Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Ram Mandir / ରାମ ମନ୍ଦିର ଦାନ ବିବାଦରେ ବିରୋଧୀଙ୍କ ମିଥ୍ୟାପ୍ରଚାର ବିଫଳ: ରାମଲାଲାଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତ

Rashmita Mishra
Browse all articles by Rashmita Mishra
·1 week ago·2 min read
ରାମ ମନ୍ଦିର ଦାନ ବିବାଦରେ ବିରୋଧୀଙ୍କ ମିଥ୍ୟାପ୍ରଚାର ବିଫଳ: ରାମଲାଲାଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତ
Ram Mandir

Key Points

ରାମ ମନ୍ଦିର ଦାନ ବିବାଦରେ ବିରୋଧୀଙ୍କ ମିଥ୍ୟାପ୍ରଚାର ବିଫଳ
ପୂର୍ବ ଠାରୁ ଏବେ ରାମଲାଲାଙ୍କ ଦର୍ଶନ ପାଇଁ ଭକ୍ତ ଅଧିକ ବିକଳ
ବିରୋଧୀ କହୁଥିଲେ ଦାନ ଚୋରୀ କରିଛି ଭକ୍ତଙ୍କ ଆସ୍ଥା ଦୁର୍ବଳ
ତଥ୍ୟ କହୁଛି ବିବାଦ ପରଠୁ ବଢିଛି ମନ୍ଦିରକୁ ଦାନର ପରିମାଣ 

ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ଦାନ ଚୋରି ପ୍ରସଙ୍ଗକୁ ନେଇ ଶ୍ରଦ୍ଧାଳୁଙ୍କ ଆସ୍ଥା ଦୁର୍ବଳ ହୋଇଯାଇଛି ବୋଲି ବିରୋଧୀ ଦଳଗୁଡ଼ିକ ଯେଉଁ ନାରେଟିଭ୍ ତିଆରି କରିବାକୁ ଚେଷ୍ଟା କରୁଥିଲେ, ତାହା ସମ୍ପୂର୍ଣ୍ଣ ଫୋଲ ହୋଇଯାଇଛି। ମନ୍ଦିରରେ ଭକ୍ତଙ୍କ ସଂଖ୍ୟା କମିବା ପରିବର୍ତ୍ତେ ବୃଦ୍ଧି ପାଇବା ଏହି ରାଜନୈତିକ ଷଡ଼ଯନ୍ତ୍ରରୁ ଚୂରମାର କରିଦେଇଛି। ତଥ୍ୟା ସ୍ପଷ୍ଟ କରୁଛି ଯେ ଦାନ ଚୋରୀ ଘଟଣାର ରାମଲାଲାଙ୍କ ଦର୍ଶନ ଉପରେ କୌଣସି ପ୍ରଭାବ ପଡ଼ିନାହିଁ ।

ଜୁନ 5ରେ ସାମ୍ନାକୁ ଆସିଥିଲା ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ଦାନ ଚୋରୀ ଘଟଣା। ଜୁନ 7ରୁ ଜୁନ 11 ମଧ୍ୟରେ ମନ୍ଦିରକୁ ଦୈନିକ ଆସୁଥିବା ଭକ୍ତଙ୍କ ସଂଖ୍ୟା ରହିଥିଲା ୮୧ହଜାର ରୁ ୧ ଲକ୍ଷ୧୬ ହଜାର ମଧ୍ୟରେ। ଏହି ୫ ଦିନ ମଧ୍ୟରେ ପ୍ରାୟ ୪ ଲକ୍ଷ ୯୦ହଜାର ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ ପାଇଁ ଆସିଥିଲେ। ଆଉ ତଥ୍ୟ କହୁଛି ଜୁନ୍ ମାସ ସାରା ଶ୍ରୀରାମ ମନ୍ଦିରକୁ ପ୍ରତିଦିନ ପ୍ରାୟ ୧ ଲକ୍ଷ ଶ୍ରଦ୍ଧାଳୁ ଆସିଛନ୍ତି। ବିରୋଧୀଙ୍କ ଦାବି ଅନୁଯାୟୀ ଯଦି ଦାନ ଚୋରୀ ଘଟଣା ରାମ ଭକ୍ତଙ୍କ ଆସ୍ଥା ଦୁର୍ବଳ କରିଦେଇଛି ତାହାହେଲେ ଏତେ ସଂଖ୍ୟାରେ ଭକ୍ତ ମନ୍ଦିରକୁ କିପରି ଆସୁଛନ୍ତି।

ଖାଲି ସେତିକି ନୁହେଁ ଜୁନ ମାସରେ ମନ୍ଦିରର ଦାନ ସଂଗ୍ରହରେ ମଧ୍ୟ ବୃଦ୍ଧି ଘଟିଛି। ରିପୋର୍ଟ ଅନୁଯାୟୀ, ଜୁନ୍ ୭ ପୂର୍ବରୁ ପ୍ରତିଦିନ ହାରାହାରି ୧୬ ରୁ ୧୮ ଲକ୍ଷ ଟଙ୍କା ଦାନ ଆକାରରେ ବ୍ୟାଙ୍କରେ ଜମା ହେଉଥିଲା। ବିବାଦ ଆରମ୍ଭ ହେବା ପରେ ଦୈନିକ ଦାନର ପରିମାଣ ବଢ଼ି ପ୍ରାୟ ୨୨ ରୁ ୨୪ ଲକ୍ଷ ଟଙ୍କାରେ ପହଞ୍ଚିଛି। SIT ରିପୋର୍ଟ ମଧ୍ୟ କହୁଛି ଯେ ମାସିକ ହାରାହାରି ୨୫ ଲକ୍ଷ ଶ୍ରଦ୍ଧାଳୁ ଅଯୋଧ୍ୟା ଆସୁଛନ୍ତି।

