Oracle Layoffs / AI ପାଇଁ Oracleରେ ଛଟେଇ ? ସକାଳ ୬ଟାର କର୍ମଚାରୀଙ୍କୁ ମେଲ୍

Key Points
ସକାଳ ୬ଟାର କର୍ମଚାରୀଙ୍କୁ ମେଲ୍ ।
ସକାଳ ୬ଟାରେ ଆସିଲା ଗୋଟିଏ ଇମେଲ୍… ଆଉ ସେହି ଗୋଟିଏ ମେଲ୍ ବଦଳାଇଦେଲା ଅନେକ କର୍ମଚାରୀଙ୍କ ଭବିଷ୍ୟତ । ଆମେରିକୀୟ ଟେକ୍ ଜାଇଆଣ୍ଟ Oracleରେ ପୁଣି ଛଟେଇ ଚର୍ଚ୍ଚା ଆରମ୍ଭ ହୋଇଛି । AI ଓ କ୍ଲାଉଡ୍ ଇନ୍ଫ୍ରାଷ୍ଟ୍ରକଚରରେ କମ୍ପାନି ବିଲିୟନ୍ ବିଲିୟନ୍ ଡଲାର ଖର୍ଚ୍ଚ କରୁଥିବା ବେଳେ, ଅନ୍ୟପଟେ କର୍ମଚାରୀଙ୍କ ପାଖକୁ ପହଞ୍ଚୁଛି ଚାକିରି ହରାଇବାର ଖବର । ତେବେ AIରେ ଏତେ ବଡ଼ ନିବେଶ ମଧ୍ୟରେ କାହିଁକି ହେଉଛି ଏହି ଛଟେଇ ? ଏହା କେବଳ AIର ପ୍ରଭାବ, ନା ଏହା ପଛରେ ରହିଛି କମ୍ପାନିର ଖର୍ଚ୍ଚ କମାଇବା ଓ ପୁନର୍ଗଠନର ବଡ଼ ଯୋଜନା ? ଆସନ୍ତୁ ଜାଣିବା…
ଆମେରିକୀୟ ଟେକ୍ ଜାଇଆଣ୍ଟ Oracleରେ ପୁଣିଥରେ ଛଟେଇ ଚର୍ଚ୍ଚାରେ । କିଛି କର୍ମଚାରୀଙ୍କ ପାଇଁ ଦିନର ଆରମ୍ଭ ହୋଇଥିଲା ଏମିତି ଏକ ଇମେଲ୍ରୁ, ଯାହା ସେମାନେ କଳ୍ପନା ମଧ୍ୟ କରିନଥିଲେ । ସକାଳ ପ୍ରାୟ ୬ଟାରେ ପଠାଯାଇଥିବା ମେଲ୍ରେ ଲେଖାଥିଲା “ଆପଣଙ୍କ ପଦବୀ ସମ୍ପର୍କରେ କିଛି ବଡ଼ ଖବର ରହିଛି... ଆଜି ଆପଣଙ୍କ ଶେଷ କାର୍ଯ୍ୟଦିବସ ।”
Business Insiderର ରିପୋର୍ଟ ଅନୁସାରେ, AI ଓ କ୍ଲାଉଡ୍ ଇନ୍ଫ୍ରାଷ୍ଟ୍ରକ୍ଚର ପାଇଁ Oracle ବିପୁଳ ଖର୍ଚ୍ଚ କରୁଥିବା ସମୟରେ ଏହି ନୂଆ ଛଟେଇ ହୋଇଛି । କେତେ କର୍ମଚାରୀ ପ୍ରଭାବିତ ହୋଇଛନ୍ତି, କମ୍ପାନି ସ୍ପଷ୍ଟ କରିନାହିଁ । ଇମେଲ୍ରେ କୁହାଯାଇଛି ଯେ “ବ୍ୟାପକ ସଂଗଠନାତ୍ମକ ପରିବର୍ତ୍ତନ”ର ଅଂଶ ଭାବେ ଭୂମିକାଗୁଡ଼ିକୁ ଛଟେଇ କରାଯାଉଛି ।
Oracle ୨୦୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକରେ ୨୮.୫ ବିଲିୟନ୍ ଡଲାର ପୁଞ୍ଜି ଖର୍ଚ୍ଚ କରିଛି, ଯାହା ପୂର୍ବବର୍ଷର ୮.୫ ବିଲିୟନ୍ ଡଲାରଠାରୁ ତିନିଗୁଣରୁ ଅଧିକ । ସମଗ୍ର ବର୍ଷ ପାଇଁ ଏହାର capex ଅନୁମାନ ୯୦ରୁ ୯୫ ବିଲିୟନ୍ ଡଲାର । ସେହିପରି କମ୍ପାନି ୩୦ ବିଲିୟନ୍ ଡଲାରରୁ ଅଧିକ AI କ୍ଲାଉଡ୍ ଚୁକ୍ତି ସାଇନ୍ କରିଥିବା କହିଛି ।
ତଥ୍ୟ ଅନୁସାରେ, ୨୦୨୬ ଆର୍ଥିକ ବର୍ଷରେ Oracleର କର୍ମଚାରୀ ସଂଖ୍ୟା ପ୍ରାୟ ୨୧ ହଜାର କମିଛି । ଏହି ଛଟେଇକୁ କେବଳ AI ଦ୍ୱାରା ଚାକିରି ବଦଳ ବୋଲି କହିବା ଠିକ୍ ହେବ ନାହିଁ; ବିଶେଷଜ୍ଞମାନଙ୍କ ମତରେ ଏହାର ବଡ଼ ଅଂଶ ଖର୍ଚ୍ଚ କମାଇବା, ପୁନର୍ଗଠନ ଓ କାମର ନୂଆ ବଣ୍ଟନ ସହ ଜଡିତ ।
Oracle ଏକା ନୁହେଁ । Uber, PayPal, Apple ଓ Zomato ସହ ଅନେକ ଟେକ୍ କମ୍ପାନିରେ ମଧ୍ୟ କର୍ମଚାରୀ କମାଇବା ଚାଲିଛି । AI ଉତ୍ପାଦକତା ବଢ଼ାଉଛି, କିନ୍ତୁ ତାହା ସହିତ ଚାକିରିର ଗଠନ ମଧ୍ୟ ଦ୍ରୁତ ଭାବେ ବଦଳୁଛି ।
📱 Get Argus News App
✨Related Topics
Explore more stories