ଆଜି ସଂସଦରେ ଅପରେସନ ସିନ୍ଦୂର ନେଇ ହେବ ଆଲୋଚନା

Key Points
ଆଜି ସଂସଦରେ 'ଅପରେସନ ସିନ୍ଦୁର' ବିତର୍କ
୧୬ ଘଣ୍ଟା ଆଲୋଚନା ପାଇଁ ହୋଇଛି ସମୟ ଧାର୍ଯ୍ୟ
ଚର୍ଚ୍ଚା ଶେଷରେ ଜବାବ ରଖିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି
ଆଜି ଅପରେସନ୍ ସିନ୍ଦୂର ଉପରେ ସଂସଦରେ ହେବ ୩୨ଘଣ୍ଟାର ଡିବେଟ୍ । ଉଭୟ ରାଜ୍ୟସଭା ଓ ଲୋକସଭାରେ ୧୬ଘଣ୍ଟା ଲେଖାଏଁ ଆଲୋଚନା ହେବ । ସଂସଦର ଉଭୟ ସଦନରେ ଚର୍ଚ୍ଚା ଆରମ୍ଭ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ବିଜନେସ୍ ଆଡଭାଇଜରୀ କମିଟି ବୈଠକରେ ଏନେଇ ନିଆଯାଇଥିଲା ନିଷ୍ପତ୍ତି । ଆଜି ଲୋକସଭାରେ ଆସନ୍ତାକାଲି ରାଜ୍ୟସଭାରେ ୧୬ ଘଣ୍ଟା ଅପରେସନ ସିନ୍ଦୂର ଉପରେ ହେବ ମହାବିତର୍କ ।
କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ ସଞ୍ଜୟ ସେଠ କହିଛନ୍ତି, ଅପରେସନ ସିନ୍ଦୂରକୁ ନେଇ ଆଲୋଚନା ପାଇଁ ସରକାର ପ୍ରସ୍ତୁତ । କିନ୍ତୁ ବିରୋଧୀ ମାନେ ଏଥିପାଇଁ ପ୍ରସ୍ତୁତ ନାହାନ୍ତି । ସେମାନେ ହଟ୍ଟଗୋଳ କରି ଗୃହରେ ଅଚଳାବସ୍ଥା ସୃଷ୍ଟି କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଅପରେସନ ସିନ୍ଦୂର ଜରିଆରେ କିପରି ଶତୃକୁ ମାତ୍ ଦିଆଯାଇଥିଲା ତାହାର ଉତ୍ତର ରଖାଯିବ ।
ସେପଟେ ଅପରେସନ ସିନ୍ଦୂର ଉପରେ ଆଲୋଚନା ପାଇଁ ସରକାର କରିଛନ୍ତି ସ୍ୱତନ୍ତ୍ର ପ୍ରସ୍ତୁତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସିଡିଏସ ଅନିଲ ଚୌହାନ, ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ଏବଂ ତିନି ସେନାର ମୁଖ୍ୟଙ୍କ ସହ ବୈଠକ ହୋଇଛି ।