀସ୍ତାନ ଓ ତାର ପୋଶା ଆତଙ୍କବାଦୀ।



ପହଲଗାମରେ ଧର୍ମ ପଚାରୀ ଯେତେବେଳ ୨୬ ନୀରିହ ଭାରତୀୟଙ୍କ ଜୀବନ ନେଲେ ପାକିସ୍ତାନ ପ୍ରେରିତ ଆତଙ୍କବାଦୀ, ଭାରତ ନିଶ୍ଚିତ ହୋଇଯାଇଥିଲା ଏଥର ଭୟ ଦେଖାଇବାକୁ ପଡ଼ିବ। ନହେଲେ ବାଟକୁ ଆସିବନି ଆତଙ୍କୀସ୍ତାନ। ଆଉ ମେ' ୭ରୁ ୧୦ ତାରିଖ ମଧ୍ୟରେ ଭାରତ ତାହାହିଁ କଲା। ଯାହା ଫଳରେ ସିଜଫାୟର ପାଇଁ ଅନୁନୟ ବିନୟ କରିବାକୁ ବାଧ୍ୟ ହେଲା ପାକିସ୍ତାନ। ଆଜି ୩ ସେନା ଓ DGMOଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀରେ ରାମଚରିତ ମାନସର ଦୋହା ଶୁଣାଇ କାହିଁକି ଜରୁରୀ ଥିଲା 'ଅପରେସନ ସିନ୍ଦୂର' ସ୍ପଷ୍ଟ କରିଥିଲେ ଏୟର ମାର୍ଶଲ ଏ.କେ. ଭାରତୀ ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯେତେବେଳ ବିନାଶ ହେବାକୁ ଥାଏ ମଣିଷର ବିବେକ ମରିଯାଏ। ଆଉ ପାକିସ୍ତାନ ଓ ତାର ପୋଶା ଆତଙ୍କବାଦୀଙ୍କର ଠିକ୍ ସେହି ଅବସ୍ଥା ହୋଇଥିଲା। ପହଲଗାମରେ ପାକ୍ ଆତଙ୍କବାଦୀଙ୍କ ବିବେକହୀନ କାରନାମା ସେମାନଙ୍କୁ ବିନାଶ ଆଡ଼କୁ ଟାଣିନେଇଥିଲା। ୭ ମେ'ରେ ଭାରତର ଅପରେସନ୍ ସିନ୍ଦୁରରେ ଧ୍ୱସ୍ତ ହୋଇଗଲା ପାକିସ୍ତାନରେ ଥିବା ୯ ଆତଙ୍କୀଆଡ୍ଡା ଆଉ ବିନାଶ ହୋଇଗଲେ ଲସ୍କର ଓ ଜୈସର ୪ ଟପ୍ କମାଣ୍ଡରଙ୍କ ସମେତ ୧୦୦ରୁ ଅଧିକ ଆତଙ୍କବାଦୀ।



ଠିକ ସେହିପରି ଯେପରି ମହାଭାରତରେ କୁରୁ ବଂଶର ବିନାଶ ହୋଇଯାଇଥିଲା। ଭାଗବାନ ଶ୍ରୀକୃଷ୍ଣ ଯେତେବେଳେ ଶାନ୍ତି ଦୂତ ବନି କୁରୁସଭାକୁ ଯାଇଥିଲେ ବିବେକହୀନ ଦୁର୍ଯୋଧନ ତାଙ୍କୁ ଅପମାନିତ କରିଥିଲା । ଏଥିର ଭଗବାନ କୃଷ୍ଣ କ୍ରୋଧିତ ହୋଇ ନିଜ ରୌଦ୍ର ରୂପ ଦେଖାଇଥିଲେ। ଠିକ୍ ସେପରି ପାକିସ୍ତାନକୁ ନିଜ ରୌଦ୍ରରୂପ ଦେଖାଇଛି ଭାରତ। ସେଥିପାଇଁ ଆଜି ୩ ସେନାର ସାମ୍ବାଦିକ ସମ୍ମିଳନୀ ପ୍ରାରମ୍ଭରେ ଯେତେବେଳେ ପାକିସ୍ତାନର ବରବାଦୀ ଓ ଭାରତୀୟ ଏୟର ଡିଫେନ୍ସ ସିଷ୍ଟମର ଭିଡିଓ ପ୍ରଦର୍ଶିତ ହେଉଥିଲା ତାର ପ୍ରଚ୍ଛଦପଟରେ ଶୁଣାଯାଉଥିଲା ରାଷ୍ଟ୍ରକବି ରାମଧାରୀ ସିଂ ଦିନକରଙ୍କ ପ୍ରସିଦ୍ଧ କବିତା ରଶ୍ମୀରଥୀର କିଛି ପଂକ୍ତି।

ତାହା ଥିଲା....
ଜବ ନାଶ ମନୁଜ ପର ଛାତା ହୈ, ପହଲେ ବିବେକ ମର ଜାତା ହୈ
ହିତ ବଚନ ନହିଁ ତୁନେମାନା, ମୈତ୍ରୀ କା ମୂଲ୍ୟ ନ ପହଚାନା
ତୋ ଲେ ଅବ ମେଁ ଭି ଜାତା ହୁଁ, ଅନ୍ତିମ ସଂକଳ୍ପ ସୁନାତା ହୁଁ
ୟାଚନା ନହିଁ ଅବ ରଣ ହୋଗା, ଜୀବନ ଜୟ ୟା କୀ ମରଣ ହୋଗା



ଏହି କବିତା ମାଧ୍ୟମରେ ଭାରତୀୟ ସେନା ସ୍ପଷ୍ଟ ସନ୍ଦେଶ ଦେଇଛି ପାକିସ୍ତାନ ଓ ବିଶ୍ବ ସମୁଦାୟକୁ । ଆଉ ଆତଙ୍କବାଦ ବନ୍ଦ କରିବାକୁ ପାକିସ୍ତାନକୁ ଆଉ ଯାଚନା ନାହିଁ ଏଥର ରଣ ହେବ ତେଣିକି ଜୟ ହେଉ କି ମରଣ।



ଗତକାଲି ମଧ୍ୟ ତିନିସେନା ଓ DGMOଙ୍କ ପ୍ରେସମିଟର ପ୍ରାରମ୍ଭରେ ପ୍ରଦର୍ଶିତ ଭିଡିଓର ବ୍ୟାକ୍ ଗ୍ରାଉଣ୍ଡ ମ୍ୟୁଜିକ୍ ଥିଲା ଶିବ ତାଣ୍ଡବ ସ୍ତୋତ୍ର। ତାହା ବି ପାକିସ୍ତାନ ଓ ତା ସମର୍ଥିତ ଆତଙ୍କବାଦୀଙ୍କ ପ୍ରତି କଡ଼ା ସନ୍ଦେଶ ଥିଲା। ଭାରତ ଏବେ ଆଉ ଚୁପ୍ ବସିବନି। ସଂହାର କର୍ତ୍ତା ଭଗବାନ ଶିବଙ୍କ ପରି ଆତଙ୍କର ସଂହାର କରିବ।

Sponsored
Operation Sindoor: Shiv Tandav Stotra was playing in the background, Pakistan was given a stern warning | Argus News