Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Modi On Operation Sindoor / 'ଆଖି ପିଛୁଳାକେ ପାକିସ୍ତାନକୁ ଆଣ୍ଠେଇ ଦେଇଥିଲେ ଭାରତୀୟ ସେନା, ପ୍ରମାଣ ଦେଲା ଆତଙ୍କବାଦୀ'

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·2 min read
'ଆଖି ପିଛୁଳାକେ ପାକିସ୍ତାନକୁ ଆଣ୍ଠେଇ ଦେଇଥିଲେ ଭାରତୀୟ ସେନା, ପ୍ରମାଣ ଦେଲା ଆତଙ୍କବାଦୀ'

Key Points

ଆତଙ୍କବାଦୀର ଭାଇରାଲ ହେଉଥିବା ଭିଡିଓରେ ପୂରା ଦେଶ ଏବଂ ବିଶ୍ୱ ଦେଖିଛି, କେମିତି ପାକିସ୍ତାନୀ ଆତଙ୍କବାଦୀ ଜଣକ କାନ୍ଦି କାନ୍ଦି ଅପରେସନ ସିନ୍ଦୁର ବିଷୟରେ କହୁଥିଲା ।

୧୭ ସେପ୍ଟେମ୍ବର ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୭୫ତମ ଜନ୍ମଦିନ ଥିଲା । ଏହି ଅବସରରେ ସେ ମଧ୍ୟପ୍ରଦେଶର ଧାରରେ ଏକ ସମାବେଶକୁ ସମ୍ବୋଧିତ କରିଥିଲେ । ଏଠାରେ ସେ ଜୈଶ-ଏ-ମହମ୍ମଦର ଶୀର୍ଷ କମାଣ୍ଡର ମାସୁଦ ଇଲିଆସର ଏକ ଭାଇରାଲ ଭିଡିଓକୁ ନେଇ ପ୍ରତିକ୍ରିୟା ରଖିଥିଲେ । ଏହି ଭାଇରାଲ ଭିଡିଓରେ ଆତଙ୍କବାଦୀ ଜଣକ କାନ୍ଦି କାନ୍ଦି ଅପରେସନ ସିନ୍ଦୁର କେତେ ଭୟଙ୍କର ଥିଲା ତାହା ପ୍ରକାଶ କରିଥିଲା ।

ସେହି ଭିଡିଓକୁ ନେଇ ମୋଦି କହିଥିଲେ, 'ପାକିସ୍ତାନର ଆତଙ୍କବାଦୀମାନେ ଆମର ଭଉଣୀ ଏବଂ ଝିଅଙ୍କ ସିନ୍ଦୁର ଉଜାଡ଼ି ଦେଇଥିଲେ। ଆମେ ଅପରେସନ ସିନ୍ଦୁର ମାଧ୍ୟମରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ନଷ୍ଟ କରିଦେଇଛୁ। ଆମର ବୀର ଯବାନମାନେ ଆଖି ପିଛୁଳାକେ ପାକିସ୍ତାନକୁ ଆଣ୍ଠେଇବା ପାଇଁ ବାଧ୍ୟ କରିଦେଲେ । ଆତଙ୍କବାଦୀର ଭାଇରାଲ ହେଉଥିବା ଭିଡିଓରେ ପୂରା ଦେଶ ଏବଂ ବିଶ୍ୱ ଦେଖିଛି, କେମିତି ପାକିସ୍ତାନୀ ଆତଙ୍କବାଦୀ ଜଣକ କାନ୍ଦି କାନ୍ଦି ଅପରେସନ ସିନ୍ଦୁର ବିଷୟରେ କହୁଥିଲା । ତାଙ୍କର କିଭଳି ଅବସ୍ଥା ହୋଇଥିବ ତାହା ସେହି ଭାଇରାଲ ଭିଡିଓ ଦେଖିଲେ ସମସ୍ତେ ଅନୁମାନ କରିପାରିବେ' ।

