Operation Sindoor: ବିରୋଧୀଙ୍କୁ ପ୍ରବଳ ଧୋଇଲେ, ସବୁ ଟିକିନିଖି କରି କହିଲେ

Key Points
ସଂସଦରେ ଅମିତ ଶାହାଙ୍କୁ ଦେଖି ବିରୋଧୀ ହୋହଲ୍ଲା କରିବା ଆରମ୍ଭ କରିଥିଲେ ।
ବିରୋଧୀଙ୍କୁ କଡ଼ା ଉତ୍ତର ଦେଇଥିଲେ ଶାହ ।
ଆକ୍ରମଣ ଦିନ ଗୋଟାଏରେ ହୋଇଥିଲା ଏବଂ ମୁଁ ସଂଧ୍ୟା ୫ଟାରେ ଶ୍ରୀନଗରରେ ଅବତରଣ କରିଥିଲି।
ସଂସଦରେ ଅପରେସନ ସିନ୍ଦୂରକୁ ନେଇ ଜୋରଦାର ଆଲୋଚନା ଚାଲିଥିବା ବେଳେ ବିରୋଧୀଙ୍କ ଉପରେ ଭୀଷଣ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ବକ୍ତବ୍ୟ ବେଳେ ବିରୋଧୀ ହଟ୍ଟଗୋଳ କରିବାରୁ ପ୍ରବଳ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ସେ ବିରୋଧୀଙ୍କୁ ଟାର୍ଗେଟ କରି କହିଥିଲେ, ଏମାନେ ନିଜ ଦେଶର ବୈଦେଶିକ ମନ୍ତ୍ରୀଙ୍କୁ ବିଶ୍ୱାସ କରୁନାହାନ୍ତି କିନ୍ତୁ ବାହାର ଦେଶର ଲୋକଙ୍କୁ ଅଧିକ ବିଶ୍ୱାସ କରୁଛନ୍ତି । ଯେଉଁଥିପାଇଁ ଚିଡ଼ି ଯାଇଥିଲେ ଶାହ । ସଂସଦରେ ଚିତ୍କାର କରିଥିଲେ ଆଉ ବିରୋଧୀଙ୍କୁ ମନ ଇଚ୍ଛା ଧୋଇଥିଲେ ଶାହ ।
ଅନ୍ୟପଟେ ଅମିତ ଶାହା ଯେତେବେଳେ ସଂସଦରେ ଅପରେସନ୍ ସିନ୍ଦୁରକୁ ନେଇ ଯୁକ୍ତି ରଖିବାକୁ ଛିଡ଼ା ହୋଇଥିଲେ, ସେତେବେଳେ ବିରୋଧୀ ହୋହଲ୍ଲା କରିବା ଆରମ୍ଭ କରିଥିଲେ । ଯେଉଁଥିପାଇଁ ବିରୋଧୀଙ୍କୁ କଡ଼ା ଉତ୍ତର ଦେଇଥିଲେ ଶାହ । ଅମିତ ଶାହ ବିରୋଧୀଙ୍କୁ ପ୍ରଶ୍ନ କରିଥିଲେ ଏବଂ କହିଥିଲେ ଯେ 'ଆପଣ କହୁଥିଲେ ଯେ ପହଲଗାମ ଆକ୍ରମଣ ପରେ କେବଳ ରାହୁଲ ଗାନ୍ଧୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ଉପରେ, ମୁଁ ପଚାରିବାକୁ ଚାହୁଁଛି ଯେ ଆପଣଙ୍କ ଆଖି କେଉଁ ଚଷମା ଦେଇ ଦେଖୁଛି। ଆକ୍ରମଣ ଦିନ ଗୋଟାଏରେ ହୋଇଥିଲା ଏବଂ ମୁଁ ସଂଧ୍ୟା ୫ଟାରେ ଶ୍ରୀନଗରରେ ଅବତରଣ କରିଥିଲି।'
