Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ହର ହର ମହାଦେବ, ଗଙ୍ଗାମାତା କି ଜୟ ଧ୍ବନିରେ ପ୍ରକମ୍ପିତ ଗଙ୍ଗା ଘାଟ

National

ହର ହର ମହାଦେବ, ଗଙ୍ଗାମାତା କି ଜୟ ଧ୍ବନିରେ ପ୍ରକମ୍ପିତ ଗଙ୍ଗା ଘାଟ

Smruti Parija
Browse all articles by Smruti Parija
·1 year ago·2 min read
ହର ହର ମହାଦେବ, ଗଙ୍ଗାମାତା କି ଜୟ ଧ୍ବନିରେ ପ୍ରକମ୍ପିତ ଗଙ୍ଗା ଘାଟ

Key Points

ବିଶ୍ୱାସ, ସମାନତା ଏବଂ ଏକତାର ମହାସଂଗମ 'ମହାକୁମ୍ଭ-୨୦୨୫' । ଦୀର୍ଘ ୧୪୪ ବର୍ଷ ପରେ ତୀର୍ଥରାଜ ପ୍ରୟାଗରାଜର ଅମୃତ ଭୂମିକୁ ଫେରିଛି ମହାକୁମ୍ଭର ଶୁଭ ମୁହୂର୍ତ୍ତ ।

ଅର୍ଗସ ବ୍ୟୁରୋ: ବିଶ୍ୱାସ, ସମାନତା ଏବଂ ଏକତାର ମହାସଂଗମ 'ମହାକୁମ୍ଭ-୨୦୨୫' । ଦୀର୍ଘ ୧୪୪ ବର୍ଷ ପରେ ତୀର୍ଥରାଜ ପ୍ରୟାଗରାଜର ଅମୃତ ଭୂମିକୁ ଫେରିଛି ମହାକୁମ୍ଭର ଶୁଭ ମୁହୂର୍ତ୍ତ । ଦେଖିବାକୁ ମିଳିଛି ଆଧ୍ୟାତ୍ମିକ ଉତ୍ସାହର ବାତାବରଣ । ପ୍ରଥମ ଅମୃତ ସ୍ନାନ ଉତ୍ସବରେ 3.50 କୋଟିରୁ ଅଧିକ ପୂଜ୍ୟ ସନ୍ଥ ଓ ଶ୍ରଦ୍ଧାଳୁ ତ୍ରିବେଣୀରେ ବୁଡ ପକାଇଛନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।


ସମସ୍ତ ପୂଜ୍ୟ ସନ୍ଥ, କଳ୍ପବାସୀ ଏବଂ ଭକ୍ତମାନଙ୍କୁ ମହାକୁମ୍ଭ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ପ୍ରଥମ ଅମୃତ ସ୍ନାନ ଉତ୍ସବର ସଫଳ ସମାପ୍ତି ପାଇଁ, ସନାତନ ଧର୍ମ ଆଧାରରେ ସମସ୍ତ ପୂଜ୍ୟ ଆଖଡ଼ା, ମହା କୁମ୍ଭମେଳା ପ୍ରଶାସନ, ସ୍ଥାନୀୟ ପ୍ରଶାସନ, ପୋଲିସ ପ୍ରଶାସନ, ପରିମଳ କର୍ମୀ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ଧାର୍ମିକ ଅନୁଷ୍ଠାନ, ନାବିକ ଏବଂ ସମସ୍ତ ବିଭାଗକୁ ହୃଦୟର ସହିତ ଧନ୍ୟବାଦ ଜଣାଇଛନ୍ତି ଯୋଗୀ ଆଦିତ୍ୟନାଥ । ଏହାସହ ସେ ମହାକୁମ୍ଭ ସହିତ ଜଡିତ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ରାଜ୍ୟବାସୀଙ୍କୁ ଧନ୍ୟବାଦ ଏବଂ ଅଭିନନ୍ଦନ ଜଣାଇଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ହର ହର ମହାଦେବ, ଗଙ୍ଗାମାତା କି ଜୟ ଧ୍ବନିରେ ପ୍ରକମ୍ପିତ ହେଉଛି ଗଙ୍ଗା ଘାଟ । ଆଜି ମଧ୍ୟ ମକର ସଂକ୍ରାନ୍ତି ଥିବାରୁ ସଂଗମରେ ସ୍ନାନ କରିବାକୁ ଆସିଛନ୍ତି କୋଟି କୋଟି ଶ୍ରଦ୍ଧାଳୁ । ମହାକୁମ୍ଭରେ ସାମିଲ ହେବାକୁ ଦେଶବିଦେଶରୁ ଛୁଟିଛି ସାଧୁ, ସନ୍ଥ, ଶ୍ରଦ୍ଧାଳୁଙ୍କ ଆଗମନ ।


ହଜାର ବର୍ଷର ଇତିହାସ। ୧୨ ବର୍ଷର ଅପେକ୍ଷା ଏବଂ ୧୪୪ ବର୍ଷ ପରେ ସଂଯୋଗ। ପ୍ରୟାଗରାଜରେ ଆରମ୍ଭ ହୋଇଛି ଆସ୍ଥାର ସଙ୍ଗମ । ୪୫ ଦିନ ଧରି ଚାଲିବାକୁ ଥିବା ଆସ୍ଥାର ସବୁଠୁ ବଡ ମହାପର୍ବରେ ପାଖାପାଖି ୪୦ କୋଟିରୁ ଅଧିକ ଲୋକଙ୍କ ସମାଗମ ହେବା ଆଶା କରାଯାଉଛି । ପାଖାପାଖି ୪ ହଜାର ହେକ୍ଟର ଅଞ୍ଚଳରେ ଆୟୋଜିତ ଏହି ମହାପର୍ବ ଫେବୃଆରି ୨୬ ଯାଏଁ ଚାଲିବ । ଯାହାଫଳରେ ଉତ୍ତରପ୍ରଦେଶର ଆର୍ଥିକ ପ୍ରଗତିକୁ ପ୍ରୋତ୍ସାହନ ମିଳିବ । ଏଥିପାଇଁ ଯୋଗୀ ସରକାର ପାଖାପାଖି ୭ ହଜାର କୋଟିର ବଜେଟ୍ ଆବଣ୍ଟିତ କରିଛନ୍ତି । ଆଉ ଉତ୍ତରପ୍ରଦେଶର ଆର୍ଥିକ ପ୍ରଗତିରେ ମହାକୁମ୍ଭରୁ ପାଖାପାଖି ୨ ଲକ୍ଷ କୋଟି ଯୋଡ଼ି ହେବା ଆଶା ରଖିଛନ୍ତି ସରକାର ।

Sponsored
Over 3.50 crore saints and devotees took a dip in the Triveni in the first Amrit Sannava festival | Argus News