Videos
|
National

ଓ୍ବାର୍କ ପ୍ରେସର ନେଉଛି ଜୀବନ

Ritu Das
Browse all articles by Ritu Das
·1 year ago·2 min read
ଓ୍ବାର୍କ ପ୍ରେସର ନେଉଛି ଜୀବନ

ଅର୍ଗସ ବ୍ୟୁରୋ: ଦିନକୁ ଦିନ ବଢ଼ିଚାଲିଛି ହୃଦଘାତ ସମସ୍ୟା। ପ୍ରବଳ କାମ ଚାପରେ ଜୀବନ ଚାଲିଯାଉଛି। କାମକୁ ନେଇ ଆମେ ନିତିଦିନ ଷ୍ଟ୍ରେସ ନେଉଛେ। କାମ ଚାପରେ ଆଜିକାଲି ଜୀବନକୁ ଉପଭୋଗ କରିପାରୁ ନାହାନ୍ତି କର୍ମଚାରୀ। ସେଥିପାଇଁ ମଜା ମସ୍ତି ବଦଳରେ ଚାଲିଯାଉଛି ଅକାଳରେ ଚାଲିଯାଉଛି ଜୀବନ। କାମକୁ ନେଇ ଅଧିକ ଚିନ୍ତା କରିବା। ଠିକ ସମୟରେ ନ ଖାଇବା। ହୃଦଘାତର ଏବେ ପ୍ରମୁଖ କାରଣ ସାଜିଛି। ନିକଟରେ ଏଭଳି ଦୁଇ ଦୁଇଟା କେସ ଆମେ ଶୁଣିଛେ।

 

ଅଫିସରେ କାମ କରୁଥିଲେ। ହଠାତ୍ ଚେୟାରରୁ ଖସି ପଡ଼ିଲେ। ଚେୟାରରୁ ପଡ଼ି ବ୍ୟାଙ୍କ ଅଧିକାରୀଙ୍କ ସନ୍ଦେହନଜର ମୃତ୍ୟୁ ହୋଇଥିଲା। ଲକ୍ଷ୍ନୌରେ ଏଚଡିଏଫସି ବ୍ୟାଙ୍କ ଆଡିସିନାଲ୍ ଡେପୁଟୀ ଭିପିଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ହେଉଛି। ସଦାଫ ଫତିମା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ସହକର୍ମୀମାନେ ଅଭିଯୋଗ କରିଛନ୍ତି ପ୍ରବଳ କାମ ଚାପ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି।

ସେହିପରି ପୁଣେର ୨୬ ବର୍ଷୀୟ ଯୁବତୀ ଆନ୍ନା ସେବେଷ୍ଟିଆନଙ୍କ ପ୍ରବଳ କାମ ଚାପ ଯୋଗୁ ମୃତ୍ୟୁ ଘଟିଥିଲା। ପରିବାର ଲୋକେ କହିଥିଲେ ଯେ, ରାତି ଅନିଦ୍ରା ହୋଇ କାମ କରନ୍ତି। ଛୁଟି ବି ନେଉନାହାନ୍ତି। ଆଜି ସେମିତି ଆଉ ଏକ ଘଟଣା ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ନାଗପୁର ସ୍ଥିତି HCL ଟେକ୍ନୋଲୋଜି ଆଫିସରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏହି ଅଫିସରେ କାର୍ଯ୍ୟରତ ଜଣେ ବ୍ୟକ୍ତିଙ୍କ ବାଥରୁମରେ ହଠାତ୍ ହୃଦଘାତରେ ମୃତ୍ୟୁ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୂଚନାରୁ ପ୍ରକାଶ ଶୁକ୍ରବାର ସନ୍ଧ୍ୟାରେ HCL ଟେକ୍ନୋଲୋଜି ଆଫିସର କର୍ମଚାରୀ ନୀତିନ ଏଡୱିନ୍ ମାଇକେଲ(୪୦)ଙ୍କୁ କମ୍ପାନୀ ବାଥରୁମରେ ସହକର୍ମୀମାନେ ଅଚେତ ଅବସ୍ଥାରେ ପାଇଥିଲେ । ଏହା ପରେ ତାଙ୍କୁ ତୁରନ୍ତ ନାଗପୁର ସ୍ଥିତ AIIMSକୁ ନିଆଯାଇଥିଲା କିନ୍ତୁ ଡାକ୍ତର ମାଇକେଲଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ସୋନେଗାଓଁ ପୋଲିସ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ପ୍ରାରମ୍ଭିକ ରିପୋର୍ଟରୁ ପ୍ରକାଶ କି ହୃଦୟର ଗତି ଅଟକିଯିବା ଫଳରେ ତାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ମୃତ୍ୟୁର ପ୍ରକୃତ କାରଣ ପାଇଁ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ସମୟରେ ଜଣେ ବଞ୍ଚିବା ଲାଗି ନିଯୁକ୍ତି ଯେତିକି ଗୁରୁତ୍ବପୂର୍ଣ୍ଣ ତା'ମାନେ ନୁହେଁ ଅଫିସ ଚାପରେ ନିଜର ଶରୀରକୁ ଭୁଲିଯିବା। ଏବଂ ପରବର୍ତ୍ତୀ ସମୟରେ ମାନସିକ ଚାପ ଲାଗି ଜୀବନ ଯେମିତି ନ ଯାଏ ସେପ୍ରତି ଧ୍ୟାନ ଦେବା ଆବଶ୍ୟକ। ଚାକିରି ଅର୍ଥ କେବଳ କମ୍ପାନୀ ନୁହେଁ ନିଜ ପ୍ରତି ଏବଂ ପରିବାର ପ୍ରତି ଆମର ଗୁରୁ ଦାୟିତ୍ବ ଆବଶ୍ୟକ।

ଅଧିକ ପଢ଼ନ୍ତୁ ଭାରତ ଖବର 


 


 

Overwork pressure | Argus News