|
logo
Live
Argus News App
GET APP

Argus News - ପହଲଗାମ ଆକ୍ରମଣ: ପାକିସ୍ତାନର ପୋଲ୍ ଖୋଲିଲା ଲସ୍କର ଆତଙ୍କବାଦୀ

National

Terror Attack / ପହଲଗାମ ଆକ୍ରମଣ: ପାକିସ୍ତାନର ପୋଲ୍ ଖୋଲିଲା ଲସ୍କର ଆତଙ୍କବାଦୀ

Rashmita Mishra
Browse all articles by Rashmita Mishra
·2 months ago·2 min read
ପହଲଗାମ ଆକ୍ରମଣ: ପାକିସ୍ତାନର ପୋଲ୍ ଖୋଲିଲା ଲସ୍କର ଆତଙ୍କବାଦୀ
Terror Attack

Key Points

ପହଲଗାମ ଆତଙ୍କି ହମଲା ପଛରେ ଥିଲା ଲକ୍ସର-ଏ-ତଏବା ହାତ । 
ଡେପୁଟି କମାଣ୍ଡାଣ୍ଟ ସାଇଫୁଲ୍ଲା କାସ୍ତୁରୀର ସ୍ଵିକାରକ୍ତୀ । 
ପାକିସ୍ତାନ ଆର୍ମି ସହ ଲସ୍କରର ସମ୍ପର୍କ ଥିବା ନେଇ ମଧ୍ୟ କହିଲା ଭାଷଣରେ ।

ପହଲଗାମ ଆକ୍ରମଣ ନେଇ ପାକିସ୍ତାନର ପୋଲ୍ ଖୋଲିଲା ଲସ୍କର ଆତଙ୍କବାଦୀ । ଚାଞ୍ଚଲ୍ୟକର ଖୁଲାସା କରିଛି ପହଲଗାମ୍ ଆକ୍ରମଣ ମାଷ୍ଟରମାଇଣ୍ଡ ସୈଫୁଲ୍ଲା କସୁରୀ । କସୁରୀ ସ୍କୁଲ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛି, ପାକିସ୍ତାନ ସେନା ତାକୁ ନିୟମିତ ଭାବେ ସାମରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିମନ୍ତ୍ରଣ ପଠାଉଛି । କେବଳ ସେତିକି ନୁହେଁ, ପାକିସ୍ତାନୀ ସୈନିକମାନଙ୍କ ଜନାଜାରେ ବା ଶବ ଶୋଭାଯାତ୍ରାରେ ପ୍ରାର୍ଥନା କରିବାକୁ ମଧ୍ୟ ତାକୁ ଡାକୁଛନ୍ତି ।

ତେବେ ଏହି ସ୍ୱୀକାରୋକ୍ତି ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଆସିମ୍ ମୁନୀରଙ୍କ ସେହି ଦାବିକୁ ମିଛ ପ୍ରମାଣିତ କରିଛି, ଯେଉଁଥିରେ ସେ ପାକିସ୍ତାନ ମାଟିରେ ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା କହିଥାନ୍ତି । ଭାରତର 'ଅପରେସନ୍ ସିନ୍ଦୂର' ପରେ ପାକିସ୍ତାନ ଭୟଭୀତ ଥିବାବେଳେ, କସୁରୀର ଏହି ବୟାନ ପାକିସ୍ତାନ ସେନା ଏବଂ ଆତଙ୍କବାଦୀ ସଂଗଠନ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ପଦାରେ ପକାଇ ଦେଇଛି। ବିଶ୍ୱ ଦରବାରରେ ପାକିସ୍ତାନ ଆତଙ୍କବାଦ ବିରୋଧରେ ଲଢ଼ୁଥିବା କହୁଥିଲେ ବି ବାସ୍ତବରେ ସେନା ଆତଙ୍କବାଦୀଙ୍କୁ ସୁରକ୍ଷା ଯୋଗାଇ ଦେଉଛି ।

ଦେଶ ଭିତରେ କାର୍ଯ୍ୟ କରୁଥିବା ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ନେଇ ପାକିସ୍ତାନ ସରକାର ଯେଉଁ ଦାବି କରି ଆସୁଛନ୍ତି, କସୁରୀର ମନ୍ତବ୍ୟ ତାହାକୁ ସ୍ପଷ୍ଟ ବିରୋଧ କରୁଛି । ସର୍ବସାଧାରଣରେ କସୁରୀର ସ୍ୱୀକାରୋକ୍ତି ସେନା ଓ ନିଷିଦ୍ଧ ଗୋଷ୍ଠୀ ମଧ୍ୟରେ ସହଯୋଗ ଓ ସମ୍ପୃକ୍ତିର ପରିମାଣକୁ ମଧ୍ୟ ସ୍ପଷ୍ଟ ଭାବରେ ଦର୍ଶାଉଛି।

ଆତଙ୍କବାଦୀ କହିଛି, ଆପଣ ଜାଣନ୍ତି କି ଭାରତ ମୋତେ ଭୟ କରୁଛି? ଏହା ପୂର୍ବରୁ, ଭାରତର ଅପରେସନ୍ ସିନ୍ଦୂର ପାକିସ୍ତାନରେ ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ୱଂସ କରିଦେଇଛି ବୋଲି ସ୍ୱୀକାର କରି କସୁରୀ ଦାବି କରିଛି ଯେ ଆତଙ୍କବାଦୀ ଶିବିରକୁ ଟାର୍ଗେଟ୍ କରି ଭାରତ ଏକ ଭୁଲ୍ କରିଛି। ଗୋଷ୍ଠୀ କାଶ୍ମୀର ମିସନରୁ କେବେ ବି ପଛକୁ ହଟିବ ନାହିଁ। ଏହା ପୂର୍ବରୁ ଏକ ରାଲିରେ ଲସ୍କର-ଏ-ତୋଇବାର ଉପମୁଖ୍ୟ ପଞ୍ଜାବ ପ୍ରଦେଶର କସୁରରେ ଏକ ରାଲିରେ କହିଛି, ପହଲଗାମ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଭାବରେ ମୋତେ ଦାୟୀ କରାଯାଇଥିଲା, ବର୍ତ୍ତମାନ ମୋ ନାମ ସମଗ୍ର ବିଶ୍ୱରେ ପ୍ରସିଦ୍ଧ ହୋଇଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Terror Attack: ପହଲଗାମ ଆକ୍ରମଣ: ପାକିସ୍ତାନର ପୋଲ୍ ଖୋଲିଲା ଲସ୍କର ଆତଙ୍କବାଦୀ | Argus News