ବିପଦରେ ସ୍କୁଲ, ୨୦ ସ୍କୁଲକୁ ବୋମା ଧମକ

Key Points
ବିପଦରେ ଦିଲ୍ଲୀ ସ୍କୁଲ
ଦିଲ୍ଲୀର ୨୦ ସ୍କୁଲକୁ ବୋମା ଧମକ
ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ପୋଲିସ ଫୋର୍ସ ମୁତୟନ
ପୁଣି ଦିଲ୍ଲୀ ସ୍କୁଲକୁ ବୋମା ଧମକ । ଆଜି ଗୋଟିଏ ଦିନରେ ୨୦ରୁ ଅଧିକ ସ୍କୁଲକୁ ବୋମାରେ ଉଡାଇଦେବାକୁ ଧମକ ଦେଇ ଦିଲ୍ଲୀ ପୋଲିସକୁ ଚାଲେଞ୍ଜ ଦେଇଛନ୍ତି ସାଇବର ଅପରାଧୀ । ରୋହିଣୀ ସେକ୍ଟରର ପବ୍ଲିକ ସ୍କୁଲ, ପଶ୍ଚିମ ବିହାର ଅଞ୍ଚଳରେ ଗୋଟିଏ ସ୍କୁଲ ସମେତ ୨୦ରୁ ଅଧିକ ସ୍କୁଲକୁ ଇମେଲରେ ଧମକ ଦିଆଯାଇଛି । ଚଳିତ ସପ୍ତାହରେ ତୃତୀୟ ଥର ପାଇଁ ସ୍କୁଲକୁ ଧକମ ମିଳିଛି ।
୨ ଦିନ ପୂର୍ବରୁ ଦିଲ୍ଲୀର ବିଭିନ୍ନ ସ୍କୁଲକୁ ୧୧ଟି ଧମକପୂର୍ଣ୍ଣ ଇମେଲ ଆସିଥିଲା। ଦିଲ୍ଲୀ ପୋଲିସର ସାଇବର ସେଲ ପକ୍ଷରୁ ତଦନ୍ତ ଜାରି ରହିଛି । ଧମକ ମିଳିଥିବା ସ୍କୁଲରେ ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି ଯାଞ୍ଚ ଜାରି ରଖିଛି ।ବୁଧବାର ସକାଳେ ଦିଲ୍ଲୀର ୫ଟି ଘରୋଇ ସ୍କୁଲକୁ ବୋମା ଧମକ ମିଳିବା ପରେ ରାଜଧାନୀରେ ଆତଙ୍କ ଖେଳିଯାଇଛି। ସମ୍ପୂର୍ଣ୍ଣ ତଦନ୍ତ ପାଇଁ ସ୍କୁଲ ପରିସରକୁ ତୁରନ୍ତ ଖାଲି କରାଯାଇଥିଲା। ଇମେଲ୍ ପଠାଇଥିବା ବ୍ୟକ୍ତିଙ୍କୁ ଧରିବାକୁ ସାଇବର ସେଲ ପକ୍ଷରୁ ତଦନ୍ତ ଜୋରଦାର ହୋଇଛି । ଦିଲ୍ଲୀ ଅଗ୍ନିଶମ ସେବା ବିଭାଗ କହିଛି ଯେ ତଦନ୍ତ ଚାଲିଛି।
📱 Get Argus News App
✨ଗତ ତିନି ଦିନରେ ଦିଲ୍ଲୀର ୧୦ ସ୍କୁଲ ଏବଂ ଗୋଟିଏ କଲେଜକୁ ଇମେଲ୍ ମାଧ୍ୟମରେ ବୋମା ଧମକ ମିଳିଥିଲା। ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସ୍କୁଲଗୁଡ଼ିକୁ ସାମୟିକ ଭାବରେ ବନ୍ଦ କରିଦେଇଛି। ଦିଲ୍ଲୀର ପଶ୍ଚିମ ବିହାର ଅଞ୍ଚଳରେ ଅବସ୍ଥିତ ରିଚମଣ୍ଡ ଗ୍ଲୋବାଲ୍ ସ୍କୁଲକୁ ମଧ୍ୟ ବୋମା ଧମକ ମିଳିଛି। ଶୁକ୍ରବାର ସକାଳେ ପଶ୍ଚିମ ବିହାରରେ ଅବସ୍ଥିତ ରିଚମଣ୍ଡ ଗ୍ଲୋବାଲ୍ ସ୍କୁଲରେ ବୋମା ସମ୍ପର୍କରେ ସୂଚନା ମିଳିଛି। ଭୋର୍ ୪.୫୫ରେ ଇ-ମେଲ୍ ମାଧ୍ୟମରେ ସୂଚନା ମିଳିଛି।
ସୂଚନା ପାଇବା ମାତ୍ରେ ସ୍ଥାନୀୟ ପୋଲିସ ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍କ୍ୱାଡ୍ ଏବଂ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍କୁଲରେ ଯାଞ୍ଚ କରାଯାଉଛି। ଏପର୍ଯ୍ୟନ୍ତ କୌଣସି ସନ୍ଦେହଜନକ ବସ୍ତୁ ମିଳିନାହିଁ। ସର୍ଚ୍ଚ ଅପରେସନ ପରେ ହିଁ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ। ସେହି ସମୟରେ, ରୋହିଣୀ ସେକ୍ଟର ୩ରେ ଅବସ୍ଥିତ ଅଭିନବ ପବ୍ଲିକ୍ ସ୍କୁଲକୁ ମଧ୍ୟ ବୋମା ଧମକ ମିଳିଛି।
ଅଧିକ ପଢ଼ନ୍ତୁ ଦେଶ ଖବର: