Videos
|
National

ମାଓବାଦୀଙ୍କୁ ଧରିବାକୁ ଚାଲିଛି ଅପରେସନ, ଖୋଜୁଛି ଡ୍ରୋନ୍‌

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ମାଓବାଦୀଙ୍କୁ ଧରିବାକୁ ଚାଲିଛି ଅପରେସନ, ଖୋଜୁଛି ଡ୍ରୋନ୍‌

ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାରେ ୧ ହଜାରରୁ ଅଧିକ ମାଓବାଦୀଙ୍କୁ ଘେରି ରହିଛନ୍ତି ସୁରକ୍ଷା କର୍ମୀ। ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଯବାନ ସହିଦ୍ ହୋଇଥିବା ବେଳେ ୫ ଜଣ ମାଓବାଦୀ ନିପାତ ହୋଇଛନ୍ତି। ମାଓବାଦୀ ଜଙ୍ଗଲର ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡମାଇନ୍ ବିଛାଇଥିବା ଜଣା ପଡିଛି। ଘଟଣାସ୍ଥଳରୁ ବହୁ ମାତ୍ରାରେ ମାଓ ସାମଗ୍ରୀ ସହ ବିସ୍ଫୋରକ ଜବତ କରାଯାଇଛି।


ଛତିଶଗଡ଼ର ଡିଆରଜି, ଏସଟିଏଫ, ସିଆରପିଏଫ, କୋବ୍ରା, ବସ୍ତର ଫାଇଟର୍ସ ବାଟାଲିୟନର ଯବାନ ଜଙ୍ଗଲରେ ତନତନ କରି ତଲାସୀ କରୁଛନ୍ତି। ଗୁଇନ୍ଦା ସୁତ୍ର ଅନୁସାରେ ହଜାରେ ମାଓବାଦୀ ଲୁଚି ରହିଛନ୍ତି। ମାଓ କମିଟିର ବଡ଼ବଡ଼ ନେତା ଏଠାରେ ଲୁଚି ରହିଥିବା ଅନୁମାନ କରାଯାଉଛି। ଡ୍ରୋନ୍ ଓ ହେଲିକପ୍ଟର ଜରିଆରେ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ୪୮ ଘଣ୍ଟାରୁ ଅଧିକ ସମୟ ହେଲା ଅପରେସନ ଜାରି ରହିଛି। ଗତ କିଛିଦିନ ତଳେ ସଂଗଠନ ପକ୍ଷରୁ ଏକ ପ୍ରେସ୍ ନୋଟ ଜାରି କରି ଗାଁ ଲୋକ ଜଙ୍ଗଲକୁ ନ ଆସିବାକୁ କୁହାଯାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୂଚନାଯୋଗ୍ୟ: ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶକୁ ମାଓମୁକ୍ତ କରିବା ପାଇଁ ଲକ୍ଷ ରଖିଛନ୍ତି ସରକାର। ଫେବୃଆରୀ ମାସରେ ଅମିତ ଶାହା ଏନେଇ ଘୋଷଣା କରିଥିଲେ। ୨୦୨୫ ରେ ଏପର୍ଯ୍ୟନ୍ତ ପ୍ରାୟ ୧୫୦ ନକ୍ସଲଙ୍କୁ ଏନକାଉଣ୍ଟର କରି ସାରିଲେଣି ସୁରକ୍ଷା କର୍ମୀ। ଗତ ସପ୍ତାହରେ, ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାରେ ୯ ଜଣ ନକ୍ସଲ ନିହତ ହୋଇଥିଲେ।

Operation underway in Chhattisgarh to arrest Maoists | Argus News