Videos
|
National

Operation Sindoor: 'ଶତ୍ରୁ ଦେଶର ଲୋକଙ୍କୁ ଡାକି ବିରିୟାନୀ ଖୁଆଉଥିଲେ ପୂର୍ବ ସରକାର'

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Operation Sindoor: 'ଶତ୍ରୁ ଦେଶର ଲୋକଙ୍କୁ ଡାକି ବିରିୟାନୀ ଖୁଆଉଥିଲେ ପୂର୍ବ ସରକାର'

Key Points

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆହୁରି ମଧ୍ୟ କହିଛନ୍ତି, ପୂର୍ବ ସରକାରଙ୍କ ଏଜେଣ୍ଡା ଭିନ୍ନ ଥିଲା।

ସେମାନେ ପାକିସ୍ତାନକୁ କହୁଥିଲେ, ତୁମେ ଏବଂ ଆମେ ଉଭୟ ଆତଙ୍କବାଦର ଶିକାର।

କେନ୍ଦ୍ରମନ୍ତ୍ରୀ ଜେ.ପି ନଡ୍ଡା ମଧ୍ୟ କଂଗ୍ରେସକୁ ରାଜ୍ୟସଭାରେ ଆଇନା ଦେଖାଇଛନ୍ତି।

ଅପରେଶନ ସିନ୍ଦୂରକୁ ନେଇ ଲୋକସଭା ପରେ ରାଜ୍ୟସଭାରେ ବିତର୍କ ଚାଲିଛି। ବୁଧବାର ରାଜ୍ୟସଭାରେ ବିରୋଧୀଙ୍କ ହଟ୍ଟଗୋଳ ଉପରେ ଏସ ଜୟଶଙ୍କର କହିଛନ୍ତି, ଯିଏ ଅପରେଶନ ସିନ୍ଦୂରର ସଫଳତା ଉପରେ ସନ୍ଦେହ କରୁଛନ୍ତି, ସେ ୟୁଟ୍ୟୁବକୁ ଯାଇ କାହାର ଅନ୍ତିମ ସଂସ୍କାର ହେଉଛି ଦେଖିବା ଉଚିତ।


ବୈଦେଶିକ ମନ୍ତ୍ରୀ କହିଛନ୍ତି, ସମଗ୍ର ବିଶ୍ୱ ଆତଙ୍କବାଦ ପ୍ରତି ଭାରତର ପ୍ରତିକ୍ରିୟା ଦେଖିଛି। ପହଲଗାମ ଆକ୍ରମଣ ଆଦୌ ଗ୍ରହଣୀୟ ନୁହେଁ। ଲକ୍ଷ୍ମଣ ରେଖା କ୍ରସ କରାଯାଇଥିଲା, ଦୋଷୀମାନଙ୍କୁ ଦାୟୀ କରିବା ଏବଂ ପୀଡିତଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବା ଆବଶ୍ୟକ ଥିଲା। ଆମେ ପାକିସ୍ତାନ ବିରୋଧରେ ଅନେକ ପଦକ୍ଷେପ ନେଇଛୁ, ଆମେ ପ୍ରତ୍ୟେକ ମଞ୍ଚରେ ପାକିସ୍ତାନର ପର୍ଦ୍ଦାଫାସ କରିଛୁ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆହୁରି ମଧ୍ୟ କହିଛନ୍ତି, ପୂର୍ବ ସରକାରଙ୍କ ଏଜେଣ୍ଡା ଭିନ୍ନ ଥିଲା। ସେମାନେ ପାକିସ୍ତାନକୁ କହୁଥିଲେ, ତୁମେ ଏବଂ ଆମେ ଉଭୟ ଆତଙ୍କବାଦର ଶିକାର। ସେହିପରି କେନ୍ଦ୍ରମନ୍ତ୍ରୀ ଜେ.ପି ନଡ୍ଡା ମଧ୍ୟ କଂଗ୍ରେସକୁ ରାଜ୍ୟସଭାରେ ଆଇନା ଦେଖାଇଛନ୍ତି।


କହିଛନ୍ତି, କଂଗ୍ରେସ ସରକାର ଅମଳରେ ପାକିସ୍ତାନୀ ଆତଙ୍କବାଦୀ ଆକ୍ରମଣ କରୁଥିଲେ। କିନ୍ତୁ ସେତେବେଳେ ସରକାର ସେମାନଙ୍କ ସହିତ ଟ୍ରେଡ, ଟକ୍ ଓ ଟୁରୁଜିମ ଚାଲୁ ରଖିଥିଲେ। ପାକିସ୍ତାନ ପ୍ରଥମେ ଆତଙ୍କବାଦୀ ପଠାଇ ଗୁଳିମାଡ଼ କରୁଥିଲା ତା ପରେ ସରକାର ତଦନ୍ତ କରିବା ଲାଗି ପାକିସ୍ତାନୀ ଅଧିକାରୀଙ୍କୁ ଡାକି ବିରିଆନୀ ଖାଇବାକୁ ଦେଉଥିଲେ।


ସେହିପରି ଜେପି ନଡ୍ଡା ଏପ୍ରିଲ ୨୨ରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ଉଲ୍ଲେଖ କରି କହିଛନ୍ତି, ‘ଏପ୍ରିଲ ୨୨ ତାରିଖରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ମୋଦି ବିହାରର ମଧୁବନୀର ପଞ୍ଚାୟତି ରାଜ କାର୍ଯ୍ୟକ୍ରମକୁ ଯାଇଥିଲେ। ଏହି ସମୟରେ ବିରୋଧୀ ଅଭିଯୋଗ କରି କହିଥିଲେ କି ମୋଦି ନିର୍ବାଚନ ପ୍ରଚାର ପାଇଁ ସେଠାକୁ ଯାଇଛନ୍ତି।


ଏହି ସମୟରେ ମୋଦି କହିଥିଲେ ଆମେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଏମିତି ପ୍ରତିଶୋଧ ନେବୁ ଯାହା କେବେ ଆତଙ୍କବାଦୀମାନେ କଳ୍ପନା ବି କରି ନଥିବେ। ଏହାପରେ ଅର୍ଥାତ ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆକ୍ରମଣର ୧୩ଦିନ ପରେ ଅପରେସନ ସିନ୍ଦୂର ଜରିଆରେ ଭାରତ ୨୨ ମିନିଟରେ ପ୍ରତିଶୋଧ ନେଇଥିଲା।’


ଭାରତୀୟ ସେନା ପାକିସ୍ତାନର ବାହାଓ୍ବଲପୁର, କୋଟଲି ଓ ମୁଜାଫରାବାଦରେ ଥିବା ୯ଟି ଆତଙ୍କୀ ଠିକଣା ଉପରେ ଆକ୍ରମଣ କରି ସବୁକିଛି ଧ୍ବଂସ କରି ଦେଇଥିଲା। ଏନେଇ ଭାରତୀୟ ସେନା ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ 'ଅପରେସନ ସିନ୍ଦୂର' ପୋଷ୍ଟ କରି ସ୍ପଷ୍ଟ କରିଛି ।

Operation Sindoor: 'The previous government invited people from enemy countries and ate biryani' | Argus News