Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

National Update / ଅପରେସନ ବ୍ଲୁ-ଷ୍ଟାର ଭୁଲ ନିଷ୍ପତ୍ତି ଥିଲା: ପି.ଚିଦାମ୍ବରମ

Banajyotshna Ray
Browse all articles by Banajyotshna Ray
·9 months ago·2 min read
ଅପରେସନ ବ୍ଲୁ-ଷ୍ଟାର ଭୁଲ ନିଷ୍ପତ୍ତି ଥିଲା: ପି.ଚିଦାମ୍ବରମ

Key Points

ଅପରେସନ ବ୍ଲୁ-ଷ୍ଟାର ଭୁଲ ନିଷ୍ପତ୍ତି ଥିଲା
ପୁଣି ଚର୍ଚ୍ଚା ଅପରେସନ ବ୍ଲୁ-ଷ୍ଟାର ଓ ଇନ୍ଦିରା ଗାନ୍ଧୀ
ଅପରେସନ ବ୍ଲୁ ଷ୍ଟାର ଏକ ଭୁଲ ନିଷ୍ପତ୍ତି ଥିଲା-ପି.ଚିଦାମ୍ବରମ

ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି. ଚିଦାମ୍ବରମ ୧୯୮୪ ଅପରେସନ ବ୍ଲୁ ଷ୍ଟାରକୁ ଏକ ଭୁଲ ନିଷ୍ପତ୍ତି ବୋଲି କହିଛନ୍ତି। ସେ କହିଛନ୍ତି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହି ଭୁଲ ପାଇଁ ପ୍ରାଣ ହରାଇଥିଲେ। ହିମାଚଳ ପ୍ରଦେଶର କସୌଲିରେ ଆୟୋଜିତ ଖୁସୱନ୍ତ ସିଂହ ସାହିତ୍ୟ ମହୋତ୍ସବରେ ପି.ଚିଦାମ୍ବରମ ଏହି ମନ୍ତବ୍ୟ ଦେଇଛନ୍ତି। ସାମ୍ବାଦିକ ହରିନ୍ଦର ବାୱେଜାଙ୍କ ପୁସ୍ତକ "ଦେ ୱିଲ୍ ସୁଟ୍ ୟୁ, ମ୍ୟାଡାମ୍" ଉପରେ ଆଲୋଚନା କରୁଥିବା ସମୟରେ ସେ ଏହି ମନ୍ତବ୍ୟ ଦେଇଥିଲେ। ସେ ସ୍ପଷ୍ଟ କରିଥିଲେ, ସ୍ୱର୍ଣ୍ଣ ମନ୍ଦିରରୁ ଆତଙ୍କବାଦୀମାନଙ୍କୁ ବାହାର କରିବା ପାଇଁ ସେନାକୁ ବ୍ୟବହାର କରିବା ସଠିକ୍ ଉପାୟ ନଥିଲା। ଚିଦାମ୍ବରମ ଏହା ମଧ୍ୟ କହିଛନ୍ତି, ଅପରେସନ ବ୍ଲୁ ଷ୍ଟାର କରିବାର ନିଷ୍ପତ୍ତି ଏକାକି ଇନ୍ଦିରା ଗାନ୍ଧୀଙ୍କର ନଥିଲା। ଏହା ଏକ ସାମୂହିକ ନିଷ୍ପତ୍ତି ଥିଲା। ଚିଦାମ୍ବରମଙ୍କ ଏହି ମନ୍ତବ୍ୟକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି। ଶିରୋମଣି ଗୁରୁଦ୍ବାରା ପ୍ରବନ୍ଧକ କମିଟିର ସାଧାରଣ ସମ୍ପାଦକ ଭାଇ ଗୁରୁଚରଣ ସିଂ ଗ୍ରେୱାଲ କହିଛନ୍ତି, ଅପରେସନ ବ୍ଲୁ ଷ୍ଟାର ଏକ ଭୁଲ ନିଷ୍ପତ୍ତି ଥିଲା।


ଇନ୍ଦିରା ଗାନ୍ଧୀଙ୍କ ନିଷ୍ପତ୍ତି କେବଳ ତାଙ୍କର ନଥିଲା: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପି. ଚିଦାମ୍ବରମ କହିଥିଲେ ଯେ ଅପରେସନ ବ୍ଲୁ ଷ୍ଟାର କରିବାର ନିଷ୍ପତ୍ତି ଏକା ଇନ୍ଦିରା ଗାନ୍ଧୀଙ୍କର ନଥିଲା। ଏଥିରେ ସେନା, ପୋଲିସ, ଗୁଇନ୍ଦା ଏବଂ ପ୍ରଶାସନିକ ସେବା ସମେତ ସମସ୍ତେ ସାମିଲ ଥିଲେ। ଏହା ପରେ ହିଁ ନିଷ୍ପତ୍ତି ନିଆଯାଇଥିଲା, କିନ୍ତୁ ଏଥିପାଇଁ ଇନ୍ଦିରା ଗାନ୍ଧୀଙ୍କୁ ଦାୟୀ କରାଯାଇଛି, ଯାହା ଭୁଲ୍। ସେ କହିଥିଲେ, “ମୁଁ କୌଣସି ସାମରିକ ଅଧିକାରୀଙ୍କୁ ଅସମ୍ମାନ କରୁନାହିଁ, କିନ୍ତୁ ସେହି (ବ୍ଲୁ ଷ୍ଟାର) ସ୍ୱର୍ଣ୍ଣ ମନ୍ଦିର ପୁନଃପ୍ରାପ୍ତିର ଭୁଲ ଉପାୟ ଥିଲା। କିଛି ବର୍ଷ ପରେ, ଆମେ ସେନାକୁ ବାହାରେ ରଖି ସ୍ୱର୍ଣ୍ଣ ମନ୍ଦିର ପୁନଃପ୍ରାପ୍ତିର ସଠିକ୍ ଉପାୟ ଦେଖାଇଲୁ।”

ଅଧିକ ପଢ଼ନ୍ତୁ ଦେଶ ଖବର:

Related Topics

Explore more stories

Sponsored
National Update | P. Chidambaram Says Operation Blue Star Was a Wrong Decision | Argus News | Argus News