#OperationSindoor ; 'ମୁରିଦ୍କେ'କୁ କାହିଁକି ବାଛିଲା ଭାରତ, ଜାଣନ୍ତୁ ମୁରିଦ୍କେର ଇତିହାସ ବିସ୍ତୃତରେ...

୯ଟି ସ୍ଥାନରୁ କାହିଁକି ଗୁରୁତ୍ଵପୂର୍ଣ୍ଣ ମୁରିଦ୍କେ
କଣ ଏହା ପଛର କାରଣ ଏବଂ ଉଦ୍ଦେଶ୍ୟ
୨୦୦୮ ମୁମ୍ବାଇ ଆକ୍ରମଣର ପ୍ରତିଶୋଧ ନେଲା କି ଭାରତ ?
ଭାରତ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ ଅଞ୍ଚଳକୁ ମିଶାଇ ୯ଟି ପ୍ରମୁଖ ସ୍ଥାନରେ କରିଛି ମିସାଇଲ ଆକ୍ରମଣ । ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀ ଥିବା ବହାବଲପୁର, ମୁରିଦିକେ ଭଳି ସ୍ଥାନରେ ଆତଙ୍କବାଦୀ ସଂଗଠନକୁ ଆକ୍ରମଣ କରାଯାଇଛି । ସେ ଭିତରେ ଥିବା ମୁରିଦକେ କାହିଁକି ଥିଲା ଭାରତୀୟଙ୍କ ପାଇଁ ବିଶେଷ ଗୁରୁତ୍ଵପୂର୍ଣ୍ଣ ସ୍ଥାନ, କଣ ରହିଛି ଏହା ପଛର କାରଣ, ବିଶେଷତ୍ଵ ଆସନ୍ତୁ ଜାଣିବା ।
ମୁରିଦକେ ଲାହୋର ଠାରୁ ୩୩ କିଲୋମିଟର ଦୂରରେ ଅବସ୍ଥିତ । ଏହାକୁ ମରକଜ୍ ଏ ତାଇବା ବା ମସଜିଦ୍ ୱା ମରକଜ୍ ତାଇବା ବୋଲି ମଧ୍ୟ କୁହାଯାଉଛି । ୨୦୦ ଏକର ଜମିରେ ଏହା ରହିଛି ଏହି ସ୍ଥାନ । ସେହି ସ୍ଥାନରେ ରହିଛି ରେସିଡେନ୍ସିଆଲ କ୍ଵାର୍ଟର , ବୃହତ ମସଜିତ୍ , ଶିକ୍ଷାନୁଷ୍ଠାନ , ଆତଙ୍କବାଦୀ ପ୍ରଶିକ୍ଷଣ କ୍ୟାମ୍ପ , ମିଡିଆ ପ୍ରଡକ୍ସନ ଏବଂ ନିଯୁକ୍ତି କେନ୍ଦ୍ର । ଏଠାରେ ଥିବା ଶିକ୍ଷାନୁଷ୍ଠାନରେ ଛାତ୍ରମାନଙ୍କର କରାଯାଉଥିଲା ବ୍ରେନୱାସ ଏଥିସହ ତାଙ୍କୁ ଆତଙ୍କବାଦ୍ର ଟ୍ରେନିଂ ମଧ୍ୟ ଦିଆଯାଉଥିଲା । ତେବେ ଏଠାରେ କଣ ରହିଥିଲା ଆତଙ୍କବାଦ୍ର ଭୂମିକା ...
ମୁରିଦ୍କେ ରେ ଆତଙ୍କବାଦ୍ର ଭୂମିକା
୨୦୦୮ରେ ହୋଇଥିବା ମୁମ୍ବାଇ ଆଟାକ୍ରେ ମୁଖ୍ୟ ଆକ୍ରମଣକାରୀ ଥିଲା ଆଜମଲ କଶାବ୍ । ଯିଏ ଏହି ସ୍ଥାନରେ ହିଁ ଆତଙ୍କଦାଦ୍ର ପ୍ରଶିକ୍ଷଣ ଦେଉଥିଲା । ତେଣୁ କୁହାଯାଇପାରେ ୨୦୦୮ରେ ହୋଇଥିବା ଏହି ଆକ୍ରମଣର ପ୍ରତିଶୋଧ ନେବାପାଇଁ ଭାରତ ଆକ୍ରମଣ କରିଛି । ଏଥିସହ ସେଠାରେ ଥିବା ଜମାତ୍ ଉଦ୍ ଦାୱା ସଂଗଠନରେ ଜିହାଦ୍ ମାନଙ୍କୁ ନିଯୁକ୍ତି ଦିଆଯାଉଥିଲା । ଏବଂ ଏହି ସଂଗଠନ ଲସ୍କର ଇ ତୋଇବାର ଏକ ଅଂଶ ଅଟେ । ଏହି ପୁରା ସଂଗଠକୁ ପାକିସ୍ତାନ ଆର୍ମି ଏବଂ ଆଇଏସ୍ଆଇ ଦ୍ଵାରା ସୁରକ୍ଷା ପ୍ରଦାନ କରାଯାଉଥିଲା । ସେଥିପାଇଁ ଏହା ଉପରେ ଭାରତୀୟ ସେନା ଆକ୍ରମଣ କରିବାକୁ ସ୍ଥିର କରିଥିଲେ ।
