ଅଯୋଧ୍ୟା ପାଲଟିବ ଭାରତର ଭାଟିକାନ ସିଟି
·2 years ago

ଅର୍ଗସ ବ୍ୟୁରୋ: ଅଯୋଧ୍ୟା ପାଲଟିବ ଭାରତର ଭାଟିକାନ ସିଟି। ଦେଶର ଏକ ପ୍ରମୁଖ ଧାର୍ମିକ ସ୍ଥଳର ମାନ୍ୟତା ପାଇଥିବା ଅଯୋଧ୍ୟାରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ହେବାପରେ ଏଠାକୁ ପ୍ରତିଦିନ ଆସୁଥିବା ଭକ୍ତଙ୍କ ସଂଖ୍ୟା ମାତ୍ରାଧିକ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଆଗାମୀ 5 ବର୍ଷ ମଧ୍ୟରେ ଅଯୋଧ୍ୟାରେ ଶହେରୁ ଅଧିକ ହୋଟେଲ ଖୋଲିବାର ସମ୍ଭାବନା ଦେଖା ଦେଇଛି।
ସାରା ବିଶ୍ବବାସୀ ଏବେ ଅଯୋଧ୍ୟା ଗସ୍ତ କରିବାକୁ ଚାହୁଁଛନ୍ତି। ଭାରତକୁ ଭ୍ରମଣରେ ଆସୁଥିବା ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ରାମଲାଲାଙ୍କ ଦର୍ଶନ କରିବାକୁ ବେଶ ଇଚ୍ଛୁକ। ତେଣୁ ଏସବୁକୁ ଦୃଷ୍ଟିରେ ରଖି ଆଗାମୀ 5 ବର୍ଷ ଭିତରେ ଆଯୋଧ୍ୟାରେ ହେଟୋଲ ବ୍ୟବସାୟ ଖୁବ୍ ଆଗେଇବ ବୋଲି ବିଭିନ୍ନ ମହଲରୁ ମତ ପ୍ରକଶ ପାଇଛି।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: