Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ନିପାତ ୩ଆତଙ୍କବାଦୀଙ୍କ ମଧ୍ୟରେ ଥିଲା ପହଲଗାମ୍ ଆକ୍ରମଣର ମାଷ୍ଟରମାଇଣ୍ଡ

Ritu Das
Browse all articles by Ritu Das
·11 months ago·1 min read
ନିପାତ ୩ଆତଙ୍କବାଦୀଙ୍କ ମଧ୍ୟରେ ଥିଲା ପହଲଗାମ୍ ଆକ୍ରମଣର ମାଷ୍ଟରମାଇଣ୍ଡ

Key Points

ସଫଳ ହେଲା ଭାରତୀୟ ସେନାର ଅପରେସନ ମହାଦେବ

ନିପାତ ୩ଆତଙ୍କବାଦୀଙ୍କ ମଧ୍ୟରେ ଥିଲା ପହଲଗାମ୍ ଆକ୍ରମଣର ମାଷ୍ଟରମାଇଣ୍ଡ

ମୁଖ୍ୟ କମାଣ୍ଡର ହାଶିମ ମୂସା ନିପାତ

ସଫଳ ହେଲା ଭାରତୀୟ ସେନାର ଅପରେସନ ମହାଦେବ। ନିପାତ ୩ଆତଙ୍କବାଦୀଙ୍କ ମଧ୍ୟରେ ଥିଲା ପହଲଗାମ୍ ଆକ୍ରମଣର ମାଷ୍ଟରମାଇଣ୍ଡ। ଜମ୍ମୁ ଏବଂ କଶ୍ମୀରରେ ଆଜି ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୩ଜଣ ଆତଙ୍କୀଙ୍କ ଜୀବନ ଯାଇଥିବା ନେଇ ଖବର ମିଳିଥିଲା। ଏବେ ୩ଆତଙ୍କୀ ମଧ୍ୟରେ ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ତଥ‌ା ଲସ୍କର-ଏ-ତୈବା (ଏଲଇଟି)ର ମୁଖ୍ୟ କମାଣ୍ଡର ହାଶିମ ମୂସା ବୋଲି ଜଣାପଡ଼ିଛି। ହାଶିମ ପୂର୍ବରୁ ଜଣେ ପାକିସ୍ତାନୀ ସେନା ସୈନିକ ଭାବେ କାମ କରୁଥିଲା। ଏହି ଏନକାଉଣ୍ଟର ଆଜି ଶ୍ରୀନଗରର ଲିଡବାସ ଅଞ୍ଚଳରେ ହୋଇଥିଲା। ହାଶିମ ମୂସାକୁ କେବଳ ପହଲଗାମ ଆକ୍ରମଣର ଷଡଯନ୍ତ୍ରକାରୀ ଭାବରେ ବିବେଚନା କରାଯାଉନଥିଲା, ବରଂ ସେ ସୋନମାର୍ଗ ସୁଡ଼ଙ୍ଗ ଆକ୍ରମଣ ପାଇଁ ମଧ୍ୟ ଦାୟୀ ଥିଲା।


ସୋନମାର୍ଗର ଜେଡ୍-ମୋର୍ହ ଟନେଲ୍ ନିକଟରେ ହୋଇଥିବା ଆକ୍ରମଣରେ ୬ଜଣ ଶ୍ରମିକ ଏବଂ ଜଣେ ଡାକ୍ତରଙ୍କ ସମେତ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣ ମଧ୍ୟ ଲସ୍କର ସହିତ ଜଡିତ ଆତଙ୍କବାଦୀମାନେ କରିଥିଲେ। ଏଥିରେ ହାଶିମ ମୂସା ମଧ୍ୟ ସାମିଲ ଥିଲା। ହାଶିମ ମୂସାପାକିସ୍ତାନର ସ୍ୱତନ୍ତ୍ର ତାଲିମପ୍ରାପ୍ତ ସେନା ୟୁନିଟ୍‌ ସ୍ପେଶାଲ ସର୍ଭିସ ଗ୍ରୁପ୍ (ଏସଏସଜି)ର ଜଣେ ପାରା-କମାଣ୍ଡୋ ଥିଲା। ୨୦୨୨ ମସିହାରେ ସେ ଭାରତରେ ଅନୁପ୍ରବେଶ କରି ଲସ୍କରରେ ଯୋଗ ଦେଇଥିଲା। ଏହା ପ‌ରେ ସେ ଅନେକ ଆକ୍ରମଣର ଯୋଜନା କରିଥିଲା। ପହଲଗାମ ଆକ୍ରମଣର ଯୋଜନା କରିବାରେ ତା’ର ପ୍ରମୁଖ ଭୂମିକା ଥିଲା। ସେ ଏପ୍ରିଲ ୧୫ତାରିଖରୁ ବୈସରଣ ଘାଟିରେ ଉପସ୍ଥିତ ରହି ସାତ ଦିନ ଧରି ରେକି କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
pahalgam-attack-mastermind-was-among-3-terrorists-killed | Argus News