ଆଉ କିଛି ସମୟ ପରେ ଆସିପାରେ ବଡ଼ ଘୋଷଣା

ପହଲଗାମ୍ ଆକ୍ରମଣ ପରେ ବଡ଼ ଆକ୍ସନର ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ । ଘୋଷଣାକୁ ବାକି । ଆଉ କିଛି ସମୟ ପରେ ଆସିପାରେ ବଡ଼ ଘୋଷଣା । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା CCS ମିଟିଂ ଶେଷ ହୋଇଛି । ପଲିଟିକାଲ୍ ଆଫେୟାର କ୍ୟାବିନେଟ୍ କମିଟି ମିଟିଂ ବି ଶେଷ ହୋଇଛି । ଏ ବୈଠକରେ ନିଆଯାଇଛି ବଡ଼ ନିଷ୍ପତ୍ତି । ପହଲଗାମ ଦୋଷୀଙ୍କୁ ପ୍ରହାର ପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ ।
ଆଜି ଗୋଟିଏ ପରେ ଗୋଟିଏ ୪ଟି ବୈଠକ କରିବେ PM ମୋଦି । ପ୍ରଥମେ CCS ମିଟିଂ, ପରେ CCEA ମିଟିଂ ପରେ ପଲିଟିକାଲ୍ ଆଫେୟାର କ୍ୟାବିନେଟ୍ କମିଟିର ମିଟିଂ । ବୈଠକରେ ସୁରକ୍ଷା ପ୍ରସ୍ତୁତି ଉପରେ ହୋଇଛି ମନ୍ଥନ । ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି, ଜିତନ ରାମ ମାନଝି, ରାମ ମୋହନ ନାଇଡ଼ୁ, ସର୍ବାନନ୍ଦ ସୋନେୱାଲଙ୍କ ସମେତ ଅନ୍ୟ ନେତା ବୈଠକରେ ଉପସ୍ଥିତ ରହିଛନ୍ତି ।
📱 Get Argus News App
✨ଆକ୍ସନ ପାଇଁ ସେନାକୁ ଗ୍ରୀନ ସିଗନାଲ୍ ଦିଆଯାଇଛି । ଅପରେସନର ଟାର୍ଗେଟ୍ ଓ ସମୟ ସ୍ଥିର କରିବ ସେନା । ପରବର୍ତ୍ତୀ ପଦକ୍ଷେପ ପାଇଁ ସେନାକୁ ନିର୍ଦ୍ଦେଶ ଦିଆଯାଇଛି । ଭାରତୀୟ ସେନା ଉପରେ ଦେଶର ଭରସା ରହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।