ମଥୁରା ଏବଂ ବୃନ୍ଦାବନରେ ଶ୍ରଦ୍ଧାଳୁଙ୍କୁ ଉତ୍ତମ ସେବା ଯୋଗାଇଦେବାକୁ ନିର୍ଦ୍ଦେଶ

ଅର୍ଗସ ବ୍ୟୁରୋ: ମଥୁରା ଏବଂ ବୃନ୍ଦାବନରେ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ସହ ଜଡିତ ସେବାକୁ ଆହୁରି ସମୃଦ୍ଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏନେଇ ମଥୁରାରେ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଯୋଗୀ । ପୂରା ନଗର ନିଗମ ଅଞ୍ଚଳକୁ ଖୁବଶୀଘ୍ର ସେଫ୍ ସିଟି “ ଭାବେ ବିକଶିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଇଣ୍ଟିଗ୍ରେଟେଡ୍ ଟ୍ରାଫିକ୍ ମ୍ୟାନେଜମେଣ୍ଟ ସିଷ୍ଟମକୁ ପ୍ରଭାବଶାଳୀ କରିବା ସହ ଅଧିକ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ମଥୁରା ଏବଂ ବୃନ୍ଦାବନ ଅଞ୍ଚଳରେ ସ୍ବଚ୍ଛତା ରକ୍ଷା ପାଇଁ ଅଧିକ ମାନବ ସମ୍ବଳର ଉପଯୋଗ ଏବଂ କୁମ୍ଭମେଳାକୁ ନଜରରେ ରଖି ପ୍ରୟାଗରାଜରେ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ବ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମଥୁରାରେ ଷ୍ଟ୍ରିଟ ଲାଇଟ୍ ଏବଂ ସାଜସଜ୍ଜା ଉପରେ ଗୁରୁତ୍ବ ଏବଂ ଅଧିକରୁ ଅଧିକ ବହୁତଳ ପାର୍କିଂ ବ୍ୟବସ୍ଥା ଏବଂ ଏହି ପାର୍କିଂସ୍ଥଳରେ କମର୍ସିଆଲ୍ କଂପ୍ଲେକ୍ସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଧାର୍ମିକ ପର୍ଯ୍ୟଟନର ବ୍ୟାପକ ସମ୍ଭାବନା ରହିଥିବା ବେଳେ ବିଗତ ୭ ବର୍ଷରେ ଏ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହୋଇଥିବା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।
ଅଧିକ ପଢ଼ନ୍ତୁ ଭାରତ ଖବର