FCRA Bill / ବିଦେଶୀ ପାଣ୍ଠି ଏବଂ NGO ପରିଚାଳନା ବିଲ୍ ବିରୋଧରେ ଏକାଠି ହେଉଛନ୍ତି ବିରୋଧୀ
·2 weeks ago·3 min read

Key Points
FCRA ସଂଶୋଧନ ବିଲ
ସଂସଦରେ ଜୋରଦାର ହଙ୍ଗାମା
ଏହି ସଂଶୋଧନ ବିଲ ବିରୋଧରେ ଏକାଠି ବିରୋଧୀ
ବିଦେଶୀ ପାଣ୍ଠି ଏବଂ NGO ପରିଚାଳନା ବିଲ୍
ସଂସଦରେ ଜୋରଦାର ହଙ୍ଗାମା
ଏହି ସଂଶୋଧନ ବିଲ ବିରୋଧରେ ଏକାଠି ବିରୋଧୀ
ବିଦେଶୀ ପାଣ୍ଠି ଏବଂ NGO ପରିଚାଳନା ବିଲ୍
ନୁଆଦିଲ୍ଲୀ,୧୦/୦୮: FCRA ସଂଶୋଧନ ବିଲକୁ ନେଇ ସଂସଦରେ ଜୋରଦାର ହଙ୍ଗାମା । ବିଦେଶୀ ପାଣ୍ଠି ଓ ଏନଜିଓ ପରିଚାଳନା ବିଲ୍ ବିରୋଧରେ ଏକାଠି ହେଉଛନ୍ତି ବିରୋଧୀ ଦଳ । ଆସନ୍ତା ସପ୍ତାହରେ ସଂସଦରେ ଆସିବାକୁ ଥିବା ଏହି ବିଲ୍କୁ ବିରୋଧ କରିବା ପାଇଁ ବିରୋଧୀ ଦଳଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏନେଇ ସୋମବାର ବିରୋଧୀ ଦଳ ବୈଠକ ବସିବାକୁ ଯାଉଛି । ସଂସଦରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବାକୁ ଥିବାରୁ କଂଗ୍ରେସ ପକ୍ଷରୁ ରାଜ୍ୟସଭା ଓ ଲୋକସଭାର ସମସ୍ତ ଦଳୀୟ ସାଂସଦଙ୍କ ପାଇଁ ଅଗଷ୍ଟ ୧୦, ୧୧ ଓ ୧୨ ତାରିଖ ପାଇଁ ହ୍ୱିପ୍ ଜାରି କରାଯାଇଛି। ଇଣ୍ଡି ମେଣ୍ଟର ସହଯୋଗୀ ଦଳଗୁଡ଼ିକୁ ମଧ୍ୟ ଉପସ୍ଥିତି ନିଶ୍ଚିତ କରିବାକୁ କୁହାଯାଇଛି।
ସରକାରୀ ତଥ୍ୟ ଅନୁଯାୟୀ ଦେଶରେ ବର୍ତ୍ତମାନ ୧୪ ହଜାର ୪ ଶହ ୪୯ଟି ସକ୍ରିୟ ଏଫସିଆରଏ ପଞ୍ଜୀକରଣ ଥିବାବେଳେ ୨୨ ହଜାର ୪ ଶହ ୯୮ଟି ବାତିଲ ହୋଇଛି । ୧୫ ହଜାର ୨୧୨ଟିର ପଞ୍ଜୀକରଣ ମିଆଦ ଶେଷ ହୋଇସାରିଛି। ଖୋଦ କଂଗ୍ରେସ ଶାସନ ସମୟରେ ୨୦୧୦ରେ FCRA ଆଇନ ଆସିଥିବାବେଳେ ଏବେ ସଂଶୋଧନ ବିଲକୁ ବିରୋଧ କରୁଛି କଂଗ୍ରେସ ।
ବିରୋଧର ପ୍ରମୁଖ କାରଣ କଣ?