ଯଦି ପେହଲଗାମ୍ର ଆକ୍ରମଣ କଥା ଦେଖାଯାଏ, ତେବେ ଏହି ଆକ୍ରମଣରେ ଆତଙ୍କବାଦୀଙ୍କୁ ସହାୟତା କରିଥିବା ଏବଂ ସେମାନଙ୍କୁ ନିୟନ୍ତ୍ରଣ କରୁଥିବା ଆତଙ୍କୀ ମୁରିଦ୍କେର ଅଟନ୍ତି ।
ମୁରିଦ୍କେ ଆକ୍ରମଣ ପଛରେ ଯବାନଙ୍କ ଉଦ୍ଦେଶ୍ୟ
ମୁରିଦ୍କେରେ ଥିବା ଭିତ୍ତିପ୍ରସ୍ତରକୁ ନଷ୍ଟ କରିବାକୁ ଚାହୁଁଥିଲେ ଭାରତୀୟ ଯବାନ । କାରଣ ଏଠାରେ ଆତଙ୍କବାଦୀଙ୍କୁ ସମ୍ପୁର୍ଣ୍ଣ ପ୍ରଶିକ୍ଷଣ, ଆକ୍ରମଣ କରିବାର ଯୋଜନା ସବୁ ପ୍ରସ୍ତୁତ କରାଯାଉଥିଲା । ଏଥିସହ ଏହି ସଂଗଠନକୁ ସୁରକ୍ଷା ଦେଉଥିବା ମୁଖ୍ୟ ଆଇଏସଆଇକୁ ଏକ ସୂଚନା ଦେବାକୁ ଚାହୁଁଥିଲା ଭାରତ । ପାକିସ୍ତାନର ଲାହୋର ପାକିସ୍ତାନ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଥିଲା । ସେଥିପାଇଁ ଏହାକୁ ନଷ୍ଟ କରିବାକୁ ଚାହୁଁଥିଲା ଭାରତ ।
ଲସ୍କର ଇ ତୋଇବାର ପ୍ରତିଷ୍ଠାତା ହେଉଛି ହାଫିଜ୍ ସଇଦ । ସେ ହିଁ ମୁରିଦ୍କେର ପୁରା ସାମ୍ରାଜ୍ୟ ତିଆରି କରିଥିଲା । ସେଥିପାଇଁ ଭାରତ ଏହାକୁ ପ୍ରଥମେ ମିସାଇଲ୍ ଦ୍ଵାରା ଧ୍ଵଂସ କରିଛି । କିନ୍ତୁ ଭାରତ କେବଳ ଆଥଙ୍କବାଦୀ ସଂଗଠନ ଗୁଡିକ ଉପରେ ହିଁ ଆକ୍ରମଣ କରିଛି ।
ଅନ୍ତର୍ଜାତୀୟ ପ୍ରଭାବ
ଯଦି ଭାରତ ଉପରେ ଆକ୍ରମଣ କରାଯାଏ , ତେବେ ଭାରତ ଏହାର ପ୍ରତିଶୋଧ ଯେମିତି ହେଲେ ନେବ ବୋଲି ସ୍ପଷ୍ଟ କରିଛନ୍ତି ଭାରତୀୟ ଯବାନ । ଭାରତର ଉଦ୍ଦେଶ୍ୟ ଯୁଦ୍ଧ ନୁହେଁ, ଆତଙ୍କବାଦୀକୁ ସମୂଳେ ନାଶ କରିବା ଭାରତର ମୁଖ୍ୟ ଉଦ୍ଦେଶ୍ୟ । ଏଥିରେ ତାକୁ ଅନ୍ୟ ଶକ୍ତିଶାଳୀ ଦେଶ ଯେପରି ଆମେରିକା, ଫ୍ରାନ୍ସ ଆଦି ସପୋର୍ଟ କରିବ ବୋଲି ଆଶା କରିଛି ଭାରତ ।
ତେବେ ମୁରିଦ୍କେ ଆତଙ୍କରାଜର ମୁଖ୍ୟ ଆଡ୍ଡାସ୍ଥଳୀ ତଥା ଏହା ପାକିସ୍ତାନର ଏକ ପ୍ରମୁଖ ସ୍ଥାନ ହୋଇଥିବାରୁ ଭାରତ ଏହା ସତର୍କ କରେଇଦେବାକୁ ଚାହିଁଛି, ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କଲେ ଭାରତ ଏହା ଦ୍ଵିଗୁଣ ବଦଲା ନେବ , ଏବଂ ପାକିସ୍ତାନର ଯେକୌଣସି ସ୍ଥାନରେ ପହଞ୍ଚି ଆକ୍ରମଣ କରି ପାରିବ ।