Videos
|
National

ଏଣିକି ପିଲାଙ୍କ ବହିରେ ରହିବ ‘ଅପରେସନ୍ ସିନ୍ଦୂର’ର କାହାଣୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଏଣିକି ପିଲାଙ୍କ ବହିରେ ରହିବ ‘ଅପରେସନ୍ ସିନ୍ଦୂର’ର କାହାଣୀ

Key Points

ଏ ସ୍କୁଲରେ ପଢ଼ାଯିବ ଅପରେସନ ସିନ୍ଦୂରର ଗାଥା
ଏଣିକି ପିଲାଙ୍କ ବହିରେ ରହିବ ‘ଅପରେସନ୍ ସିନ୍ଦୂର’ର କାହାଣୀ
ଛାତ୍ରଛାତ୍ରୀ ପଢ଼ିବେ ସେନାଙ୍କ ସାହାସର ଗାଥା


ଏଣିକି ସ୍କୁଲରେ ପିଲାଙ୍କୁ ପଢ଼ାଯିବ ଅପରେସନ ସିନ୍ଦୂରର ବୀରତ୍ଵ ଗାଥା । ପାଠ୍ୟକ୍ରମରେ ଅପରେସନ ସିନ୍ଦୂରର ଗୌରବ କାହାଣୀକୁ ସାମିଲ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଏନସିଇଆରଟି । ଅପରେସନ ସିନ୍ଦୂର ଉପରେ ଏକ ସ୍ୱତନ୍ତ୍ର ମଡ୍ୟୁଲ୍ ପ୍ରସ୍ତୁତ କରୁଛି ଏନସିଇଆରଟି। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାରଙ୍କ ଦ୍ୱାରା 7 ମେ ୨୦୨୫ରେ ଆରମ୍ଭ ହୋଇଥିବା ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଥିଲା ଅପରେସନ ସିନ୍ଦୁର । ଏହି ଅପରେସନ ଏବେବି ଜାରି ରହିଛି । ଏନସିଇଆରଟି ପକ୍ଷରୁ ଦୁଇଟି ବିଭାଗରେ ମଡ୍ୟୁଲ୍ ପ୍ରସ୍ତୁତ କରୁଛି ।


ଗୋଟିଏ ପ୍ରାଛମିକ ସ୍ତରରେ ତୃତୀୟରୁ ଅଷ୍ଟମ ଏବଂ ଦ୍ବିତୀୟଟି ଉଚ୍ଚ ଶ୍ରେଣୀ ଅର୍ଥାତ୍ ୯ମରୁ ଦ୍ଵାଦଶ ଶ୍ରେଣୀର ପାଠ୍ୟକ୍ରମରେ ଅପରେସନ ସିନ୍ଦୂର ସମ୍ବନ୍ଧୀୟ ବିଷୟ ସାମିଲ କରିବାକୁ ଲକ୍ଷ୍ୟ ରଖିଛି । ଏହାଦ୍ବାରା ଛାତ୍ରଛାତ୍ରୀ ଭାରତୀୟ ସେନାର ସାହସ, ବୀରତ୍ୱ ଗାଥା ଜାଣିବା ସହ ଛାତ୍ରଛାତ୍ରୀଙ୍କ ମନରେ ଦେଶପ୍ରେମ ଭାବନା ଜାଗ୍ରତ କରିବ । ତେବେ ଏପ୍ରିଲ ୨୨ ତାରିଖରେ ପହଲଗାମ ଆତଙ୍କୀ ଆକ୍ରମଣରେ ୨୬ ଜଣ ଭାରତୀୟଙ୍କର ଜୀବନ ଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ‘ଅପରେସନ୍ ସିନ୍ଦୂର’। ପିଲାଏ ପଢ଼ିବେ ‘ଅପରେସନ୍ ସିନ୍ଦୂର’। ବହିରେ ଆସିବ ସେନାଙ୍କ ସୌର୍ଯ୍ୟ, ଅପରେସନ୍ ସିନ୍ଦୂରର କାହାଣୀ। NCERT ବହିରେ ଆସିବ ଅପରେସନ୍ ସିନ୍ଦୂର। ତୃତୀୟରୁ ଦ୍ୱାଦଶ ଶ୍ରେଣୀ ଯାଏଁ ବହିରେ ଆସିବ। ପ୍ରଥମ ମଡେଲ କ୍ଲାସ୍ ତୃତୀୟରୁ ଅଷ୍ଟମ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



operation-sindoor-to-be-taught-in-schools-ncert-prepares-special-module-for-higher-classes | Argus News