Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

#OperationSindoor; ଆମର ସଶସ୍ତ୍ର ବାହିନୀ ଉପରେ ଗର୍ବିତ

Smruti Parija
Browse all articles by Smruti Parija
·1 year ago·2 min read
#OperationSindoor; ଆମର ସଶସ୍ତ୍ର ବାହିନୀ ଉପରେ ଗର୍ବିତ

ଆତଙ୍କବାଦୀଙ୍କ ବିରୋଧରେ ଭାରତର ବଡ ପଦକ୍ଷେପ । ଲଢୁଆ ଯୁଦ୍ଧ ବିମାନ ଓ ମିଶାଇଲ ଯୋଗେ ଆତଙ୍କୀ ଶିବିରରେ ବି ଆକ୍ରମଣ କରିଛି ଭାରତୀୟ ସେନା । ମୋଟ ୯ଟି ସ୍ଥାନକୁ କରାଯାଇଛି ଟାର୍ଗେଟ । ସେନାର ଏହି ଅପରେସନର ନାମ ରଖାଯାଇଛି ‘ସିନ୍ଦୂର’ । ଏନେଇ ଭାରତୀୟ ସେନାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବାବେଳେ ଯୋଗ ଗୁରୁ ବାବା ରାମଦେବ ଭାରତୀୟ ସେନାର ପରାକ୍ରମକୁ ପ୍ରଶଂସା କରିଛନ୍ତି ।



ଆତଙ୍କବାଦୀ ଏବଂ ସେମାନଙ୍କର ଆଡ୍ଡାସ୍ଥଳୀ ଗୁଡ଼ିକୁ ଧ୍ୱଂସ କରି ଭାରତୀୟ ସେନା ପହଲଗାମ ଆତଙ୍କବାଦୀ ଆକ୍ରମଣର ଯେଉଁ ପ୍ରତିଶୋଧ ନେଇଛନ୍ତି, ତାହା ଆଜି କୋଟି କୋଟି ଭାରତୀୟଙ୍କ ମନରେ ସନ୍ତୋଷ ଆଣିଦେଇଛି । ଆମେ ସମସ୍ତେ ଆମର ସଶସ୍ତ୍ର ବାହିନୀ ଉପରେ ଗର୍ବିତ । ଭାରତରେ ଶକ୍ତିଶାଳୀ ଏବଂ ସକ୍ଷମ ସୈନ୍ୟବାହିନୀ ରହିଛି, ଯାହା ଶତ୍ରୁକୁ କଡା ଜବାବ ଦେବାକୁ ପ୍ରତିବଦ୍ଧ । ପାକିସ୍ତାନ ପାଇଁ ଏହା ଉଚିତ ଶିକ୍ଷା । ଏହା ତ କେବଳ ଆରମ୍ଭ ବୋଲି କହିଛନ୍ତି ବାବା ରାମଦେବ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Operation Sindoor: ପାକିସ୍ତାନ ଉପରେ ବର୍ଷା ହେଲା ମିସାଇଲ


ସୂଚନାଯୋଗ୍ୟ, ପହଲଗାମରେ ୨୨ ଏପ୍ରିଲରେ ଧର୍ମ ପଚାରି 26 ପର୍ଯ୍ୟଟକଙ୍କ ଜୀବନ ନେଇଥିଲେ ଆତଙ୍କବାଦୀ । ପତ୍ନୀ ଓ ପରିବାର ଆଗରେ ପୁରୁଷମାନଙ୍କର ଜୀବନ ନେଇଥିଲେ । ଯେଉଁଥିପାଇଁ ଆତଙ୍କବାଦୀଙ୍କୁ ‘ଅପରେସନ ସିନ୍ଦୂର’ ମାଧ୍ୟମରେ କଡ଼ା ଜବାବ ଦେଇଛି ଭାରତୀୟ ସେନା ।


ପ୍ରତିଶୋଧ ନେଲା ଭାରତ ‘ଅପରେସନ ସିନ୍ଦୂର’ ରେ ଦେଲା କଡ଼ା ଜବାବ

Sponsored
operationsindoor-we-are-all-proud-of-our-armed-forces-said-baba-ramdev | Argus News