ଇଭିଏମରେ ସିଲ୍ ହୋଇଛି ୧୭ଶହ ୧୭ ପ୍ରାର୍ଥୀଙ୍କ ଭାଗ୍ୟ

ଅର୍ଗସ ବ୍ୟୁରୋ: ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ । ଇଭିଏମରେ ସିଲ୍ ହୋଇଛି ୧୭ଶହ ୧୭ ପ୍ରାର୍ଥୀଙ୍କ ଭାଗ୍ୟ । ସଂଧ୍ୟା 5ଟା ସୁଦ୍ଧା 62.31 ପ୍ରତିଶତ ହୋଇଛି । ନିର୍ବାଚନ କମିଶନ ସୂଚନା ଅନୁସାରେ ପଶ୍ଚିମବଙ୍ଗରେ ସର୍ବାଧିକ 75.66 ପ୍ରତିଶତ ମତଦାନ ହୋଇଛି । ଚତୁର୍ଥ ପର୍ଯ୍ୟାୟରେ ୯ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ଆସନ ପାଇଁ ଭୋଟଗ୍ରହଣ ହୋଇଛି । ୧୭ କୋଟିରୁ ଅଧିକ ମତଦାତା ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି । ଆନ୍ଧ୍ରପ୍ରଦେଶରେ ୨୫ଟି, ବିହାରରେ ୫ଟି, ଝାଡଖଣ୍ଡରେ ୪ଟି, ମଧ୍ୟପ୍ରଦେଶରେ ୮ଟି ଓ ମହାରାଷ୍ଟ୍ରର ୧୧ ଟି ଲୋକସଭା ଆସନରେ ମତଦାନ ଶେଷ ହୋଇଛି । ସେହିଭଳି ଉତ୍ତରପ୍ରଦେଶର ୧୩ଟି, ପଶ୍ଚିମବଙ୍ଗରେ ୮ ଟି ଓ ଜମ୍ମୁ-କାଶ୍ମୀରରେ ୫ଟି, ଓଡିଶାର ୪ଟି, ତେଲଙ୍ଗାନାର ୧୭ଟି ଆସନ ପାଇଁ ମଧ୍ୟ ଭୋଟଗ୍ରହଣ ହୋଇଛି ।
ଏହି ପର୍ଯ୍ୟାୟରେ ଅନେକ ହେଭିୱେଟ ନେତାଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ଅଖିଳେଶ ଯାଦବ ଉତ୍ତରପ୍ରଦେଶ କନୌଜରୁ ନିର୍ବାଚନ ଲଢୁଥିବା ବେଳେ ଶ୍ରୀନଗରରୁ ଓମାର ଅବଦୁଲ୍ଲା, ବିହାର ବେଗୁସରାଇରୁ ଗିରିରାଜ ସିଂହ, ଝାଡଖଣ୍ଡ ଖୁଂଟିରୁ ଅର୍ଜୁନ ମୁଣ୍ଡା, ଆନ୍ଧ୍ରପ୍ରଦେଶ କଡପ୍ପାରୁ ୱାଇଏସ୍ ଶର୍ମିଳା ର୍ନିବାଚନ ଲଢିଛନ୍ତି । ପଶ୍ଚିମବଙ୍ଗ ବରହାମପୁରରୁ ଅଧୀର ରଞ୍ଜନ ଚୌଧୁରୀ, କ୍ରୀଷ୍ଣାନଗରରୁ ମହୁଆ ମୋଇତ୍ରା, ଆସନସୋଲରୁ ଶତ୍ରୁଘ୍ନ ସିହ୍ନା ଓ ହାଇଦ୍ରାବାଦରୁ ଅସଦୁଦ୍ଦିନ ଓୱେସୀ ଓ ବିଜେପିର ମଧାବୀ ଲତାଙ୍କ ଭାଗ୍ୟ ମଧ୍ୟ ଇଭିଏମରେ ସିଲ ହୋଇଛି ।
ଅଧିକ ପଢ଼ନ୍ତୁ ଦେଶ ଖବର: