Videos
|
National

ଓ୍ୱାୟନାଡ ଭୂସ୍ଫଳନ: ସରୁନି ଶବ ଖୋଜା,ମୃତ୍ୟୁ ସଂଖ୍ୟା ୨୭୬କୁ ବୃଦ୍ଧି! 

Sangram Tripathy
Browse all articles by Sangram Tripathy
·2 years ago·2 min read
ଓ୍ୱାୟନାଡ ଭୂସ୍ଫଳନ: ସରୁନି ଶବ ଖୋଜା,ମୃତ୍ୟୁ ସଂଖ୍ୟା ୨୭୬କୁ ବୃଦ୍ଧି! 


ଅର୍ଗସ ବ୍ୟୁରୋ:ମୃତ୍ୟୁର ତାଣ୍ଡବ ସ୍ଥଳରୁ ଜୀବନ ଖୋଜାପଡିଛି। ତଥାପି ଶବ ବୁହା ସରୁନି,ସବୁଠି ଖାଲି କୁଢ଼ କୁଢ଼ ଶବ,କିଛି ଶବଙ୍କ ଠିକଣା ମିଳୁନି। ଉଦ୍ଧାରକାରୀ ଟିମ୍ ମଧ୍ୟ ଶବ ବାହାରକରି ଥକିଗଲେଣି,ଏବେବି ୨୨୫ରୁ ଅଧିକ ଲୋକେ ନିଖୋଜ। ଭୂସ୍ଖଳନରେ ୫ଟି ଗାଁ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି। ମୁଣ୍ଡାକ୍କାଇ ଏବଂ ଚୁରାଲମାଲାରେ ୩୦୦ରୁ ଅଧିକ ଘର ମାଟିରେ ମିଶି ଯାଇଛି।  କେରଳ ୱାୟନାଡ ଭୁସ୍ଖଳନ ଘଟଣା ସାରା ଦେଶକୁ ଦୋହଳାଇ ଦେଇଛି। ସେପଟେ କେରଳରେ ବର୍ଷା ଥମିବାର ନାଁ ନେଉ ନାହିଁ। ପ୍ରବଳ ବର୍ଷା ଭିତରେ ହିଁ ଚାଲିଛି ମାଟି ତଳୁ ଜୀବନ ଖୋଜା। କେବଳ ଚେଲିୟାର ନଦୀରୁ ଏପର୍ଯ୍ୟନ୍ତ ୮୦ରୁ ଅଧକ ଶବ ମିଳିଲାଣି ।

ଓ୍ୱାୟନାଡରେ ସୋମବାର ବିଳମ୍ବିତ ରାତିରେ ୨ଟାରୁ ସକାଳ ୪ଟା ମଧ୍ୟରେ ୪ଥର ଭୂସ୍ଫଳନ ଘଟିଥିଲା,ଏଯାଏ ୧ହଜାରରୁ ଉର୍ଦ୍ଦ ଲୋକଙ୍କୁ ଉଦ୍ଧାର କରାଯାଇଛି,୩ହଜାରରୁ ଉର୍ଦ୍ଧ ଲୋକଙ୍କୁ ରିଲିଫ ଶିବିରକୁ ପଠାଯାଇଛି, ୱାୟନାଡ଼ ବିପର୍ଯ୍ୟୟ ପାଇଁ ୪୫ଟି ରିଲିଫ୍ ଶିବିର ଖୋଲାଯାଇଛି। ଅନେକ ‌ଲୋକ ମାଟି ତଳେ ପୋତି ହୋଇଯାଇଥିବା ସନ୍ଦେହ କରାଯାଉଥିବାରୁ ସେନା, ଅଗ୍ନିଶମ ବାହିନୀ ଏବଂ ଏନ୍‌ଡିଆର୍‌ଏଫ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଉଦ୍ଧାର କାର୍ୟ୍ୟରେ ୩ ସେନା ମୁତୟନ ହୋଇଛନ୍ତି । କେନ୍ଦ୍ରସରକାରଙ୍କ ପକ୍ଷରୁ ସମସ୍ତ ସହାୟତା କରାଯାଉଛି। ସମ୍ପର୍କୀୟଙ୍କ ସୂଚନା ପାଇଁ ସରକାରଙ୍କ ପକ୍ଷରୁ ଦୁଇଟି ହେଲ୍ପ ଲାଇନ ନଂ ୯୬୫୬୯୩୮୬୮୯,୮୦୮୬୦୧୦୮୩୩ ଜାରି କରାଯାଇଛି।

ପ୍ରବଳ ବର୍ଷା ପାଇଁ କେରଳର ୧୧ ଜିଲ୍ଲାରେ ଛୁଟି ଘୋଷଣା କରିଛନ୍ତି ସରକାର । ଏକାଧିକ ଏଜେନ୍ସି ମିଳିତ ଭାବେ କ୍ଷତିଗ୍ରସ୍ତଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ କାମ କରୁଛନ୍ତି। ଅନ୍ୟପଟେ କେରଳ ଓ୍ୱାୟନାଡରେ ପ୍ରକୃତି ରଚିଥିବା ତାଣ୍ଡବରୁ ଓଡ଼ିଶାକୁ ମିଳିଛି ଦୁଃଖଦ ଖବର,ଓଡ଼ିଶା ଡାକ୍ତର ବିର୍ଷ୍ଣୁପ୍ରସାଦ ଚିନାରାଙ୍କ ମୃତ୍ୟୁ ହୋଇଛି,ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ,ମୃତ ଡାକ୍ତରଙ୍କୁ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ଡାକ୍ତରଙ୍କୁ କେରଳକୁ ପଠାଯାଇଛି। ପ୍ରକୃତିର ଏ ମୃତ୍ୟୁର  ତାଣ୍ଡବ ଆଜିବି ସମସ୍ତଙ୍କୁ ସ୍ବବ୍ଧ କରିଛି,କେହି କେହି କହୁଛନ୍ତି ଏମିତି ମୃତ୍ୟୁ ନଆସୁ କାହା ଜୀବନରେ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Owaynad landslide: search for dead bodies, death toll rises to 276! | Argus News