Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

"ବିରୋଧୀ ଆହୁରି ୨୦ବର୍ଷ ବିରୋଧୀ ଆସନରେ ବସିବେ"- କେନ୍ଦ୍ର ଗୃହମନ୍ତ୍ରୀ

Swoyang prajna Mishra
Browse all articles by Swoyang prajna Mishra
·11 months ago·1 min read
"ବିରୋଧୀ ଆହୁରି ୨୦ବର୍ଷ ବିରୋଧୀ ଆସନରେ ବସିବେ"- କେନ୍ଦ୍ର ଗୃହମନ୍ତ୍ରୀ

Key Points

ବିରୋଧିଙ୍କ ଉପରେ ବର୍ଷିଲେ ଅମିତ୍ ଶାହ
ବୈଦେଶିକ ମନ୍ତ୍ରୀଙ୍କ ଉପରେ ବିରୋଧୀଙ୍କ ଭରସା ନାହିଁ
ବୈଦେଶିକ ମନ୍ତ୍ରୀଙ୍କ ବକ୍ତବ୍ୟ ଉପରେ ବିରୋଧୀଙ୍କ ଭରସା ନାହିଁ
ବିରୋଧୀଙ୍କ ଅନ୍ୟ ଦେଶ ଉପରେ ଭରସା ରହିଛି

ବିରୋଧିଙ୍କ ଉପରେ ବର୍ଷିଲେ ଅମିତ୍ ଶାହ । ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ବକ୍ତବ୍ୟ ବେଳେ ହଟ୍ଟଗୋଳ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ କେନ୍ଦ୍ର ଗୃହମନ୍ତ୍ରୀ । ଅମିତ୍ ଶାହ କହିଲେ, ନିଜ ଦେଶର ବିଦେଶ ମନ୍ତ୍ରୀଙ୍କ ଉପରେ ଭରସା ନାହିଁ କିନ୍ତୁ ବିଦେଶ ଉପରେ ରହିଛି ବିରୋଧୀଙ୍କ ଭରସା । ବିରୋଧୀଙ୍କର ଭାରତର ବୈଦେଶିକ ମନ୍ତ୍ରୀଙ୍କ ବକ୍ତବ୍ୟ ଉପରେ ଭରସା ନାହିଁ କିନ୍ତୁ ଅନ୍ୟ ଦେଶ ଉପରେ ଭରସା ରହିଛି ।


ସେହି ଦଳର ବିଦେଶ ସହ କଣ ମହତ୍ତ୍ବ ରହିଛି ସେ ବୁଝିପାରୁଛନ୍ତି । ଏଥିଯୋଗୁଁ ସେମାନେ ବିରୋଧୀ ଆସନରେ ବସିଛନ୍ତି । ଆଗକୁ ଆହୁରି ୨୦ବର୍ଷ ବସିବେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ କଟାକ୍ଷ କରିଥିଲେ । ବିରୋଧୀ ମାନେ ପ୍ରଶ୍ନ ପଚାରି ଉତ୍ତର ଶୁଣିବାକୁ ପ୍ରସ୍ତୁତ ନୁହନ୍ତି । ସେମାନେ ଅଯଥା ହଟ୍ଟଗୋଳ ସୃଷ୍ଟି କରିବାକୁ ଚାହୁଁଛନ୍ତି । ଏଭଳି ଗୁରୁତ୍ବପୂର୍ଣ୍ଣ ଆଲୋଚନା ବେଳେ ବିରୋଧୀମାନେ ଧୈର୍ଯ୍ୟର ସହ ଶୁଣିବା ଦରକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
"Opposition will sit in opposition seats for another 20 years" - Union Home Minister Amit Shah | Argus News