1 - ଧାରା 14B, 16A ଏବଂ 16B ବିଲ୍ର ଏହି ତିନିଟି ଧାରାକୁ ନେଇ ସବୁଠୁ ବଡ଼ ବିବାଦ ଦେଖାଦେଇଛି। ଏହା ପୁରୁଣା ଆଇନ ଅଧୀନରେ ପୂର୍ବରୁ ରହିଥିବା ସମ୍ପତ୍ତି ଉପରେ ମଧ୍ୟ କାର୍ଯ୍ୟକାରୀ ହୋଇପାରିବ । ବର୍ତ୍ତମାନ ଆଭ୍ୟନ୍ତରୀଣ ପାଣ୍ଠିରେ ଚାଲିଥିବା ସଂସ୍ଥାଗୁଡ଼ିକୁ ମଧ୍ୟ ଏହି ଧାରାରେ ପ୍ରଭାବିତ ହେବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
2- ସଂଖ୍ୟାଲଘୁ ଓ ଏନଜିଓ ଉପରେ ପ୍ରଭାବ ପଡ଼ିବ। କେରଳର ଖ୍ରୀଷ୍ଟିଆନ୍ ଗ୍ରୁପ୍ ଓ ଅନ୍ୟାନ୍ୟ ସାମାଜିକ ସେବା ଅନୁଷ୍ଠାନଗୁଡ଼ିକୁ ନିୟନ୍ତ୍ରଣ କରିବା ଓ ଭୟଭୀତ କରିବା ପାଇଁ ଏହା ଏକ ପ୍ରୟାସ ବୋଲି ଅଭିଯୋଗ କରିଛି କଂଗ୍ରେସ।
3-ବିନା ଶୁଣାଣିରେ କାର୍ଯ୍ୟାନୁଷ୍ଠାନର ଆଶଙ୍କା। କୌଣସି ପୂର୍ବ ଶୁଣାଣି କିମ୍ବା ନ୍ୟାୟିକ ସମୀକ୍ଷା ବିନା ସଂସ୍ଥାଗୁଡ଼ିକର ପଞ୍ଜୀକରଣ ରଦ୍ଦ ଏବଂ ସମ୍ପତ୍ତି ଜବତ କରିବାର ବ୍ୟବସ୍ଥା ରହିଥିବା କଂଗ୍ରେସ ଅଭିଯୋଗ କରିଛି ।
4-ସାମାଜିକ ସଂଗଠନଗୁଡ଼ିକର ମନମାନି ଖତମ୍ ହେବ। ସ୍ୱେଚ୍ଛାସେବୀ ସଂଗଠନ ଓ ସମାଜସେବୀ ଗ୍ରୁପ୍ଗୁଡ଼ିକର କାର୍ଯ୍ୟକଳାପ ଉପରେ ଅତ୍ୟଧିକ ନିୟନ୍ତ୍ରଣ ରହିବ, ଯାହା ସେମାନଙ୍କର କାର୍ଯ୍ୟକ୍ଷମତାକୁ ସଙ୍କୁଚିତ କରିବ ବୋଲି ବିରୋଧୀ ଦାବି କରୁଛନ୍ତି।
5- ସାଂପ୍ରଦାୟିକ ଓ ଆଞ୍ଚଳିକ ବିରୋଧ
କେରଳର କ୍ୟାଥଲିକ୍ ଚର୍ଚ୍ଚ ସଂଘ ବିଲ୍କୁ ନେଇ ଚିନ୍ତା ବ୍ୟକ୍ତ କରିଛି । ବିଲ୍କୁ ପ୍ରତ୍ୟାହାର କରିବାକୁ କିମ୍ବା ଯାଞ୍ଚ ପାଇଁ ଏକ ମିଳିତ ସଂସଦୀୟ କମିଟି ବା JPC ନିକଟକୁ ପଠାଇବାକୁ ଦାବି କରିଛି NCP.
ପଢନ୍ତୁ ଏହି ଖବର: ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜେତାଙ୍କ ସହ କଥା ହେବାସହ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
FCRA ସଂଶୋଧନ ବିଲ୍ କ’ଣ?