ଜୈଶ-ଏ-ମହମ୍ମଦର ଶୀର୍ଷ କମାଣ୍ଡର ମାସୁଦ ଇଲିଆସ କାଶ୍ମୀରୀ ନିକଟରେ ଏକ ଭିଡିଓ ବାର୍ତ୍ତା ଜାରି କରିଛି । ଯେଉଁଥିରେ ସେ କହିଛି ଯେ ମେ' ୭ ତାରିଖରେ ଭାରତ ବାହାୱାଲପୁରରେ କରିଥିବା ଆକ୍ରମଣରେ ମୌଲାନା ମାସୁଦ ଆଝାରଙ୍କ ପରିବାର ଖଣ୍ଡ ବିଖଣ୍ଡିତ ହୋଇଯାଇଛି । ତାର କହିବାନୁସାରେ, ଏହି ଆକ୍ରମଣ ଭାରତର ଅପରେସନ ସିନ୍ଦୂରର ଏକ ଅଂଶ ଥିଲା।


ଭାରତୀୟ ସେନା ଜୈଶର ମୁଖ୍ୟାଳୟକୁ ଟାର୍ଗେଟ କରିଥିଲା

ବାହାବଲପୁର ପାକିସ୍ତାନର ପଞ୍ଜାବରେ ରହିଛି । ଏଠାରେ ମର୍କଜ ସୁଭାନ ଆଲ୍ଲାହ ନାମକ ଏକ ମସଜିଦ ଅଛି, ଯାହା କି ଜୈଶ-ଏ-ମହମ୍ମଦର ମୁଖ୍ୟାଳୟ ଥିଲା । ଭାରତୀୟ ସେନା ଅପରେସନ ସିନ୍ଦୁର ସମୟରେ ଅନେକ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା, ଯେଉଁଥିରେ ଜୈଶର ମୁଖ୍ୟାଳୟ ମଧ୍ୟ ସାମିଲ ଥିଲା। ଭାରତର ଏହି ଆକ୍ରମଣ, ଆତଙ୍କବାଦୀଙ୍କୁ ବଡ଼ କ୍ଷତି ପହଞ୍ଚାଇଛି । ଜୈଶର ସମ୍ପୂର୍ଣ୍ଣ ଆଡ୍ଡା ଧ୍ୱସ୍ତ ହୋଇଯାଇଥିଲା। ମାସୁଦ ଆଝାରର ପରିବାର ମଧ୍ୟ ଏହି ଜୈଶର ମୁଖ୍ୟାଳୟରେ ରହୁଥିଲେ। ଭାରତୀୟ ସେନାର କର୍ଣ୍ଣେଲ ସୋଫିଆ କୁରେଶୀ ଏକ ପ୍ରେସ ବ୍ରିଫିଂରେ ସ୍ପଷ୍ଟ କହିଥିଲେ ଯେ ଭାରତ ବିରୁଦ୍ଧରେ ଆକ୍ରମଣ କରିବାକୁ ଜୈଶ ମୁଖ୍ୟାଳୟରୁ ଯୋଜନା କରାଯାଇଥିଲା।

ପହଲଗାମର ପ୍ରତିଶୋଧ ଥିଲା ଅପରେସନ୍ ସିନ୍ଦୂର

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲା। ଏହି ସମୟରେ, ଭାରତୀୟ ସେନା ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ନଷ୍ଟ କରିଥିଲା। ଭାରତର ଆକ୍ରମଣରେ ଶହେରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ଭାରତୀୟ ସେନା ବାହାବଲପୁର ସହିତ ମୁରିଦକେ, ସିଆଲକୋଟ, କୋଟଲି ଏବଂ ମୁଜାଫରାବାଦକୁ ବି ଜୋରଦାର ଟାର୍ଗେଟ କରିଥିଲା।

🚨 #Exclusive 🇵🇰👺 Jaish-e-Mohamad top commander Masood ilyas kashmiri admits that On 7th May his leader Masood Azhar's family was torn into pieces in Bahawalpur attack by Indian forces. Look at the number of gun-wielding security personnel in the background. According to ISPR… pic.twitter.com/OLls70lpFy — OsintTV 📺 (@OsintTV) September 16, 2025

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Modi On Operation Sindoor | 'Our soldiers brought Pakistan to its knees': PM Modi refers to JeM commander's video | Argus News