Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପଦ୍ମ ପୁରସ୍କାର ୨୦୨୫ ଘୋଷଣା: ଡାକ୍ତର ଅଶୋକ ମହାପାତ୍ର ଓ ପ୍ରତିଭା ଶତପଥୀଙ୍କୁ ପଦ୍ମଶ୍ରୀ ସମ୍ମାନ

National

ପଦ୍ମ ପୁରସ୍କାର ୨୦୨୫ ଘୋଷଣା: ଡାକ୍ତର ଅଶୋକ ମହାପାତ୍ର ଓ ପ୍ରତିଭା ଶତପଥୀଙ୍କୁ ପଦ୍ମଶ୍ରୀ ସମ୍ମାନ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ପଦ୍ମ ପୁରସ୍କାର ୨୦୨୫ ଘୋଷଣା: ଡାକ୍ତର ଅଶୋକ ମହାପାତ୍ର ଓ ପ୍ରତିଭା ଶତପଥୀଙ୍କୁ ପଦ୍ମଶ୍ରୀ ସମ୍ମାନ

Key Points

ପଦ୍ମ ପୁରସ୍କାର ୨୦୨୫ ଘୋଷଣା

୭ ଜଣଙ୍କ ପଦ୍ମ ବିଭୂଷଣ, ୧୯ ଜଣଙ୍କୁ ପଦ୍ମ ଭୂଷଣ

୧୧୩ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ

ଅର୍ଗସ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମ ପୁରସ୍କାର ୨୦୨୫ ଘୋଷଣା କରାଯାଇଛି । ଚଳିତ ବର୍ଷ ୭ ଜଣଙ୍କ ପଦ୍ମ ବିଭୂଷଣ, ୧୯ ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୩ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ । ମୋଟ ୧୩୯ ଜଣ ପାଇବେ ପଦ୍ମ ସମ୍ମାନ । ୨୩ ଜଣ ମହିଳାଙ୍କ ୧୦ ଜଣ ଏନ୍‌ଆରଆଇଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରାଯିବ ।


ଓଡ଼ିଶାର ୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ମେଡିସିନ୍ କ୍ଷେତ୍ରରେ ଡାକ୍ତର ଅଶୋକ ମହାପାତ୍ର, କଳାରେ ଅଦୈତ୍ୟ ଚରଣ ଗଡ଼ନାୟକ, ସାହିତ୍ୟ ଓ ଶିକ୍ଷାରେ ପ୍ରତିଭା ଶତପଥୀଙ୍କୁ ପଦ୍ମଶ୍ରୀ ଓ କଳାରେ ଦୁର୍ଗା ଚରଣ ରଣବୀର ପଦ୍ମଶ୍ରୀ ସମ୍ମାନ ପାଇବେ ।


ଡାକ୍ତର ଅଶୋକ ମହାପାତ୍ର ବେଶ୍ ଜଣାଶୁଣା ନ୍ୟୁରୋଲୋଜିଷ୍ଟ । ସେ ଓଡ଼ିଶା ଏମ୍‌ସର ପ୍ରଥମ ନିର୍ଦ୍ଦେଶକ । କନ୍ଧମାଳ ଜିଲ୍ଲାର ଯୋଡ଼ା ମୁଣ୍ଡ ଶିଶୁ ଜଗା-ବଳିଆଙ୍କ ବିରଳ ଅସ୍ତ୍ରୋପଚାରରେ ଥିଲା ଡାକ୍ତର ଅଶୋକ ମହାପାତ୍ରଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ।