ଅମିତ ଶାହଙ୍କ ଏହି ବୟାନ ପରେ ବିରୋଧୀ ଦଳଗୁଡ଼ିକର ହଙ୍ଗାମା ଆହୁରି ବଢ଼ିଗଲା। ତା'ପରେ ଶାହା ଚିଲ୍ଲେଇବାକୁ ଲାଗିଲେ, 'ଶୁଣ-ଶୁଣ, ତୁମକୁ ଶୁଣିବାକୁ ପଡ଼ିବ। ଏହା ଚିତ୍କାର କାମ କରିବ ନାହିଁ। ମୁଁ ତୁମର କଥା ମଧ୍ୟ ଶୁଣିଛି, ତେଣୁ ତୁମକୁ ମଧ୍ୟ ମୋ କଥା ଶୁଣିବାକୁ ପଡ଼ିବ। ଅମିତ ଶାହ କହିଥିଲେ ଯେ ଆକ୍ରମଣର ଗୋଟିଏ ଦିନ ପରେ ୨୩ ଏପ୍ରିଲରେ ସୁରକ୍ଷା ବାହିନୀ ସହିତ ଏକ ବୈଠକ ହୋଇଥିଲା । ସେତେବେଳେ ହିଁ ଆମେ ସ୍ଥିର କରିସାରିଥିଲୁ କାହାକୁ ଛଡାଯିବ ନାହିଁ।'
ଖାଲି ସେତିକି ନୁହେଁ ଶାହା ଆହୁରି କହିଥିଲେ, 'ଆମେ ୩୦୦୦ ଘଣ୍ଟାରୁ ଅଧିକ ସମୟ ଧରି ୧୦୫୫ ଜଣଙ୍କୁ ପଚରାଉଚରା କରିଥିଲୁ । ଏହି ସମୟରେ ମୃତକଙ୍କ ସମ୍ପର୍କୀୟ, ପ୍ରତ୍ୟକ୍ଷଦର୍ଶୀ ଏବଂ ସମ୍ଭାବ୍ୟ ସହଯୋଗୀଙ୍କ ସହିତ ବିସ୍ତୃତ ଭାବରେ ସାକ୍ଷାତ କରାଯାଇଥିଲା। ପଚରାଉଚରା ବିବରଣୀ ଆଧାରରେ, ଆତଙ୍କବାଦୀଙ୍କ ସ୍କେଚ ପ୍ରସ୍ତୁତ କରାଯାଇଥିଲା ଏବଂ ସମସ୍ତଙ୍କ ତଥ୍ୟକୁ ମିଶାଇ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ଲୋକଙ୍କ ପାଖରେ ପହଞ୍ଚିଥିଲେ ପୋଲିସ ।'
ଗୃହମନ୍ତ୍ରୀ ପହଲଗାମ ଆକ୍ରମଣରେ ସହିଦ ହୋଇଥିବା ସୈନିକଙ୍କ ପରିବାର ସହିତ ତାଙ୍କର ସାକ୍ଷାତ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ମୁଁ ମୋ ସାମ୍ନାରେ ଜଣେ ମହିଳା ଠିଆ ହୋଇଥୁବାର ଦେଖିଲି, ଯିଏ ତାଙ୍କ ବିବାହର ମାତ୍ର ୬ ଦିନ ପରେ ବିଧବା ହୋଇଯାଇଥିଲେ। ମୁଁ ସେହି ଦୃଶ୍ୟକୁ କେବେ ଭୁଲିପାରିବି ନାହିଁ।
ଅନ୍ୟପଟେ ବିରୋଧୀଙ୍କୁ ତାତ୍ସଲ୍ୟ କରି ଶାହ କହିଛନ୍ତି ଯେଉଁମାନେ ନିଜ ଦେଶର ବିଦେଶ ମନ୍ତ୍ରୀଙ୍କୁ ବିଶ୍ୱାସ କରୁନାହାନ୍ତି, ସେମାନଙ୍କର ବିଦେଶ ସହ କଣ ମହତ୍ତ୍ବ ରହିଛି ଆମେ ବୁଝିପାରୁଛୁ । ଏଥିଯୋଗୁଁ ସେମାନେ ବିରୋଧୀ ଆସନରେ ବସିଛନ୍ତି । ଆଗକୁ ଆହୁରି ୨୦ବର୍ଷ ସେଇ ବିରୋଧୀ ଆସନରେ ହିଁ ବସିବେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ କଟାକ୍ଷ କରିଥିଲେ । ବିରୋଧୀ ମାନେ ପ୍ରଶ୍ନ ପଚାରି ଉତ୍ତର ଶୁଣିବାକୁ ପ୍ରସ୍ତୁତ ନୁହନ୍ତି । ସେମାନେ ଅଯଥା ହଟ୍ଟଗୋଳ ସୃଷ୍ଟି କରିବାକୁ ଚାହୁଁଛନ୍ତି । ଏଭଳି ଗୁରୁତ୍ବପୂର୍ଣ୍ଣ ଆଲୋଚନା ବେଳେ ବିରୋଧୀମାନେ ଧୈର୍ଯ୍ୟର ସହ ଶୁଣିବା ଦରକାର ।