କେନ୍ଦ୍ରର ନୂଆ ସ୍କିମ୍, ନିଯୁକ୍ତି ପାଇଁ ଖର୍ଚ୍ଚ ହେବ ଏକ ଲକ୍ଷ କୋଟିରୁ ଅଧିକ

Key Points
୨ ବର୍ଷ ମଧ୍ୟରେ ଦେଶରେ ୫.୫ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର ।
ଭାରତକୁ ଗ୍ଲୋବାଲ ସ୍ପୋଟିଂ ପାୱାର ହାଉସରେ ପରିଣତ କରିବାକୁ ରୋଡମ୍ୟାପ୍ ହେବ ବୋଲି ସେ କହିଛନ୍ତି ।
କେନ୍ଦ୍ର କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି । ଦେଶରେ ନିଯୁକ୍ତି ହାର ବୃଦ୍ଧି କରିବାକୁ ନୂଆ ସ୍କିମ୍ । ୨ ବର୍ଷରେ ଦେଶରେ ୩.୫ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି । ଜାତୀୟ ଖେଳ ନୀତି-୨୦୨୫କୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ । ଦେଶକୁ ଶୀର୍ଷ-୫ କ୍ରୀଡ଼ା ରାଷ୍ଟ୍ରରେ ସ୍ଥାନିତ କରିବାକୁ ଲକ୍ଷ୍ୟ । RDI ସ୍କିମରେ ୧ ଲକ୍ଷ କୋଟିର କର୍ପସ ଫଣ୍ଡ ପ୍ରସ୍ତାବକୁ ଅନୁମୋଦନ ।
ଦେଶରେ ନିଯୁକ୍ତି ହାର ବୃଦ୍ଧି କରିବାକୁ ନୂଆ ସ୍କିମ - ELI । ନୂଆ ଯୋଜନା ପାଇଁ ୯୯ ହଜାର ୪୪୬ କୋଟି ବିନିୟୋଗ ପ୍ରସ୍ତାବକୁ ମିଳିଛି କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ । ସରକାର ଆସନ୍ତା ୨ ବର୍ଷ ମଧ୍ୟରେ ଦେଶରେ ୩.୫ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏମ୍ପ୍ଲୟମେଣ୍ଟ ଲିଙ୍କଡ ଇନସେଣ୍ଟିଭ ସ୍କିମ ଦେଶରେ ନିଯୁକ୍ତି ବୃଦ୍ଧି କରିବା ସହ ସାମାଜିକ ସୁରକ୍ଷାକୁ ଶକ୍ତି ଯୋଗାଇବ । ଏହି ସ୍କିମରେ ନବ ନିଯୁକ୍ତଙ୍କୁ ପ୍ରଥମ ମାସରେ ଦୁଇଟି ପର୍ଯ୍ୟାୟରେ ୧୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଯୋଗୋଇଦେବେ କେନ୍ଦ୍ର ସରକାର । ଏହାସହ ନିଯୁକ୍ତିର ପ୍ରଥମ ୨ ବର୍ଷ ଯାଏ ମାସିକ ୩ ହଜାର ଟଙ୍କା ଲେଖାଏ ପ୍ରୋତ୍ସାହନ ଦେବେ ସରକାର । ମ୍ୟାନୁଫ୍ୟାକଚରିଂ ସେକ୍ଟରରେ ଇନସେଣ୍ଟିଭ ଅବଧି ୪ ବର୍ଷ ରହିଛି ।
📱 Get Argus News App
✨ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ଖେଲୋ ଭାରତ ନୀତି-୨୦୨୫କୁ ମଧ୍ୟ ମଞ୍ଜୁରୀ ମିଳିଛି । ଜାତୀୟ କ୍ରୀଡ଼ା ଆଇନ-୨୦୨୫ ଅନ୍ତର୍ଗତ ଏହି ଯୋଜନା ଭାରତର କ୍ରୀଡ଼ା ଇକୋସିଷ୍ଟମକୁ ନୂଆ ରୂପ ଦେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହି ଯୋଜନା ଭାରତକୁ ଗ୍ଲୋବାଲ ସ୍ପୋଟିଂ ପାୱାର ହାଉସରେ ପରିଣତ କରିବାକୁ ରୋଡମ୍ୟାପ୍ ହେବ ବୋଲି ସେ କହିଛନ୍ତି । ନୂଆ କ୍ରୀଡ଼ା ନୀତି ୨୦୦୧ କ୍ରୀଡ଼ା ନୀତିରେ ସ୍ଥାନ ନେଇଛି । ନୂଆ ଯୋଜନା ଦେଶକୁ କ୍ରୀଡ଼ା ମହାଶକ୍ତିରେ ପରିଣତ କରିବା ସହ ଆଗାମୀ ୨୦୩୬ରେ ଦେଶରେ ଅଲିମ୍ପିକ ଆୟୋଜନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବ ବୋଲି ଏକ୍ସ ପୋଷ୍ଟରେ କହିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡଭୀୟ ।
କେନ୍ଦ୍ର କ୍ୟାବିନେଟ ବୈଠକରେ ଅନ୍ୟ ଗୁରୁତ୍ବପୂର୍ଣ୍ଣ ନି ଷ୍ପତ୍ତି ମଧ୍ୟରେ ରହିଛି ରିସର୍ଚ୍ଚ ଡେଭେଲୋପମେଣ୍ଟ ଆଣ୍ଡ ଇନୋଭେସନ୍ ସ୍କିମ । RDI ସ୍କିମରେ ୧ ଲକ୍ଷ କୋଟିର କର୍ପସ ଫଣ୍ଡ ପ୍ରସ୍ତାବକୁ ମିଳିଛି କ୍ୟାବିନେଟ ଅନୁମୋଦନ । ଏହାଦ୍ବାରା ଘରୋଇ ଉଦ୍ୟୋଗକୁ ମିଳିବ ବୁଷ୍ଟର ଡୋଜ । ଏହାସହ ପରମାକୁଡ଼ି-ରାମନାଥପୁରମ ଜାତୀୟ ରାଜପଥକୁ ଫୋର-ଲେନ କରିବାକୁ ୧ ହଜାର ୮୫୩ କୋଟି ଖର୍ଚ୍ଚକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି ।