ମଦ୍ରାସା ପାଠ୍ୟକ୍ରମରେ ସାମିଲ ହେବ `ଅପରେସନ ସିନ୍ଦୂର’

Key Points
ଉତ୍ତରାଖଣ୍ଡର ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି
ମଦ୍ରାସା ପାଠ୍ୟକ୍ରମରେ ସାମିଲ ହେବ `ଅପରେସନ ସିନ୍ଦୂର’
ମଦ୍ରାସା ପାଠ୍ୟକ୍ରମରେ ସାମିଲ ହେବ `ଅପରେସନ ସିନ୍ଦୂର’ । ଉତ୍ତରାଖଣ୍ଡର ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ନେତୃତ୍ବରେ ଉତ୍ତରାଖଣ୍ଡ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ରାଜ୍ୟର ସମସ୍ତ ମାନ୍ୟତାପ୍ରାପ୍ତ ମଦ୍ରାସାର ପାଠ୍ୟକ୍ରମରେ ଏବେ ଅପରେସନ ସିନ୍ଦୂରକୁ ସାମିଲ କରାଯିବ ।
ନୂଆ ପାଠ୍ୟକ୍ରମରେ ଅପରେସନ ସିନ୍ଦୂର ଉପରେ ଏକ ସମ୍ପୂର୍ଣ୍ଣ ଅଧ୍ୟାୟ ଯୋଡ଼ାଯିବ । ଯେଉଁଥିରେ ଭାରତୀୟ ସେନାର ବୀରତ୍ବ ଓ ଦେଶ ପ୍ରତି ସମର୍ପଣର ପ୍ରେରଣାଦାୟକ କାହାଣୀ ସ୍ଥାନ ପାଇବ । ରାଜ୍ୟରେ ପଞ୍ଜୀକୃତ 451ଟି ମଦ୍ରାସାରେ ଏବେ 50 ହଜାରରୁ ଅଧିକ ଛାତ୍ର ପଢୁଛନ୍ତି, ଯେଉଁମାନେ ଏବେ ଏହି ନୂଆ ଅଭିଯାନ ଅନ୍ତର୍ଗତ ଦେଶଭକ୍ତି ସହ ସମ୍ପୃକ୍ତ ଇତିହାସ ବାବଦରେ ପଢ଼ିବେ ।
📱 Get Argus News App
✨ସରକାରଙ୍କର ଏହି ପଦକ୍ଷେପକୁ ରାଷ୍ଟ୍ରବାଦ ଓ ସୈନ୍ୟ ଗୌରବକୁ ଶିକ୍ଷା ସହ ଯୋଡ଼ିବା ଦିଗରେ ଏକ ମହତ୍ବପୂର୍ଣ୍ଣ ପ୍ରୟାସ ବୋଲି ଧରାଯାଉଛି । ବିବିସିର ରିପୋର୍ଟ କହୁଛି ସରକାରୀ ପରିସଂଖ୍ୟାନ ଅନୁସାରେ ରାଜ୍ୟରେ 451ଟି ମଦ୍ରାସା, ମଦ୍ରାସା ଶିକ୍ଷା ପରିଷଦ ବା ମଦ୍ରାସା ବୋର୍ଡରେ ପଞ୍ଜୀକୃତ ଅଛି । କିନ୍ତୁ ପ୍ରାୟ 500ଟି ମଦ୍ରାସା ବିନା ପଞ୍ଜୀକରଣରେ ଚାଲୁଛି ।