ଅପରେସନ ସିନ୍ଦୂର: ପାକିସ୍ତାନର ଆତଙ୍କୀ ଆଡ୍ଡା ସହ ଏୟାରବେସ୍ ଧ୍ବଂସ

Key Points
ରାଓ୍ବଲପିଣ୍ଡି ନିକଟ ନୂରଖାନ୍ ଏୟାରବେସକୁ ଟାର୍ଗେଟ କରିଥିଲା ଭାରତ
ନିକଟରେ ଥିବା ଆଣବିକ ପ୍ରତିଷ୍ଠାନରେ ବଡ କ୍ଷତି ହୋଇଥିବା ସୂଚନା
ଭାରତର ଆକ୍ରମଣରେ ପାକିସ୍ତାନର ଆଣବିକ ବ୍ଲାକ ଆଉଟ୍ ହୋଇଥିଲା
ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମ ପୁରା ଫେଲ ମାରିଥିଲା
ନିଜର ରକ୍ଷା ପାଇଁ ଆମେରିକା ଶରଣରେ ପଶିଥିଲା ପାକିସ୍ତାନ
ଅପରେସନରେ ସିନ୍ଦୂରରେ ପାକିସ୍ତାନର ଆତଙ୍କୀ ଆଡ୍ଡା ସହ ଏୟାରବେସ୍ ଧ୍ବଂସ ହୋଇଛି । କିନ୍ତୁ ଏଥିରେ ପାକିସ୍ତାନରେ ଥିବା ଆଣବିକ ପ୍ରତିଷ୍ଠାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଇସଲାମବାଦଠାରୁ ୧୦କିମି ଦୂରରେ ଥିବା ରାଓ୍ବଲପିଣ୍ଡି ନିକଟ ନୂରଖାନ୍ ଏୟାର ବେସକୁ ଭାରତ ଟାର୍ଗେଟ କରିଥିଲା । ଏଥିଯୋଗୁଁ ସେଠାରେ ଥିବା ଆଣବିକ ପ୍ରତିଷ୍ଠାନରେ ବଡ ଧରଣର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।
୧୦ ମେ'ରେ ଭାରତର ଆକ୍ରମଣରେ ପାକିସ୍ତାନର ଆଣବିକ ବ୍ଲାକଆଉଟ୍ ହୋଇଯାଇଥିଲା । ନୂରଖାନ ଏୟାରବେସରେ ମିସାଇଲ ବର୍ଷା କରିଥିଲା ଭାରତ । ପାକିସ୍ତାନର ଏୟାର ଡିଫେନସ ସିଷ୍ଟମ ପୁରା ଫେଲ ମାରିଥିଲା । ଏଥିରେ ପୁରା ହଡବଡ ହୋଇଯାଇଥିଲା ପାକିସ୍ତାନ । ହିରୋସିମା, ନାଗାସାକି ପରି ଆଉ ଏକ ବିପର୍ଯ୍ୟୟ ହୋଇଯିବ କି ? ଏହି ଆଶଙ୍କା ପାକିସ୍ତାନକୁ ଘାରିଥିଲା । ନିଜର ରକ୍ଷା ପାଇଁ ଆମେରିକାର ଶରଣରେ ପଶିଥିଲା ପାକିସ୍ତାନ୍ । ୭ମେ ରେ ଭାରତ ପାକିସ୍ତାନର ଆତଙ୍କୀ ଆଡ୍ଡାକୁ ପ୍ରଥମେ ଟାର୍ଗେଟ କରିଥିଲା ।
📱 Get Argus News App
✨ଏହାପରେ ୧୦ରେ ବ୍ରହ୍ମୋସ ମିସାଇଲ, ହାମର ଦ୍ବାରା ଆକ୍ରମଣ ହୋଇଥିଲା । ଆଉ ଏଥିରେ ଟାର୍ଗେଟ ଥିଲା ନୁରଖାନ୍ ଏୟାର ବେସ । ବ୍ରହ୍ମୋସ ମିସାଇଲ ନୁରଖାନ୍ ଏୟାରବେସ୍ ନିକଟ ଆଣବିକ କେନ୍ଦ୍ରରେ ପହଞ୍ଚିବାର ସାମର୍ଥ୍ୟ ରଖିଥିବାରୁ ପୁରା ପାକିସ୍ତାନର ନିଦ ହଜିଯାଇଥିଲା । ଏପରିକି ରାଓ୍ବଲପିଣ୍ଡି ନିକଟରେ ଆଣବିକ ବିକିରଣର ଆଶଙ୍କା ଥିବା ଆମେରିକା ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଏହାପରେ ଟ୍ରମ୍ପ ପ୍ରଶାସନର ମଧ୍ୟ ନିଦ ହଜିଯାଇଥିଲା ।