ଏହି ବିଲ୍ ଜରିଆରେ FCRA- ୨୦୧୦ ଆଇନରେ ସଂଶୋଧନ କରାଯିବ। ଯାହା ବିଦେଶରୁ ଆସୁଥିବା ଦାନ ବା ଅନୁଦାନକୁ ନିୟନ୍ତ୍ରିତ କରିଥାଏ। କୌଣସି NGOର FCRA ପଞ୍ଜୀକରଣ ବାତିଲ କିମ୍ବା ସମାପ୍ତ ହେଲେ ସେମାନଙ୍କ ସଂପତ୍ତି ଏକ ସ୍ବତନ୍ତ୍ର ଅଥୋରିଟିକୁ ଚାଲିଯିବ। ସଂସ୍ଥାଟି ନିର୍ଦ୍ଦିଷ୍ଟ ସମୟରେ ପୁନଃ-ପଞ୍ଜୀକରଣ ନ ପାଇଲେ ସମ୍ପତ୍ତି ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ଅଧୀନକୁ ଚାଲିଯିବ। ସମୟସୀମା ମଧ୍ୟରେ ନବୀକରଣ ପାଇଁ ଆବେଦନ ନକଲେ FCRA ସାର୍ଟିଫିକେଟ୍ ରଦ୍ଦ ବୋଲି ଧରାଯିବ। ପୁରୁଣା ଆଇନ ଅଧୀନରେ ଥିବା ସମ୍ପତ୍ତି ଉପରେ ମଧ୍ୟ ଏହି ନୂଆ ନିୟମ ଲାଗୁ ହୋଇପାରିବ। ଫଳରେ ବହୁ ବର୍ଷ ପୂର୍ବରୁ FCRA ରଦ୍ଦ ହୋଇଥିବା ଓ ଭାରତୀୟ ପାଣ୍ଠିରେ ଚାଲୁଥିବା ସଂସ୍ଥା ପ୍ରଭାବିତ ହେବେ। କଂଗ୍ରେସର ବିଦେଶୀ ପାଣ୍ଠି ବନ୍ଦ ହୋଇଯିବା ଆଶଙ୍କାରେ ଏହାକୁ ବିରୋଧ କରିଆସୁଛି।
କିଏ ହେଉଛି ଭୟଭୀତ
ଖ୍ରୀଷ୍ଟିୟାନ ଗୋଷ୍ଠୀ ଦ୍ୱାରା ପରିଚାଳିତ ସଂସ୍ଥାଗୁଡ଼ିକୁ ଭୟଭୀତ ହୋଇପଡ଼ିଛନ୍ତି। ଟିଏମସି ସାଂସଦ ଡେରେକ୍ ଓବ୍ରାଏନ୍ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଆପତ୍ତି ଉଠାଇଛନ୍ତି। ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରୁଥିବା NGO ଉପରେ ସରକାରୀ ସାମ୍ରାଜ୍ୟ ବିସ୍ତାର ଅଭିଯୋଗ ଆଣିଛନ୍ତି। ମିଜୋରାମ ମୁଖ୍ୟମନ୍ତ୍ରୀ ଲାଲଦୁହୋମା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଚିନ୍ତା ବ୍ୟକ୍ତ କରିଛନ୍ତି। କେରଳର କ୍ୟାଥୋଲିକ୍ ଚର୍ଚ୍ଚ ପ୍ରତିନିଧିମାନେ ମଧ୍ୟ ଏହି ବିଲ୍ ସମ୍ପର୍କରେ ନିଜର ଚିନ୍ତା ବ୍ୟକ୍ତ କରିଛନ୍ତି।
କଂଗ୍ରେସ ଜାରିକଲା ହ୍ବିପ୍
କଂଗ୍ରେସ ନିଜର ସମସ୍ତ ସାଂସଦଙ୍କୁ ସଂସଦରେ ଉପସ୍ଥିତ ରହିବା ପାଇଁ ତିନିଦିନିଆ ହ୍ୱିପ୍ ଜାରି କରିଛି। ସୁପ୍ରିୟା ସୁଲେ କହିଛନ୍ତି ଯେ, ବିଦେଶୀ ଫଣ୍ଡିଂକୁ ସବୁବେଳେ ସନ୍ଦେହ ଆଖିରେ ଦେଖିବା ଉଚିତ୍ ନୁହେଁ। ।ଯଦି ସରକାର ବିଲ୍ ପ୍ରତ୍ୟାହାର ନକରନ୍ତି, ତେବେ ଏହାକୁ JPCକୁ ଯାଞ୍ଚ ପାଇଁ ପଠାଇବାକୁ ଦାବି। ବିରୋଧୀ ଦଳଗୁଡ଼ିକ ମିଳିତ ଭାବେ ଏହି ବିଲ୍କୁ ଗୃହରେ ଅଟକାଇବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି

Related Topics
Explore more stories