Operation Sindoor: ବିଶ୍ଵ ଦେଖିଲା ସିନ୍ଦୂରର ପ୍ରତିଶୋଧ

Key Points
ହିନ୍ଦୁସ୍ତାନର ଯିଏ ଲୁହ ବୁହାଇଲା ତା'ର ଲହୁ ବୁହାଇଲୁ
ଏପ୍ରିଲ୍ ୨୨ର ଜବାବ ଆମେ ୨୨ ମିନିଟରେ ଦେଲୁ
ଯିଏ ସିନ୍ଦୂର ପୋଛିଲା ସିଏ ମାଟିରେ ମିଶିଲା
ରାଜସ୍ଥାନରୁ ପାକିସ୍ତାନକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ କଡ଼ା ଜବାବ । ଏପ୍ରିଲ୍ ୨୨ର ଜବାବ ଆମେ ୨୨ ମିନିଟରେ ଦେଲୁ । ଯିଏ ସିନ୍ଦୂର ଲିଭାଇବାକୁ ଆସିଥିଲେ ତାଙ୍କୁ ମାଟିରେ ମିଶାଇଲୁ । ଯିଏ ହିନ୍ଦୁସ୍ତାନର ଲହୁ ବୁହାଉଥିଲେ, ତାଙ୍କଠାରୁ ବୁନ୍ଦା ବୁନ୍ଦାର ହିସାବ ନେଲୁ । ସେନାର ପରାକ୍ରମରେ ମାଟି କାମୁଡ଼ିଲା ପାକିସ୍ତାନ । ସିନ୍ଦୂର ଯେତେବେଳେ ବାରୁଦ ହୁଏ, ତାର ପରିଣାମ କଣ ହୁଏ ବିଶ୍ବ ଦେଖିଲା । ଆତଙ୍କର ଫଣା ମକଚି ଦେବାକୁ ଭାରତର ୩ ନୂଆ ନୀତି ହୋଇଛି। ଭାରତ ଉପରେ ଆକ୍ରମଣ ହେଲେ କଡ଼ା ଜବାବ ଦିଆଯିବ । ସମୟ ଆମ ସେନା ସ୍ଥିର କରିବ ।
ଆତଙ୍କୀ ଆଡ୍ଡା ଓ ଆଶ୍ରୟଦାତା ସରକାରଙ୍କୁ ସମାନ ଦେଖିବୁ । ପାକିସ୍ତାନର ଷ୍ଟେଟ୍ ଆଉ ନନ୍ ଷ୍ଟେଟ୍ ଟେରର ଖେଳ ଆଉ ଚାଲିବ ନାହିଁ । ସାରା ବିଶ୍ବ ଆଗରେ ପାକିସ୍ତାନର ପୋଲ୍ ଖୋଲୁଛି । ସାରା ବିଶ୍ବକୁ ଯିବେ ଭାରତର ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ । ପାକିସ୍ତାନର ଅସଲ ଚେହେରା ସାରା ବିଶ୍ବକୁ ଦେଖାଯିବ । ପାକିସ୍ତାନ କେବେବି ଭାରତ ସହ ସିଧା ଲଢ଼େଇ ଜିତି ନାହିଁ । ସିଧା ଲଢ଼େଇରେ ସର୍ବଦା ମୁହଁତୋଡ଼ ଜବାବ ପାଇଛି ପାକିସ୍ତାନ ।
ଭାରତ ବିରୋଧୀ ଲଢ଼େଇରେ ଆତଙ୍କବାଦକୁ ଅସ୍ତ୍ର କରିଛି ପାକିସ୍ତାନ । ପାକିସ୍ତାନ ସହ କେବଳ POK ପ୍ରସଙ୍ଗରେ ଆଲୋଚନା ହେବ । ପାକିସ୍ତାନ ଆତଙ୍କୀଙ୍କୁ ରତ୍ପାନୀ କରିବା ଜାରି ରଖିବା ମହଙ୍ଗା ପଡ଼ିବ । ଟଙ୍କା ଟଙ୍କାଏ ପାଇଁ ଭିକ ମାଗିବ ପାକିସ୍ତାନ । ଭାରତୀୟଙ୍କ ରକ୍ତ ସହ ଖେଳିବା ପାକିସ୍ତାନକୁ ମହଙ୍ଗା ପଡ଼ିବ । ଭାରତର ସଂକଳ୍ପରୁ ବିଶ୍ବର କୌଣସି ଶକ୍ତି ଓହରାଇ ପାରିବ । ମୋଦୀର ମୁଣ୍ଡ ଥଣ୍ଡା ଅଛି ଥଣ୍ଡା ରହିବ । ହେଲେ ମୋଦୀର ରକ୍ତ ଗରମ ହୁଏ । ଏବେ ମୋଦୀର ଶିରରେ ରକ୍ତ ନୁହେଁ ଗରମ ସିନ୍ଦୂର ବୋହୂଛି ।
ଆହୁରି ମଧ୍ୟ ମୋଦୀ କହିଛନ୍ତି, ପାକିସ୍ତାନକୁ ଭାରତର ହକ୍ ର ପାଣି ମିଳିବନି । ଭାରତୀୟଙ୍କ ରକ୍ତରେ ଖେଳିବା ପାକିସ୍ତାନୀଙ୍କୁ ମହଙ୍ଗା ପଡ଼ିବ । ପାକିସ୍ତାନ କେବେ ଭାରତଠାରୁ ସିଧା ସଳଖ ଯୁଦ୍ଧ ଜିତିପାରିବନି । ଯେତେବେଳେ ବି ସିଧାସଳଖ ଯୁଦ୍ଧ ହୋଇଛି ସେତେବେଳେ ପାକିସ୍ତାନକୁ ବେଜିତ ହେବାକୁ ପଡିଛି । ସେଥିପାଇଁ ପାକିସ୍ତାନ ଆତଙ୍କବାଦକୁ ଭାରତ ବିପକ୍ଷରେ ଅସ୍ତ୍ର କରିଛି । ସ୍ୱାଧୀନତା ପରଠୁ ଏହା ହିଁ ହୋଇ ଆସିଛି । ହେଲେ ପାକିସ୍ତାନ ଏହା ଭୁଲି ଯାଇଛି ମା’ ଭାରତୀର ସେବକ ମୋଦୀ ଏଠାରେ ଛାତି ଦେଖାଇ ଛିଡ଼ା ହୋଇଛି ।
ଏବେ ଭାରତ ସ୍ପଷ୍ଟ କରିଦେଇଛି ପ୍ରତ୍ୟେକ ଆତଙ୍କୀ ଆକ୍ରମଣର ଜବାବ ଭାରତ ପାକିସ୍ତାନକୁ ଦେବ । ଆଉ ଏହାର ମୂଲ୍ୟ ପାକିସ୍ତାନର ସେନା ଆଉ ପାକିସ୍ତାନର ଅର୍ଥ ବ୍ୟବସ୍ଥା ସହିବ । ଏବେ ପାକିସ୍ତାନ ସହ କୌଣସି ଟ୍ରେଡ୍ ବିଷୟରେ ନୁହେଁ ବରଂ ପିଓକେ ବିଷୟରେ କଥା ହେବ ଭାରତ । ଯଦି ପାକିସ୍ତାନ ଆତଙ୍କୀ କାର୍ୟ୍ୟକଳାପ ବନ୍ଦ ନକଲା ତାକୁ ବହୁମୂଲ୍ୟ ସହିବାକୁ ପଡ଼ିବ ।