ଏହି ସମ୍ପୂର୍ଣ୍ଣ ବିବାଦର ଆରମ୍ଭ ୫ ଜୁନ୍ ୨୦୨୬ରେ ହୋଇଥିଲା, ଯେତେବେଳେ ରୁଟିନ୍ ସୁରକ୍ଷା ଯାଞ୍ଚ ସମୟରେ କିଛି କର୍ମଚାରୀଙ୍କ ପକେଟରୁ ନଗଦ ଟଙ୍କା ମିଳିଥିଲା। ୭ ଜୁନ‌ରେ ଏହି ଖବର ସାମ୍ନାକୁ ଆସିବା ମାତ୍ରେ ସପା ମୁଖ୍ୟ ଅଖିଳେଶ ଯାଦବ ବିନା କୌଣସି ତଥ୍ୟରେ ଅଭିଯୋଗ ଆଣି ହଙ୍ଗାମା କରିଥିଲେ ।

ତେବେ ତାଙ୍କର ଏହି ରାଜନୈତିକ ଡ୍ରାମାକୁ ରାମ ଭକ୍ତ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ସେମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। କାରଣ ସାରା ଦେଶର ରାମ ଭକ୍ତ ଭଲ ଭାବରେ ଜାଣିଛନ୍ତି ଇଏ ହେଉଛନ୍ତି ସେହି ନେତା ଯେଉଁମାନେ ରାମ ଜନ୍ମଭୂମି ଆନ୍ଦୋଳନ ବେଳେ କର ସେବକଙ୍କ ଉପରକୁ ଗୁଳି ଚଳାଇବାକୁ ମଧ୍ୟ ପଛାଇ ନଥିଲେ। ୧୯୯୦ ଦଶକରେ ଯେତେବେଳେ କାରସେବକମାନେ ଆନ୍ଦୋଳନ ପାଇଁ ବାହାରିଥିଲେ, ସେତେବେଳେ ୩୦ ଅକ୍ଟୋବର ଏବଂ ୨ ନଭେମ୍ବର ୧୯୯୦ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ନିର୍ଦ୍ଦେଶରେ ପୋଲିସ କାରସେବକଙ୍କ ଉପରେ ଗୁଳି ଚଳାଇଥିଲା, ଯେଉଁଥିରେ ଅନେକଙ୍କ ମୃତ୍ୟୁ ହୋଇଥିଲା। ସେହି ସମୟରେ ମୁଲାୟମ ଚେତାବନୀ ଦେଇଥିଲେ ଯେ ବାବ୍ରି ଢାଞ୍ଚା ଉପରେ ‘ପକ୍ଷୀଟିଏ ବି ଡେଣା ମାରିପାରିବ ନାହିଁ’ ।

ମନ୍ଦିରରେ ଦାନ ଚୋରି ଏକ ପ୍ରଶାସନିକ ଓ ତଦନ୍ତ ସାପେକ୍ଷ ବିଷୟ, ଯାହାର ପ୍ରକ୍ରିୟା ଚାଲିଛି। ଏଥିପାଇଁ ଏସଆଇଟି ଗଠନ କରାଯାଇଛି। ବହୁ ଦୋଷୀଙ୍କୁ ଗିରଫ କରାଯାଇସାରିଲାଣି। ସୋମବାର ହୋଇଥିବା ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ବୈଠକରେ ପୂର୍ବତନ ମହାସିଚବ ଚମ୍ପତରାୟ ଏବଂ ସଦସ୍ୟ ଅନିଲ ମିଶ୍ରଙ୍କ ଇସ୍ତଫା ମଞ୍ଜୁର କରାଯିବା ସହ କୃଷ୍ଣ ମୋହନଙ୍କୁ ଅନ୍ତରିଣ ମହାସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏଥିସହ ଶ୍ରୀରାମ ମନ୍ଦିରର କିଛି ମୂଲ୍ୟବାନ ବସ୍ତୁ ଚୋରୀ ହୋଇଛି ବୋଲି ବିରୋଧୀଙ୍କ ପକ୍ଷରୁ ଯେଉଁ ମିଥ୍ୟା ପ୍ରଚାର କରାଯାଉଥିଲା ସେହି ସମସ୍ତ ବସ୍ତୁଗୁଡ଼ିକୁ ଟ୍ରଷ୍ଟ ପକ୍ଷରୁ ପ୍ରଦର୍ଶିତ କରାଯାଇଛି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ram Mandir | Opposition’s Claims Fail As Devotees Crowd Ram Mandir | Argus News