Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Diabetes / ଡାଇବେଟିସ ରୋଗୀଙ୍କ ପାଇଁ ଆସିଲା ରାମବାଣ ଔଷଧ !

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ଡାଇବେଟିସ ରୋଗୀଙ୍କ ପାଇଁ ଆସିଲା ରାମବାଣ ଔଷଧ !
Ozempic launches in India

Key Points

ଭାରତୀୟ ଡାକ୍ତର ଓ ରୋଗୀମାନଙ୍କ ପାଇଁ ଏକ ନୂତନ ଏବଂ ପ୍ରଭାବଶାଳୀ ଚିକିତ୍ସା ବିକଳ୍ପ ଆଣିଦେଇଛି ।

ଡେନମାର୍କର ଫାର୍ମା କମ୍ପାନୀ Novo Nordisk ଦ୍ୱାରା ନିର୍ମିତ ଓଜେମ୍ପିକ୍ ଇଞ୍ଜେକ୍ସନ୍ ଏବେ ଭାରତୀୟ ବଜାରରେ ଉପଲବ୍ଧ ହୋଇଛି, ଯାହା ଟାଇପ୍-୨ ଡାଇବେଟିସ ଚିକିତ୍ସା ପାଇଁ ଏକ ରାମ ବାଣ ସଦୃଶ । ଏହା ହେଉଛି ସେମାଗ୍ଲୁଟାଇଡ୍ ଆଧାରିତ ଔଷଧ, ଯାହାକୁ ସପ୍ତାହରେ ଥରେ ଦିଆଯାଏ । ଏହା ମୁଖ୍ୟତଃ ଟାଇପ୍-୨ ମଧୁମେହ ରୋଗୀଙ୍କର ରକ୍ତରେ ଶର୍କରା ନିୟନ୍ତ୍ରଣ ପାଇଁ ଉଦ୍ଦିଷ୍ଟ। କିନ୍ତୁ ଏହାର ଓଜନ ହ୍ରାସ ଗୁଣ ଯୋଗୁଁ ଭାରତର ଅଧିକ ଓଜନ ଥିବା ମଧୁମେହ ରୋଗୀଙ୍କ ପାଇଁ ଏହା ବହୁତ ଉପକାରୀ ହେବ ।

ଭାରତର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଏହାର ସର୍ବନିମ୍ନ ଡୋଜ୍ 0.25 mgର ମୂଲ୍ୟ ସପ୍ତାହକୁ ୨,୨୦୦ ଟଙ୍କା ରଖାଯାଇଛି। ଚୀନ୍ ପରେ ଭାରତ ହେଉଛି ଦୁନିଆରେ ସର୍ବାଧିକ ଟାଇପ୍-୨ ମଧୁମେହ ରୋଗୀ ଥିବା ଦେଶ । ଓଜେମ୍ପିକ୍ ଶର୍କରା ନିୟନ୍ତ୍ରଣ ସହିତ ଓଜନ ହ୍ରାସ ଏବଂ ହୃଦ୍‌ରୋଗ ତଥା କିଡନୀ ସମସ୍ୟାର ଆଶଙ୍କା କମାଇବାରେ ସାହାଯ୍ୟ କରିଥାଏ, ତେଣୁ ଏହା ଭାରତୀୟ ଡାକ୍ତର ଓ ରୋଗୀମାନଙ୍କ ପାଇଁ ଏକ ନୂତନ ଏବଂ ପ୍ରଭାବଶାଳୀ ଚିକିତ୍ସା ବିକଳ୍ପ ଆଣିଦେଇଛି।

ଏକ ରିପୋର୍ଟ ଅନୁସାରେ, ଭାରତୀୟ ବଜାରରେ ଏହି ଔଷଧ ୦.୨୫ ଏମଜି, ୦.୫ ଏମଜି ଓ ୧ ଏମଜି ଉପଲବ୍ଧ ହେବ । Ozempic ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ ପାଇଁ ଏକ ସାପ୍ତାହିକ ଇଞ୍ଜେକ୍ସନ, ଯାହା ୨୦୧୭ରୁ ଆମେରିକା ସମେତ ଦୁନିଆର ଅନେକ ଦେଶରେ ଉପଲବ୍ଧ ହେବ ।

କମ୍ପାନି ଦ୍ୱାରା ଘୋଷଣା ମୂଲ୍ୟ ଅନୁସାରେ ୧ mg ଡୋଜର ମୂଲ୍ୟ ୧୧,୧୭୫ ଟଙ୍କା ପ୍ରତି ମାସ ରଖାଯାଇଛି । ସେହିପରି ୦.୫ mg ଡୋଜର ମୂଲ୍ୟ ୧୦,୧୭୦ ଟଙ୍କା ପ୍ରତି ମାସ ରଖାଯାଇଛି । ୦.୨୫ mg ଡୋଜ୍ ପାଇଁ ୮,୮୦୦ ଟଙ୍କା ପ୍ରତି ମାସ ଖର୍ଚ୍ଚ କରିବାକୁ ହେବ । ସାପ୍ତାହିକ ଆଧାରରେ ୦.୨୫ mgର ପ୍ରାରମ୍ଭିକ ମୂଲ୍ୟ ୨୨୦୦ ଟଙ୍କା ରଖାଯାଇଛି ।

ଭାରତର ଔଷଧ ନିୟାମକ ସଂସ୍ଥା CDSCO ଅକ୍ଟୋବର ୨୦୨୪ରେ Ozempicକୁ ଟାଇପ୍-୨ ଡାଇବେଟିସ୍ ଥିବା ବୟସ୍କଙ୍କ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଥିଲା । ଆମେରିକାର ଏଫଡିଏ ଅନୁସାରେ, ଏହା ଔଷଧ ଡାଏଟ୍ ଓ ବ୍ୟାୟାମ ସହ ମିଶି ବ୍ଲଡ୍ ସୁଗର କଣ୍ଟ୍ରୋଲରେ ସାହାଯ୍ୟ କରିବ । ଏହା କାର୍ଡିୟୋବସ୍କୁଲର ରୋଗ ଥିବା ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ ହୃତ୍‌ପିଣ୍ଡ ସହ ଜଡ଼ିତ ବିପଦକୁ କମ କରିବାରେ ସହାୟକ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Diabetes | Ozempic launches in India at $24 a week as Novo targets booming diabetes market | Argus News