ପଦ୍ମଶ୍ରୀ ପାଇବେ ସ୍ତ୍ରୀ ରୋଗ ବିଶେଷଜ୍ଞ ନୀରଜ ଭଟଲା, ଶାସ୍ତ୍ରୀୟ ସଙ୍ଗୀତଜ୍ଞ ପି. ଡଚନମୂର୍ତ୍ତି । ସାମାଜିକ କର୍ମୀ ଭୀମ ସିଂ ଭବେଶ, ବିଶିଷ୍ଟ ଚାଷୀ ଏଲ୍ ଭଙ୍ଗାଥିଙ୍ଗ, ଲେଖକ ଓ ସଂଗ୍ରାହକ ମାରୁତି ଭୂଜଙ୍ଗରାଓ ଚିତାମପଲ୍ଲୀ, ଗାୟକ ଭେରୁ ସିଂହ ଚୌହ୍ଵାନ, ଲୋକକଳା ପାଇଁ ପଦ୍ମଶ୍ରୀ ପାଇବେ ନରେନ ଗୁରୁଙ୍ଗ । ସେହିପରି ନିଶା ମୁକ୍ତି ସଂଗ୍ରାମ ପାଇଁ ଯୁମଦେ ୟୋମଗାମ ଗାମଲିନଙ୍କୁ ପଦ୍ମ ପୁରସ୍କାର ମିଳିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଫଳଚାଷୀ ସେଓ ସମ୍ରାଟ ହରିମନ ଶର୍ମା, ଟ୍ରାଭେଲ୍ ବ୍ଲଗର ଦମ୍ପତି ହ୍ୟୁଗ୍ ଓ କଲିନ୍ ଗ୍ୟାଞ୍ଜର, ଗୁଜରାଟର ବୁଣାକାର ପରମାର ଲବଜିଭାଇ ନାଗଜିଭାଇ, ୧୦୦ ବର୍ଷୀୟା ସ୍ଵାଧୀନତା ସଂଗ୍ରାମୀ ଲିବିୟା ଲୋବୋ ସରଦେଶାଇ, ଚୈତରାମ ଦେବଚାନ୍ଦ ପାୱାରଙ୍କୁ ଜଙ୍ଗଲ ସୁରକ୍ଷାରେ କାମ ପାଇଁ ପଦ୍ମଶ୍ରୀ ମିଳିବ ।


ଚିକିତ୍ସକ ବିଜୟଲକ୍ଷ୍ମୀ ଦେଶାମାନେଙ୍କୁ କର୍କଟ ରୋଗ ଗବେଷଣା ପାଇ, ପଶ୍ଚିମବଙ୍ଗର ଗୋକୁଳ ଚନ୍ଦ୍ର ଦାସ, ତାମିଲନାଡୁର ପ୍ରସିଦ୍ଧ ସଂଗୀତଜ୍ଞ ବେଲୁ ଆସାନ, ଲୋକସଂଗୀତ ପାଇଁ ରାଜସ୍ଥାନର ବାତୁଲ ବେଗମ ଏବଂ କଣ୍ଢେଇ ନାଚକୁ ଉଜ୍ଜୀବିତ ରଖିଥିବା କର୍ଣ୍ଣାଟକର ଭୀମଆଭା ଡୋଡାବାଲାପ୍ପାଙ୍କୁ ପଦ୍ମଶ୍ରୀ ମିଳିବ।


ସମସ୍ତ ପଦ୍ମ ବିଜେତାଙ୍କୁ ସୋସିଆଲ୍ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏମାନଙ୍କର ସମର୍ପଣ ଓ ଦୃଢ଼ତା ପ୍ରେରଣାଦାୟୀ ବୋଲି ଉଲ୍ଲେଖ କରିବା ସହ ଅସାଧାରଣ ଉପଲବ୍ଧି ପାଇଁ ଭାରତ ଗର୍ବିତ ବୋଲି ଲେଖିଛନ୍ତି । ପୁରସ୍କାର ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅସାଧାରଣ ପ୍ରତିଭାକୁ ସ୍ଵୀକୃତି ଓ ସମ୍ମାନ ଦେଇଥିବାରୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

Sponsored
Padma Award Four Person Of Odisha To Get Padma Shri | Argus News