Videos
|
National

ପହଲଗାମ ଆକ୍ରମଣ ରିଲ୍ସ ଦେଖିଲେ ବୋଲି ଚଳନ୍ତା ଟ୍ରେନରୁ ଯୁବକଙ୍କୁ ଠେଲିବାକୁ ଉଦ୍ୟମ

Ritu Das
Browse all articles by Ritu Das
·1 year ago·1 min read
ପହଲଗାମ ଆକ୍ରମଣ ରିଲ୍ସ ଦେଖିଲେ ବୋଲି ଚଳନ୍ତା ଟ୍ରେନରୁ ଯୁବକଙ୍କୁ ଠେଲିବାକୁ ଉଦ୍ୟମ

ଏପ୍ରିଲ ୨୨ ତାରିଖରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ନିରୀହ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ସେଥିପାଇଁ ସାରା ଦେଶ ସ୍ତବ୍ଧ ହୋଇପଡ଼ିଛି। କିନ୍ତୁ ଏହି ଆକ୍ରମଣରେ କେବଳ ହିନ୍ଦୁଙ୍କୁ ଟାର୍ଗେଟ କରି ମାରି ଦିଆଯାଇଥିଲା। ଯେଉଁଥିପାଇଁ ସାରା ଦେଶ ଦୋହଲିଯାଇଛି। ରେଳବାଇ ପୋଲିସ ପକ୍ଷରୁ ସୋମବାର ଏକ ଏଫଆଇଆର୍ ଦାଏର କରାଯାଇଛି । ୨ ଜଣଲୋକ ୨୩ ବର୍ଷୀୟ ଯୁବକଙ୍କୁ ଟ୍ରେନ୍ ଭିତରେ ମାଡ଼ ମାରିବା ନେଇ ଅଭିଯୋଗରେ ଉଲ୍ଲେଖ କରାଯାଇଛି। ଯୁବକଜଣକ ଭୋପାଳ-ଇନ୍ଦୋର ପାସେଞ୍ଜର ଟ୍ରେନ୍ଷର ଯିବା ସମୟରେ ପହଲଗାମ୍ ଆଟାକର ରିଲ୍ସ ଦେଖୁଥିବାବେଳେ ତାଙ୍କ ଉପରେ ୨ ଯୁବକ ଆକ୍ରମଣ କରିଥିଲେ ।


ମାଡ ମାରିବା ସହ ଚଳନ୍ତା ଟ୍ରେନରୁ ଠେଲି ଦେବା ନେଇ ଉଦ୍ୟମ କରିଥିଲେ। ପୋଲିସ ପକ୍ଷରୁ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି । ସିସିଟିଭି ଫୁଟେଜ ଓ ଯାତ୍ରୀଙ୍କ ବୟାନ ଆଧାରରେ ନିଆଯିବ ବଡ଼ ନିଷ୍ପତ୍ତି। ଦୁର୍ବୃତ୍ତମାନେ ପ୍ରଥମେ ଯୁବକଙ୍କ ସହ ଯୁକ୍ତିତର୍କ କରି ଗାଳିଗୁଲଜ କରିବା ଆରମ୍ଭ କରିଥିଲେ । ଏହାପରେ ଯୁବକଙ୍କୁ ସେମାନେ ମାଡ଼ ମାରିଥିଲେ । ସେମାନଙ୍କ ଚିହ୍ନଟ କରିବା ପାଇଁ ରେଳବାଇ ପୋଲିସ ପକ୍ଷରୁ ଉଦ୍ୟମ ଚାଲିଛି । ସୂଚନା ମୁତାବକ ୨ ମୁସଲମାନ ଯୁବକ ଉକ୍ତ ଯୁବକଙ୍କୁ ମାଡ଼ ମାରିଥିବା କୁହାଯାଉଛି । ଘଟଣାକୁ ଗୁରୁତ୍ବର ସହ ନିଆଯାଇ ତଦନ୍ତ ଆରମ୍ଭ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
pahalgam-attack-man-tries-to-push-man-off-moving-train-after-seeing-footage | Argus News