ମହାକାଶରେ ଉଡ଼ିବ ଭବିଷ୍ୟତର ରୋଷେଇଘର !

Key Points
ମହାକାଶ ଯାତ୍ରୀଙ୍କ ପାଇଁ ଖୁସି ଖବର।ଏବେ ଆକାଶ ମଧ୍ୟରେ ଖାଦ୍ୟ ପ୍ରସ୍ତୁତ କରାଯିବା ସମ୍ଭବ ହୋଇପାରିବ।
ଭାରତୀୟ ବାୟୁ ସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ଏକ ଏମିତି ପ୍ରକଳ୍ପ ଉପରେ କାମ କରୁଛନ୍ତି, ଯାହା ଭବିଷ୍ୟତର ଆକାଶଯାତ୍ରାକୁ ପରିବର୍ତ୍ତନ କରିଦେବ।
ମହାକାଶ ଯାତ୍ରୀଙ୍କ ପାଇଁ ଖୁସି ଖବର।ଏବେ ଆକାଶ ମଧ୍ୟରେ ଖାଦ୍ୟ ପ୍ରସ୍ତୁତ କରାଯିବା ସମ୍ଭବ ହୋଇପାରିବ। ଭାରତୀୟ ବାୟୁ ସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ଏକ ଏମିତି ପ୍ରକଳ୍ପ ଉପରେ କାମ କରୁଛନ୍ତି, ଯାହା ଭବିଷ୍ୟତର ଆକାଶଯାତ୍ରାକୁ ପରିବର୍ତ୍ତନ କରିଦେବ।ଏହା ଆକାଶଯାତ୍ରୀଙ୍କୁ ପ୍ରତିଦିନ ପ୍ୟାକ୍ କରାଯାଇଥିବା ଖାଦ୍ୟରେ ନୁହେଁ, ବରଂ ତାଜା ଖାଦ୍ୟ ପ୍ରସ୍ତୁତ କରି ଖାଇବାର ସୁଯୋଗ ବି ଦେବ।ଏହି ଅଦ୍ଭୁତ ରୋଷେଇଘର ଆକାଶରେ କାମ କରିପାରିବ।
ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ଏହି ଦୂରଦର୍ଶୀ ପ୍ରୟୋଗର ନେତୃତ୍ବ ନେଉଛନ୍ତି, ଯାହା ଆକାଶ ମିଶନ୍ ଗୁଡିକରେ ଆକାଶଯାତ୍ରୀଙ୍କ ଜୀବନ ଏବଂ ଖାଦ୍ୟ ପ୍ରଣାଳୀକୁ ବଦଳାଇଦେବ।
📱 Get Argus News App
✨ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପଟେନ ହେଉଛନ୍ତି ଶୁଭାଂଶୁ ଶୁକ୍ଳା । ସେ ଏପରି ଏକ ପ୍ରୋଜେକ୍ଟ ପ୍ରସ୍ତୁତ କରୁଛନ୍ତି ଯାହା ଭବିଷ୍ୟତରେ ମହାକାଶ ଯାତ୍ରାର ରୂପ ବଦଳାଇ ପାରିବ ।ଚଳିତ ମେ ମାସ ୨୯ ତାରିଖରେ ଶୁଭାରମ୍ଭ ହେବାକୁ ଯାଉଛି ଆକଜୀୟମ ମିଶନ-୪ । ଏହି ମିଶନରେ ଅଂଶ ଗ୍ରହଣ କରିବେ ଗ୍ରୁପ୍ କ୍ୟାପଟେନ ଶୁକ୍ଳା । ତାଙ୍କର କାର୍ଯ୍ୟକ୍ରମ ରହିଛି ଆନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାତ୍ରା କରିବା । ଏହି ମିଶନ କରାଯାଉଛି ନାସା, ଇସ୍ରୋ ଏବଂ ଇଉରୋପୀୟ ସ୍ପେସ ଏଜେନ୍ସିର ସହଭାଗିତାରେ । ଏହାର ଲକ୍ଷ୍ୟ ହେଉଛି ମହାକାଶରେ ଜୀବନ ସମ୍ବନ୍ଧରେ ଗବେଷଣା କରିବା ।
କେବଳ ମଣିଷ ସମ୍ପର୍କିତ ଗବେଷଣା ନୁହେଁ ବରଂ ଉଦ୍ଭିଦର ସ୍ଥିଥି ସମ୍ପର୍କରେ ଗବେଷଣା ହେବ। ମହାକାଶରେ ସେମାନେ ଚେଷ୍ଟା କରିବେ ସାଲାଡ଼ ଜାତୀୟ ମଞ୍ଜି, ମୁଗ ବିଶେଷକରି ମେଥି ରୁ ଗଜା କରାଇବା ପାଇଁ। ଏହା ମହାକାଶରେ ଭାରତୀୟ ଖାଦ୍ୟ ପାଇଁ ଇସ୍ରୋ ପକ୍ଷରୁ କରାଯାଉଥିବା ଗବେଷଣାର ଅଂଶ । ମୁଗ ମେଥି ସାଧାରଣ ଭାରତୀୟ ଖାଦ୍ୟରେ ସାମିଲ ହେଉଥିବା ବେଳେ ଏଥିରେ ପୁଷ୍ଟିକର ଓ ଔଷଧୀୟ ତତ୍ତ୍ଵ ରହିଛି ଏହି ମଞ୍ଜିକୁ ମହାକାଶରେ ଗଜା କରାଯିବା ସହ ପୁଣି ପୃଥିବୀକୁ ଆଣି ଏଥିରେ କିଛି ପରିବର୍ତ୍ତନ ହେଉଛି କି ନାହି ତାହା ପରୀକ୍ଷା କରାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଏହା ସଫଳ ହେଲେ ମହାକାଶ ଯାତ୍ରୀ ଭବିଷ୍ୟତରେ ନିଜ ପାଇଁ ନିଜେ ଖାଦ୍ୟ ପ୍ରସ୍ତୁତ କରିବାର ଆଶା ଉଜ୍ଜଳ ହେବ ।