|
logo
Live
Argus News App
GET APP

Argus News - ପାକିସ୍ତାନରୁ ଆସି ମହାକୁମ୍ଭରେ ପ୍ରଥମଥର ବୁଡ଼ ପକାଇଲେ ୫୦ ଜଣ

National

ପାକିସ୍ତାନରୁ ଆସି ମହାକୁମ୍ଭରେ ପ୍ରଥମଥର ବୁଡ଼ ପକାଇଲେ ୫୦ ଜଣ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ପାକିସ୍ତାନରୁ ଆସି ମହାକୁମ୍ଭରେ ପ୍ରଥମଥର ବୁଡ଼ ପକାଇଲେ ୫୦ ଜଣ

ଅର୍ଗସ ବ୍ୟୁରୋ: ଭାରତ-ପାକିସ୍ତାନ ମଧ୍ୟରେ ପ୍ରାୟ ସମୟ ସମ୍ବନ୍ଧ ଉତ୍ତେଜନାପୂର୍ଣ୍ଣ ରହୁଛି । କିନ୍ତୁ ଉତ୍ତେଜନା ଭିତରେ ପ୍ରଥମଥର ପାକିସ୍ତାନରୁ ହିନ୍ଦୁ ଆସି ମହାକୁମ୍ଭରେ ସ୍ନାନ କରିଛନ୍ତି । ଜଣେ କି ଦୁଇ ଜଣ ନୁହେଁ ୫୦ରୁ ଅଧିକ ହିନ୍ଦୁ ସୀମାପାର ହୋଇ ମହାକୁମ୍ଭରେ ବୁଡ଼ ପକାଇଛନ୍ତି ।


ପାକିସ୍ତାନ ସିନ୍ଧ ପ୍ରଦେଶର ପ୍ରାୟ ୫୦ ଜଣ ହିନ୍ଦୁ ମହାକୁମ୍ଭକୁ ଆସିଛନ୍ତି । ଗୁରୁବାର ସିନ୍ଧରୁ ଆସି ପ୍ରୟାଗରାଜ ପହଞ୍ଚିଛନ୍ତି ୬୮ ଜଣ ହିନ୍ଦୁ । ମହାକୁମ୍ଭର ସେକ୍ଟର-୯ ସ୍ଥିତ ଶ୍ରୀଗୁଋକାର୍ଷ୍ଣି ଶିବିରରକୁ ସିନ୍ଧରୁ ଆସିଥିବା ଗୋବିନ୍ଦ ରାମ ମାଖିଜା କହିଛନ୍ତି, 'ଆମେ ଯେତେବେଳେ ମହାକୁମ୍ଭ ବିଷୟରେ ଶୁଣିଲୁ ତ ଆସିବାକୁ ଇଚ୍ଛା ହେଲା ।'


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେ ଆହୁରି କହିଛନ୍ତି, ଗତବର୍ଷ ଏପ୍ରିଲ୍ ମାସରେ ପାକିସ୍ତାନରୁ ପ୍ରାୟ ୨୫୦ ଜଣ ପ୍ରୟାଗରାଜ ଆସି ବୁଡ଼ ପକାଇଥିଲେ । ଏବେ ସିନ୍ଧର ୬ ଜିଲ୍ଲା- ଗୋଟକି, ସକ୍କର, ଖୈରପୁର, ଶିକାରପୁର, ଫର୍ଜକୋଟ ଓ ଜଟାବାଲର ୬୮ ଜଣ ପ୍ରୟାଗରାଜ ଆସିଛନ୍ତି । ସେଥିମଧ୍ୟରୁ ୫୦ ଜଣ ପ୍ରଥମଥର ମହାକୁମ୍ଭରେ ସାମିଲ୍ ହୋଇଛନ୍ତି ।


ସିନ୍ଧରୁ ଆସିଥିବା ଶ୍ରଦ୍ଧାଳୁ କହିଛନ୍ତି, ଭାରତ ଆସି ବହୁତ ଖୁସି ଅନୁଭବ କରୁଛୁ । ଏଠାକାର ଅନୁଭବ ଓ ଅନୁଭୂତି ବୟାନ କରିବା ଲାଗି ଆମ ନିକଟରେ ଶବ୍ଦ ନାହିଁ । ଆଜି କିଛି ଜଣ ବୁଡ଼ ପକାଇଥିବା ବେଳେ ଅନ୍ୟମାନେ କାଲି ବୁଡ଼ ପକାଇବେ । ଏଠାକୁ ଆସି ସନାତନ ଧର୍ମରେ ଜନ୍ମ ନେଇଥିବାର ଗୌରବ ଅନୁଭବ କରି ପାରୁଥିବା କହିଛନ୍ତି ।

Sponsored
ପାକିସ୍ତାନରୁ ଆସି ମହାକୁମ୍ଭରେ ପ୍ରଥମଥର ବୁଡ଼ ପକାଇଲେ ୫୦ ଜଣ | Argus News